July 1, 2025
Home » ନୋର୍ଭେରାମ ଖଣି ଗଣଧାରଣା ର ୧୦୦ ଦିନ ହେବାକୁ ଯାଉଛି ।

ନୋର୍ଭେରାମ ଖଣି ଗଣଧାରଣା ର ୧୦୦ ଦିନ ହେବାକୁ ଯାଉଛି ।

0
WhatsApp Image 2024-10-01 at 7.09.00 AM

କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ରଇଡା ୨ ନୋର୍ଭେରାମ ଖଣି କମ୍ପାନୀ ବିରୋଧ ରେ ଭଦ୍ରାସାହି ପଞ୍ଚାୟତ ଏବଂ ସେରେଣ୍ଡା ପଞ୍ଚାୟତ ବାସୀ ,୫ ଦଫା ଦାବି ନେଇ ବସିଥିବା ଧାରଣା ଏବେ ୧୦୦ ଦିନ ହେବାକୁ ଯାଉଛି ।ତେବେ କମ୍ପାନୀ ସ୍ଥାନୀୟ ଲୋକଙ୍କ ସମସ୍ୟା କୁ ସମାଧାନ ନ କରି କମ୍ପାନୀ ର ବଡ଼ ବଡ଼ ବାବୁ ମାନେ ଅଫିସ ର ଏ ସି ରୁମ ରେ ବସି ବାହାସ୍ପୋଟ ମାରୁଛନ୍ତି ଯେ ଲୋକଙ୍କ ସମସ୍ତ ଦାବି କମ୍ପାନୀ ମାନିନେଇଛି କିନ୍ତୁ କେବଳ ମୌଖିକ ଭାବେ। ଯାହା ପ୍ରତିବାଦରେ ଟୋଣ୍ଟ ଗ୍ରାମ ନିକଟରେ ଲୋକଙ୍କ ଆନ୍ଦୋଳନ ଆହୁରି ତୀବ୍ର ହେବାରେ ଲାଗିଛି।

ତେବେ ଆନ୍ଦୋଳନ କାରୀ ମାନେ କହିଛନ୍ତି ଯେ କମ୍ପାନୀ କଥାରେ ତାଙ୍କର ଭରସା ନାହିଁ ।ପୂର୍ବରୁ ମଧ୍ୟ କମ୍ପାନୀ ଅନେକ ମିଠା ମିଠା କଥା କହି ଓ ବଡ ବଡ ସପ୍ନ ଦେଖାଇ ଅଞ୍ଚଳ ବାସୀ ଙ୍କୁ ଧକା ଦେଇଛି ତେଣୁ କମ୍ପାନୀ ଯାହା କହୁଛି ତାକୁ ଲିଖିତ ଆକାରରେ ସ୍ଥାନୀୟ ପ୍ରଶାସନ ଙ୍କ ଉପସ୍ଥିତ ରେ ଦେବା ପରେ ହିଁ ଆମେ ଧାରଣା ରୁ ଅହରି ଯିବୁ କହୁଛନ୍ତି । କମ୍ପାନୀ କେବଳ ମୌଖିକ ଆକାରରେ ଦାବି ଗୁଡିକ ପୁରଣ କରିବ କହି ଲିଖିତ ପ୍ରତିଶ୍ରୁତି ଦେବାରେ କୁଣ୍ଠାବୋଧ କରୁଛି।ତେବେ କମ୍ପାନୀ ଏ ନେଇ ମୁହଁ ନ ଫିଟେଇ କେବେଳ ଆଦିବାସୀ ଲୋକଙ୍କୁ ଭକୁଆ ବନେଇ ଲୋକଙ୍କ ମଧ୍ୟରେ ଏକ ଅଶାନ୍ତ ବାତାବୋରଣ କରିବା ପାଇଁ ଚକ୍ରାନ୍ତ ଚଳାଉଛି ଯାହାକୁ ନେଇ ଆନ୍ଦୋଳନ କାରୀମାନେ ଅଭିଯୋଗ କରିଛନ୍ତି।

ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *