April 2, 2026
Home » ସୁବର୍ଣ୍ଣପୁର ଡିଆର୍‌ସିଏସ୍ ନିଲମ୍ବିତ l

ସୁବର୍ଣ୍ଣପୁର ଡିଆର୍‌ସିଏସ୍ ନିଲମ୍ବିତ l

0
WhatsApp Image 2026-04-02 at 12.36.08 PM

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଡିଆରସିଏସ୍ ସଂଜୟ କୁମାର ତ୍ରିପାଠୀ ନିଲମ୍ବିତ । କାର୍ଯ୍ୟରେ ଅବହେଳା ଏବଂ ଅନିୟମିତତା ଅଭିଯୋଗ ରେ ଓଡିଶା ସିଭିଲ ସର୍ଭିସେସ ନିୟମ 1962 ଅନୁଯାୟୀ ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ନିଲମ୍ବନ ପାଇଁ ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଚିଠି ନଂ. 4299/ ତା. 31/03/2026 ଅନୁଯାୟୀ ନିଲମ୍ବନ ଆଦେଶନାମା ଜାରି କରାଯାଇଛି । ତାଙ୍କ ନିଲମ୍ବନ ସମୟରେ ଶ୍ରୀଯୁକ୍ତ ତ୍ରିପାଠୀ ସମ୍ବଲପୁର ଡିଆର୍‌ସିଏସ୍ କାର୍ଯ୍ୟାଳୟ ରେ ରହିବା ପାଇଁ ନିର୍ଦ୍ଦେଶ ହୋଇଛି । ତେବେ ସୋନପୁର ଏଆରସିଏସ ଭବାନୀଶଙ୍କର ଦାଶଙ୍କୁ ଭାରପ୍ରାପ୍ତ ଡିଆରସିଏସ ଭାବେ ସମବାୟ ବିଭାଗ ପକ୍ଷରୁ ଦାୟିତ୍ଵ ହସ୍ତାନ୍ତର କରାଯାଇଛି । ପ୍ରକାଶ ଥାଉ କି ଯେ, ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ମରାଡ଼ୁଗୋଛା ପ୍ୟାକ୍ସରେ ନିଯୁକ୍ତି ପ୍ରଦାନରେ ବ୍ୟାପକ ଦୁର୍ନୀତ ଅଭିଯୋଗ ହୋଇଥିଲା । ଜିଲ୍ଲାପାଳ ଡ. ନୃପରାଜ ସାହୁ ନିଜେ ପ୍ୟାକ୍ସକୁ ଯାଇ ଘଟଣାର ତଦନ୍ତ କରିବା ସହ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ପ୍ୟାକ୍ସ ସମ୍ପାଦକ ତଥା ସିଇଓ ନବୀନ ଦାଶ, ରାତ୍ର ଜଗୁଆଳୀ ମକୁନ୍ଦ ନାଏକ ଓ ପିଅନ ମନୋଜ ଦାସ ନିଜ ପୁଅଙ୍କୁ ନିଯୁକ୍ତ ପ୍ରଦାନ କରିଥିଲେ । ଉପରିସ୍ଥ ଅଧିକାରୀ ଶ୍ରୀ ତ୍ରିପାଠୀ ଏଥିରେ ସହଯୋଗ କରିଥିଲେ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନବୀନ, ମକୁନ୍ଦ ଓ ମନୋଜ ସେଚ୍ଛାକୃତ ଅବସର ପାଇଁ ଆବଦେନ କରିଥିଲେ ଏବଂ ପ୍ୟାକ୍ସ ପରିଚାଳନା ପରିଷଦରେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା । ନୂତନ ନିଯୁକ୍ତି ପାଇଁ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଅନୁମତି ଅଣାଯାଇ ନଥିଲା । ପ୍ୟାକ୍ସ ପକ୍ଷରୁ ବିଜ୍ଞାପନ ମଧ୍ୟ ପ୍ରକାଶ ପାଇ ନଥିଲା କି ନିଯୁକ୍ତି କମିଟି ଗଠନ ହୋଇ ନଥିଲା । ସରକାରଙ୍କ ନିଯୁକ୍ତି ନିୟମକୁ ଅଣଦେଖା କରି ଡିଆରସିଏସ ଥଇଥାନ ନିଯୁକ୍ତି ପ୍ରସ୍ତାବକୁ ପ୍ରଶାସନିକ ଅନୁମୋଦନ ପ୍ରଦାନ କରିଥିଲେ । ଗତ ଫେବୃଆରୀ 19 ତାରିଖରେ ନବୀନ, ମୁକୁନ୍ଦ ଓ ମନୋଜ ଭିଆରଏସ ନେଇଥିଲେ । ସେହିଦିନ ହିଁ ସେମାନଙ୍କ ପରିବାରର 4 ଜଣ ନିଯୁକ୍ତି ପାଇଥିଲେ । ପ୍ୟାକ୍ସ ସମ୍ପାଦକ ନବୀନଙ୍କ ପୁଅ ଅମ୍ବରୀଶଙ୍କୁ ଉକ୍ତ ପ୍ୟାକ୍ସର ଭାରପ୍ରାପ୍ତ ସିଇଓ ତଥା ସମ୍ପାଦକ ଓ ଜ୍ୱାଇଁ ତଥା ବରଗଡ ଜିଲ୍ଲା ବରପାଲି ବ୍ଲକ୍ ରେମେଡ ଗାଁର ଅନିଲ କୁମାର ଦାସଙ୍କୁ ସ‌ହ ସମ୍ପାଦକ ଭାବେ ବେଆଇନ ନିଯୁକ୍ତି ଦିଆଯାଇଥିଲା । ସେହିପରି ପ୍ୟାକ୍ସର ରାତ୍ର ଜଗୁଆଳୀ ଥିବା ମକୁନ୍ଦ ନାଏକଙ୍କ ପୁଅ ଅମିତଙ୍କୁ ରାତ୍ର ଜଗୁଆଳୀ ଓ ପିଅନ ମନୋଜ ଦାସଙ୍କ ପୁଅ ଅଜିତକୁ ପିଅନ ଭାବେ ନିଯୁକ୍ତି ପାଇଥିଲେ । ଚାଷୀଙ୍କୁ ଅନେକ ଅଭିଯୋଗ ତଥା ଆନ୍ଦୋଳନ ପରେ ଜିଲ୍ଲା ଡ. ନୃପରାଜ ସାହୁ ଏହି ଦିଗରେ ତଦନ୍ତ କରି ଏଭଳି ଦୁର୍ନିତୀ ପ୍ରମାଣ ମିଳିବା ପରେ ଡିଆରସିଏସଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ । ଏହି ଘଟଣାରେ ପୂର୍ବରୁ ମରାଡୁଗୋଛା ପ୍ୟାକ୍ସ ସମ୍ପାଦକ ନବୀନ ଦାଶଙ୍କୁ ନିଲମ୍ବନ କରାଯାଇଥିଲା । ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ଆଦେଶ ନଂ. 4306/ତା.31/03/2026ମାଧ୍ୟମରେ ସୋନପୁର ସର୍କଲ ର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ( ARCS ) ଶ୍ରୀ ଭବାନୀ ଶଙ୍କର ଦାସ ଙ୍କୁ ସୁବର୍ଣ୍ଣପୁର DRCS ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି l ଶ୍ରୀ ଦାସ ନିଜ ଦାୟିତ୍ୱ ସହ ନୂତନ ଦାୟିତ୍ୱ ମଧ୍ୟ ତୁଲାଇବେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…..

Leave a Reply

Your email address will not be published. Required fields are marked *