ଧର୍ମଗଡ଼ ଠାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ
ଆଜି ଧର୍ମଗଡ଼ ବ୍ଳକ ସନ୍ଧିକୁଲିହାରି ଆମ୍ବ ବଗିଚା ଠାରେ ଧର୍ମଗଡ଼ ବ୍ଲକ ସ୍ତରୀୟ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକ ସଭାପତି ଡାକେ ଲହଜଲ ଙ୍କ ସଭାପତିତ୍ୱରେ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉପସଭାପତି ଥବିର ପ୍ରସାଦ ସାହୁ ଉପସ୍ଥିତ ଥିଲେ। ବୈଠକରେ ବୁଥ ଲେବୁଲ ଏଜେଣ୍ଟ ମାନଙ୍କର ଚୟନ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ନେତା ସ୍ୱର୍ଗତ ମହେନ୍ଦ୍ର ପ୍ରଧାନୀ ଙ୍କର ସ୍ମୃତିରେ ଶୋକ ସଭା ମଧ୍ୟ ଆୟୋଜିତ ଥିଲା।

ଏହି ବୈଠକରେ ସଭାନେତ୍ରୀ ମମତା ଗୋପାଳ, ଜିଲ୍ଲାପରିଷଦ ସଦସ୍ୟ ଶଙ୍କର ଜଏଡ, ଏନଏସିରେ ସଭାପତି ମଦନ ନାଏକ, କାଉନସିଲର ମୁନିରାମ ମାଝୀ ମମତା ବାଗ, ସନ୍ତୋସିନି ନାଏକ, ଜ୍ୟୋତିର୍ମୟୀ ମହାନନ୍ଦ ଓ ଯୁବ ଓ ଛାତ୍ର ସଭାନେତ୍ରୀ ସହ ବହୁ କର୍ମୀ ଉପସ୍ଥିତ ଥିଲେ।ବୈଠକରେ ଯୁବ ଓ ଛାତ୍ର କର୍ମୀମାନଙ୍କ ସଂଗଠନକୁ କିପରି ଆହୁରି ସୁସଂଗଠିତ ଓ ସକ୍ରିୟ କରାଯିବ ସେନେଇ ଆଲୋଚନା କରାଯାଇ ଥିଲା।ଏହାସହ ଆଗାମୀ ଦିନରେ ବିଜୁ ଜନତା ଦଳର କାର୍ଯ୍ୟଯୋଜନା ଓ ଗ୍ରାମସ୍ତରରେ ଦଳକୁ କିପରି ଆହୁରି ଶକ୍ତିଶାଳୀ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ ଥିଲା।ଶେଷରେ ବରିଷ୍ଠ ନେତା ସନ୍ତୋଷ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
