March 28, 2026
Home » ଶ୍ରୀଜୀଉଙ୍କୁ ଦର୍ଶନ କଲେ ଆର୍ମି ଚିଫ

ଶ୍ରୀଜୀଉଙ୍କୁ ଦର୍ଶନ କଲେ ଆର୍ମି ଚିଫ

0
WhatsApp Image 2026-03-28 at 10.23.53 AM

ପୁରୀରେ ସ୍ଥଳସେନା ମୁଖ୍ୟ l ମହାପ୍ରଭୁଙ୍କ ପାଖରେ ଭାରତୀୟ ସେନା ପାଇଁ ଆଶୀର୍ବାଦ ମାଗିଲେ ସ୍ଥଳସେନା ମୁଖ୍ୟ । ଦର୍ଶନ ପରେ ନିଜକୁ ସୌଭାଗ୍ୟଶାଳି କହିବା ସହ ଆଗାମୀ ଚ୍ୟାଲେଞ୍ଜ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ସେନା ଉପରେ ରହିଥାଉ ବୋଲି କହିଛନ୍ତି ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ।ପୁରୀରେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ।ସାଙ୍ଗରେ ପତ୍ନୀ ସୁନିତା ଦ୍ୱିବେଦୀ ରହିଥିଲେ। ଶ୍ରୀମନ୍ଦିର ସେ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ତାଙ୍କୁ ସେବାୟତ ଓ ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିଲା ।ତାଙ୍କ କୌଳିକ ପଣ୍ଡା ସେମାନଙ୍କୁ ନେଇ ଦର୍ଶନ କରାଇଥିଲେ ।

ସିଂହଦ୍ୱାର ପ୍ରକ୍ଷାଳନ ସ୍ଥାନରେ ପାଦ ପ୍ରକ୍ଷାଳନ କରିବା ପରେ ଅରୁଣ ସ୍ଥମ୍ଭ ଓ ପତିତପାବନ ଙ୍କୁ ମୁଣ୍ଡିଆ ମାରି ବାଇଶି ପାହାଚ ଦେଇ ସାତ ପାହାଚ ଦେଇ ଭିତରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସାନିଧ୍ୟ ନେଇଥିଲେ । ପ୍ରାୟ 45 ମିନିଟ୍ ଦର୍ଶନ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେବା ସହ ଲକ୍ଷ୍ମୀ ଓ ବିମଳା ମନ୍ଦିରରେ ଦର୍ଶନ ସାନିଧ୍ୟ ନେଇଥିଲେ ।ଶ୍ରୀମନ୍ଦିର ବିଷୟରେ ଜାଣିବାର ଆଗ୍ରହ ଦେଖାଇବା ସହ ମୁକ୍ତିମଣ୍ଡପ,ରୋଷଘର ଇତ୍ୟାଦି ବୁଲି ଦେଖିଥିଲେ । ତାଙ୍କର 3 ଦିନିଆ ଓଡିଶା ଗସ୍ତରେ ପୁରୀ ଭୁବନେଶ୍ୱର ଓ ଗୋପାଳପୁରରେ କାର୍ଯ୍ୟକ୍ରମ ରହିଛି । ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ୍ ରେ ଅସ୍ତ୍ର ଶସ୍ତ୍ର ପ୍ରଦର୍ଶନୀ ଦେଖିବା ସହ ପ୍ରଶିକ୍ଷଣ ଶିବିରରେ ତଦାରଖ କରିବେ ।

 

puri ru soubhagya pattanayak nka report

Leave a Reply

Your email address will not be published. Required fields are marked *