March 28, 2026
Home » ଏପ୍ରିଲ ୨ରୁ ଖଡ଼ିଛୁଆଁ ଉତ୍ସବ।

ଏପ୍ରିଲ ୨ରୁ ଖଡ଼ିଛୁଆଁ ଉତ୍ସବ।

0
WhatsApp Image 2026-03-28 at 1.44.04 PM

ଘର ଘର ବୁଲି ଅଭିଭାବକଙ୍କୁ ନିମନ୍ତ୍ରଣ

ଧର୍ମଗଡ:ଏପ୍ରିଲ ୨ ତାରିଖ ରେ ରାଜ୍ୟର ସମସ୍ତ ବିଦ୍ୟାଳୟ ରେ ଖଡି ଛୁଆଁ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଧର୍ମଗଡ ଅଞ୍ଚଳରେ ଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପଙ୍କଜିନୀ ମାଝୀ ଙ୍କ ନେତୃତ୍ୱରେ ଧର୍ମଗଡ ବ୍ଲକ ବଡ଼ ବସୁଲ ପଞ୍ଚାୟତ ର ବସୁଲ ଗାଁ ରେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ସ୍ଥାନୀୟ ସରପଞ୍ଚ ମୁକୁନ୍ଦ ଶବର, ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତି ଓ ଶିକ୍ଷକ ମାନଙ୍କ ସହିତ ଘର ଘର ବୁଲି ନିମନ୍ତ୍ରଣ କରିଥିଲେ।ସେହିପରି ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଏବିଇଓ ବିଶ୍ୱଜିତ ବେହେରା,ବିଆରସିସି ଅରୂପାନନ୍ଦ ଭୋଇ, ସିଆରସିସି ସଂଜୀବ ମେହେର, ଶିକ୍ଷୟିତ୍ରୀ ରେବତୀ ନାଏକ,ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ର ବସ୍ତିପଡା ରେ ଅଭିଭାବକ ମାନଙ୍କୁ ନିମନ୍ତ୍ରଣ ପତ୍ର ବାଣ୍ଟିଛନ୍ତି।ନୂତନ ଶିକ୍ଷା ବର୍ଷ ରେ ପିଲାଙ୍କ ନାମଲେଖାକୁ ତ୍ୱରାନ୍ୱିତ କରିବା ଏବଂ ଶିକ୍ଷା ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରିବା ପାଇଁ ଏହି ଘରକୁ ଘର ସମ୍ପର୍କ ଅଭିଯାନ ହାତକୁ ନିଆଯାଇଛି। ଏନଏସି ଅଧ୍ୟକ୍ଷ ଶ୍ରୀ ମହାନ୍ତି କହିଛନ୍ତି ଯେ ଅଭିଭାବକ ଙ୍କ ସହଯୋଗ ବିନା ଶିକ୍ଷାର ବିକାଶ ଅସମ୍ଭବ। ଘରକୁ ଘର ଯାଇ ନିମନ୍ତ୍ରଣ କରିବା ଦ୍ୱାରା ଶିକ୍ଷକ ଓ ଅଭିଭାବକ ଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେଉଛି।୫ ରୁ ୬ ବୟସର ପିଲାଙ୍କୁ ଶିଶୁ ବଟିକା ରେ ଓ ୬ ବର୍ଷ ର ପିଲାଙ୍କୁ ପ୍ରଥମ ଶ୍ରେଣୀ ରେ ନାମ ଲେଖାଯିବ। ପାରମ୍ପରିକ ରୀତିନୀତି ଅନୁସାରେ ପିଲାମାନେ ଖଡ଼ି ଛୁଇଁ ପାଠପଢାର ଆରମ୍ଭ କରିବେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ..

Leave a Reply

Your email address will not be published. Required fields are marked *