March 16, 2026
Home » ବିପର୍ଯ୍ୟସ୍ତ ଶୌଚାଳୟ ଅବସ୍ଥା କୁ ନେଇ ପ୍ରଶାସନ ର ଚେତା ପଶିଲା

ବିପର୍ଯ୍ୟସ୍ତ ଶୌଚାଳୟ ଅବସ୍ଥା କୁ ନେଇ ପ୍ରଶାସନ ର ଚେତା ପଶିଲା

0
WhatsApp Image 2026-03-15 at 5.44.15 PM

ପୁରୀ ରେ ବିପର୍ଯ୍ୟସ୍ତ ଶୌଚାଳୟ ଅବସ୍ଥା କୁ ନେଇ ସାଧାରଣ ବାରମ୍ବାର ରେ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଶାସନ ର ଚେତା ପଶିଛି। ବଡଦାଣ୍ଡ, ବେଳାଭୂମି, ସ୍ଵର୍ଗଦ୍ଵାର, ସମୁଦ୍ର କୂଳ, ଜାତ୍ରିକା ପାର୍କିଂ ଓ ବସଷ୍ଟାଣ୍ଡ ନିକଟ ରେ ୫ ଟି ଅତ୍ୟାଧୁନିକ ଶୌଚାଳୟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ପ୍ରଶାସନ ନିଷ୍ପତି ନେଇଛି। ଏଥିପାଇଁ ୩ କୋଟି ୬୦ ଲକ୍ଷ ୭୦ ହଜାର ଟଙ୍କାର ବ୍ୟୟବରାଦ କରାଯାଇଛି। ଆଗାମୀ ରଥଯାତ୍ରା ପୂର୍ବରୁ ଏହି ସବୁ ଟଏଲେଟ୍ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ହୋଇଛି। ବଡଦାଣ୍ଡ ର ଦମକଳ କାର୍ଯ୍ୟାଳୟ , ସମୁଦ୍ର କୂଳ ଯାତ୍ରୀକା ପାର୍କିଂ, ସମୁଦ୍ର କୂଳ ହୋଟେଲ ସି ଭ୍ୟୁ, ମେଡିକାଲ ଛକ ଏବଂ ବସଷ୍ଟାଣ୍ଡ ନିକଟ ରେ ଏହି ଅତ୍ୟାଧୁନିକ ଟଏଲେଟ୍ କମ୍ପ୍ଲେକ୍ସ ନିର୍ମାଣ ହେବ ।ଜଗନ୍ନାଥ୍ ଧାମ ପୁରୀ କୁ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ରେ ପରିଣତ କରିବା ରାଜ୍ୟ ସରକାର ଅନେକ ଯୋଜନା ଘୋଷଣା କରୁଛନ୍ତି। ହେଲେ ଦୁର୍ଭାଗ୍ୟ ବିଷୟ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ କୁହାଯାଉଥିବା ପୁରୀ ସହର ରେ ପର୍ଯ୍ୟଟକ ଙ୍କ ପାଇଁ ମୌଳିକ ସୁବିଧା ନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଚି ଶୌଚାଳୟ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। କେଉଁଠି କବାଟ ନାହିଁ ତ କେଉଁଠି ପାଣି ଆସୁନି। ଅନେକ ଶୌଚାଳୟ ଅଚଳ ଅବସ୍ଥାରେ ରହିଛି। ଏଣୁ ଶୌଚ ହେବାକୁ ପର୍ଯ୍ୟଟକ ମାନେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ସବୁଠୁ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି ମହିଳା ପର୍ଯ୍ୟଟକ। ଅନ୍ୟପଟେ କିଛି ଘରୋଇ ସଂସ୍ଥା ଙ୍କୁ ଶୌଚାଳୟ ବସାଇବାକୁ ପ୍ରଶାସନ ଅନୁମତି ଦେଇଥିବା ବେଳେ ଶୌଚ ହେବାକୁ ଜଣେ ବ୍ୟକ୍ତି ପିଛା ୮୦ ଟଙ୍କା ନେଉଛନ୍ତି। ଘରୋଇ ସଂସ୍ଥା ଲୋକ ଙ୍କୁ ଶୋଷଣ କରୁଥିବାରୁ ଲୋକ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ମାଗଣା ଶୌଚାଳୟ କେଉଁଠି ଅଛି ସେ ନେଇ ଲୋକ ଙ୍କୁ ସୂଚନା ଦେବାକୁ କୌଣସି ସ୍ଥାନରେ ସୂଚନା ଫଳକ ନାହିଁ। ଫଳରେ ଲୋକ ମାନେ ଘରୋଇ ଶୌଚାଳୟ କୁ ଯାଇ ଆର୍ଥିକ ଶୋଷଣ ର ଶିକାର ହେଉଛନ୍ତି। ତେବେ ଏ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।ସୂଚନା ଅନୁସାରେ, ପୁରୀ ସହର ଓ ଏହାର ଆଖପାଖ ଅଞ୍ଚଳରେ ୨୧ ଟି ସରକାରୀ ଶୌଚାଳୟ ରହିଛି। ସେଥିରୁ ଏବେ ମାତ୍ର ୧୨ ଟି କାର୍ଯ୍ୟକ୍ଷମ ଅଛି। ୯ ଟି ଶୌଚାଳୟ ବନ୍ଦ ହୋଇଯାଇଛି।

ରକ୍ଷଣା ବେକ୍ଷଣ ଅଭାବ ଏଭଳି ସ୍ଥିତି ହୋଇଛି। ତେଣେ ଯେତିକି ଶୌଚାଳୟ କାର୍ଯ୍ୟକ୍ଷମ ଅଛି ସେଗୁଡିକୁ ସଫା ସୁତୁରା ରଖାଯାଉନଥିବା ହେତୁ ଏହାକୁ ବ୍ୟବହାର ପାଇଁ ଲୋକ ମାନେ ଯାଉନାହାନ୍ତି। ଏଭଳି ଅବ୍ୟବସ୍ଥା ଯୋଗୁ ଲୋକ ମାନେ ବାଧ୍ୟ ହୋଇ ଘରୋଇ ଶୌଚାଳୟ କୁ ଯାଉଛନ୍ତି। ଘରୋଇ ଶୌଚାଳୟ ଜଣେ ବ୍ୟକ୍ତି ପିଛା ୮୦ ଟଙ୍କା ହେଉଥିବାରୁ ଲୋକ ଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ସରକାରୀ ମାଗଣା ଶୌଚାଳୟ କୁ ବିପର୍ଯ୍ୟସ୍ତ ଅବସ୍ଥା ରେ ରଖି ଲୋକ ଙ୍କୁ ଘରୋଇ ଶୌଚାଳୟ ବ୍ୟବହାର କରିବା ପାଇଁ ଏକ ପ୍ରକାର ବାଧ୍ୟ କରାଯାଉଛି। ଏଣୁ ତୁରନ୍ତ ଲୋକ ଙ୍କ ସୁବିଧା ପାଇଁ ସରକାରୀ ଶୌଚାଳୟ ର ଅବ୍ୟବସ୍ଥା କୁ ଠିକ୍ କରାଯିବା ସହ ଅଧିକ ଶୌଚାଳୟ ସରକାର ନିର୍ମାଣ କରିବାକୁ ବୁଦ୍ଧିଜୀବି ମତ ଦେଇଛନ୍ତି।ବୁଦ୍ଧିଜୀବି ଚକ୍ରଧର ମହାପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ କୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସୁଛନ୍ତି। ଏଣୁ ଶୌଚାଳୟ ଭଳି ସର୍ବନିମ୍ନ ମୌଳିକ ସୁବିଧା ନିହାତି ଆବଶ୍ୟକତା ରହିଚି। ପୁରୀ କୁ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ଏଣୁ ପର୍ଯ୍ୟାପ୍ତ ଶୌଚାଳୟ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ହେବା ଉଚିତ୍। ତେବେ ପ୍ରଶାସନ ଅଧିକ ଶୌଚାଳୟ ନିର୍ମାଣ ନେଇ ଯେଉଁ ନିଷ୍ପତ୍ତି ନେଇଚି ତାହା ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ଏହା ଆଗାମୀ ରଥଯାତ୍ରା ପୂର୍ବରୁ ସବୁ ନିର୍ମାଣ କାର୍ଯ୍ୟ ଶେଷ ହେବାର ଆବଶ୍ୟକତା ରହିଛି। ତେବେ କେବଳ ଶୌଚାଳୟ ନିର୍ମାଣ କରିଦେଲେ ହେବ ନାହିଁ। ଏହାର ସୁପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବା ଉଚିତ୍। ନ ହେଲେ ପୂର୍ବରୁ ଅନେକ ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ତାହା ଏବେ ବିଭିନ୍ନ ଅବ୍ୟବସ୍ଥାରେ ଥିବା ବେଳେ ଅନେକ ଅଚଳ ଅବସ୍ଥାରେ ରହିଛି। ଏହାର ଫାଇଦା ଉଠାଉଛନ୍ତି ଘରୋଇ ଶୌଚାଳୟ। ବହୁତ୍ ଅର୍ଥ ନେଉଛନ୍ତି। ଯାହାକି ସାଧାରଣ ଲୋକ କୁ ବହୁତ୍ ବାଧୁଛି। ଏଭ ସୁଲଭ ମୂଲ୍ୟରେ ଅଧିକ ସରକାରୀ ଶୌଚାଳୟ ନିର୍ମାଣ ର ଆବଶ୍ୟକତା ରହିଛି।ପର୍ଯ୍ୟଟକ ଙ୍କ ସୁରକ୍ଷା ଓ ସେବା ପାଇଁ କାର୍ଯ୍ୟ କରୁଥିବା ହୋଟେଲିୟର ଶ୍ରୀମନ୍ତ କୁମାର ଦାଶ ନିଜ ପ୍ରତିକ୍ରିୟାରେ କୁହନ୍ତି, ଜଗନ୍ନାଥ୍ ଧାମ ପୁରୀ କୁ ଦିନକୁ ଦିନ ପର୍ଯ୍ୟଟକ ଓ ଭକ୍ତ ଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ତେବେ ପର୍ଯ୍ୟଟକ ଓ ଭକ୍ତ ଙ୍କ ମୌଳିକ ସୁବିଧା ପାଇଁ ଅତ୍ୟାଧୁନିକ ୫ ଟି ନୁଆ ଟଏଲେଟ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ପୁରୀ ପୌର ପ୍ରଶାସନ ଯେଉଁ ନିଷ୍ପତ୍ତି ନେଇଛି ତାହା ବହୁତ୍ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହା ବହୁ ପୂର୍ବରୁ ହେବାର ଥିଲା। ତେବେ ଆଗାମୀ ରଥଯାତ୍ରା ପୂର୍ବରୁ ଏହି ନିର୍ମାଣ କାର୍ଯ୍ୟ ଶେଷ ହେବା ଉଚିତ୍। ଏହା ଦ୍ଵାରା ପର୍ଯ୍ୟଟକ ମାନେ ଏକ ସୁଖଦ ଅନୁଭୂତି ନେଇ ଫେରିବେ। ବିଶେଷ କରି ବେଳାଭୂମି ରେ ଅଧିକ ଶୌଚାଳୟ ର ଆବଶ୍ୟକତା ରହିଛି। ମହିଳା ଙ୍କ ପାଇଁ ପୋଷାକ ପରିବର୍ତ୍ତନ ଗୃହ ସମେତ ଭଲ ଶୌଚାଳୟ ବ୍ୟବସ୍ଥା ରହିବା ଉଚିତ୍। ଏହା ଦ୍ଵାରା ପୁରୀ କୁ ଆସିବାକୁ ପର୍ଯ୍ୟଟକ ମାନେ ଅଧିକ ପସନ୍ଦ କରିବେ।ପୁରୀ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ନିଜ ପ୍ରତିକ୍ରିୟାରେ କୁହନ୍ତି, ପର୍ଯ୍ୟଟକ ଓ ଭକ୍ତ ଙ୍କ ମୌଳିକ ସୁବିଧା ପାଇଁ ୫ ଟି ଅତ୍ୟାଧୁନିକ ଶୌଚାଳୟ କମ୍ପ୍ଲେକ୍ସ ନିର୍ମାଣ ହେବ। ବଡଦାଣ୍ଡ, ଗୁଣ୍ଡିଚା ମନ୍ଦିର, ମେଡିକାଲ ଛକ, ବେଳାଭୂମି , ଯାତ୍ରୀକା ପାର୍କିଂ, ସ୍ଵର୍ଗଦ୍ଵାର ନିକଟ ରେ ଏହି ଶୌଚାଳୟ ନିର୍ମାଣ ହର୍ବ। ସମସ୍ତ ପ୍ରକାର ଆଧୁନିକ ସୁବିଧା ଏହି ନୂଆ ଟଏଲେଟ୍ କମ୍ପ୍ଲେକ୍ସ ରେ ରହିବ। ଶୌଚାଳୟ ର ଅଧିକ ଆବଶ୍ୟକତା ରହିଛି। ଆଗାମୀ ରଥ ଯାତ୍ରା ପୂର୍ବରୁ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ । ଯେଉଁ ଶୌଚାଳୟ ଗୁଡ଼ିକ ବନ୍ଦ କରିବା ତାହାର ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯିବ। ସ୍ୱଚ୍ଛତା ଉପରେ ଗୁରୁତ୍ବ ଦିଆଯିବ ।

Leave a Reply

Your email address will not be published. Required fields are marked *