March 24, 2026
Home » ଆଇ ଆଇ ଏମ୍ ଏସ କଲେଜରେ ବିଶ୍ଵ ପଖାଳ ଦିବସ ପାଳନ ଜିଲ୍ଲାରେ ଏକ ନିଆରା ବାସନା ।

ଆଇ ଆଇ ଏମ୍ ଏସ କଲେଜରେ ବିଶ୍ଵ ପଖାଳ ଦିବସ ପାଳନ ଜିଲ୍ଲାରେ ଏକ ନିଆରା ବାସନା ।

0
1000998701
ନୟାଗଡ:  ନୟାଗଡ ବିଶ୍ୱ ପଖାଳ ଦିଵସ ଜିଲ୍ଲା ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ବେଳେ, ଆଇ ଆଇ ଏମ୍ ଏସ କଲେଜ ଜ୍ୟୋତି ବିହାର ପ୍ରାଙ୍ଗଣ ନାଗପୁର ଇଟାମାଟି ଠାରେ ବୁଦ୍ଧିଜୀବି, ଶିକ୍ଷାବିତ୍, ଲୋକପ୍ରତିନିଧି, ଜିଲ୍ଲା ପ୍ରଶାସନିକ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି, କଲେଜର ଛାତ୍ର/ଛାତ୍ରୀ, ଓ କର୍ମଚାରୀଙ୍କୁ ସାମିଲ କରି ଅଭିନବ ଢ଼ଙ୍ଗରେ ବିଶ୍ୱ ପଖାଳ ଦିବସ ପାଳନ କରିଛି । ଓଡ଼ିଆଙ୍କ ଖାଦ୍ୟ “ପଖାଳ” କୁ ସ୍ୱତନ୍ତ୍ରତା ଓ ଉଚ୍ଚକୋଟୀର ମାନ୍ୟତା ପ୍ରଦର୍ଶିତ କରିଛନ୍ତି । ସାରା ବିଶ୍ୱରେ ଆଜି ପଖାଳ ଦିବସ ପାଳନ ହେଉଛି। ଆଇ ଆଇ ଏମ ଏସ କଲେଜର ବିଶ୍ଵ ପଖାଳ ଦିବସ ପାଳନ କରିବା ସ୍ଵତନ୍ତ୍ର । ଛାତ୍ର/ଛାତ୍ରୀମାନେ କଲେଜ ପ୍ରାଙ୍ଗଣକୁ ଅଭିନବ ଢ଼ଙ୍ଗରେ ସୁନ୍ଦର ସାଜସଜ୍ଜା, ଝୋଟି ପକା ନିମନ୍ତ୍ରିତ ଅତିଥି ମାନଙ୍କୁ ବିମୋହିତ କରିଥିଲା ।ପଖାଳ ଦିବସକୁ ଉଦ୍ଘାଟନ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ରୋଜୀନା ଦାସ, ଡେପୁଟି କଲେକ୍ଟର ତପତି ରାଜ ଓ ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ।
ପଖାଳ ଦିବସରେ ନିମନ୍ତ୍ରିତ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ସମମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ,ଅତିରିକ୍ତ ଏସପି ଜ୍ୟୋତିରଂଜନ ସାମନ୍ତରାୟ, ଜିଲ୍ଲା କ୍ରୀଡା ଅଧିକାରୀ ସୁଜାତା ସାହୁ,। ଅତିଥି ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର, ତହସିଲଦାର, ପ୍ରଶାସନିକ ଅଧିକାରୀ, ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସଜନ କୁମାର, ଫକୀର ମୋହନ ବିଶ୍ଵବିଦ୍ୟାଳୟର ଅବସର ପ୍ରାପ୍ତ କୁଳପତି ଡ. କୁମରବର ଦାସ, ଅବସପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଅଶୋକ କୁମାର ନାୟକ, ବରିଷ୍ଠ ସାମ୍ବାଦିକ ଗୋକୁଳ କୁମାର ଷଡ଼ଙ୍ଗୀ, ରଜତ କୁମାର ପଟ୍ଟନାୟକ,ଅଶୋକ କୁମାର ସଠୁଆ, ସୁଧାକର ମିଶ୍ର, ଭାସ୍କର ଚନ୍ଦ୍ର ସ୍ବାଇଁ ଓ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ।ଏହି ପବିତ୍ର ବିଶ୍ଵ ପଖାଳ ଦିବସରେ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥିମାନେ ଓଡ଼ିଆର ପଖାଳ ଖାଇ ମଜା ନେବା ସହ, କଲେଜର ଷ୍ଟାପ ଓ ଛାତ୍ର/ଛାତ୍ରୀମାନେ ସାମିଲ ହୋଇ ମଜା ଉଠା ଆଇଥିଲେ । ପଖାଳ କାର୍ଯ୍ୟକ୍ରମକୁ ସଫଳ କରିବାରେ ମୁଖ୍ୟ ଭୂମିକାରେ ଥିଲେ ସଂଜିତ୍ ରୋଶନ ପଟ୍ଟନାୟକ କଲେଜର ପରିଚାଳନା ନିର୍ଦ୍ଦେଶକ ।ତାଙ୍କୁ ସହାୟତା କରିଥିଲେ ସଂପାଦକ କିଶୋର ପଟ୍ଟନାୟକ,ପୂଜା ଦାଶ, ପିନ୍ସିପାଲ୍ କିଶୋର ଚନ୍ଦ୍ର ସାହୁ, ଦୁର୍ବାସା ପ୍ରଧାନ, ଓ ଛାତ୍ର/ଛାତ୍ରୀ । ଆଇ ଆଇ ଏମ୍ ଏସ କଲେଜ ଆମ ଓଡ଼ିଆଙ୍କର ଖାଦ୍ୟ ପଖାଳକୁ ବିଶ୍ଵ ପଖାଳ ଦିବସ ରୂପେ ଅଭିନବ ଭାବରେ ପାଳନ କରି ସଚେତନତାର ବାର୍ତ୍ତା ପ୍ରଚାର ଓ ପ୍ରସାର କରୁଥିବାରୁ ଏଭଳି ବିଶ୍ଵ ପଖାଳ ଏକ ନିଆରା ବାସନାର ପଦକ୍ଷେପକୁ ଉପସ୍ଥିତ ଅତିଥିମାନେ ଭୂରୀ ଭୂରୀ ପ୍ରଶଂସା କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *