April 5, 2026
Home » ରକ୍ତ ଦାନ କରି ଆତ୍ମ ତୃପ୍ତି ପାଆନ୍ତି ସୁବାସ ଦାସ l

ରକ୍ତ ଦାନ କରି ଆତ୍ମ ତୃପ୍ତି ପାଆନ୍ତି ସୁବାସ ଦାସ l

0
WhatsApp Image 2026-04-02 at 6.09.19 PM (1)

ସୁବର୍ଣ୍ଣପୁର —ନିଶା ରକ୍ତ ଦାନ କରିବା l ଯେଉଁଠି ହେଲେ ପହଞ୍ଚି ଯାଆନ୍ତି ରକ୍ତ ଦାନ କରିବାକୁ l କୌଣସି ବାଧା ବିଘ୍ନ ତାଙ୍କୁ ଅଟକାଇ ପାରେ ନାହିଁ l ରକ୍ତ ଦାନ କରିବେ ମାନେ ନିହାତି ପହଞ୍ଚିବେ ସଠିକ ସ୍ଥାନ କୁ lରାଜ୍ୟ ତଥା ବୌଦ୍ଧ ଜିଲ୍ଲା ରେ ଉତ୍କଟ ରକ୍ତ ଆବଶ୍ୟକତା ଥିଲା ବେଳେ ଦରକାର ର ଅଧା ପ୍ରାୟ ରକ୍ତ ଦାନ ଶିବିରରେ ରକ୍ତ ସଂଗ୍ରହ ହୋଇଥାଏ l

ତାହା ଆବଶ୍ୟକତାକୁ ପୂରଣ କରି ପାରିନଥାଏ l ଏପରି ସ୍ଥଳେ ବୌଦ୍ଧ ଜିଲ୍ଳା ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମର ଶ୍ରୀ ସୁବାସ ଦାସ ଆଜକୁ 70 ଥର ରକ୍ତ ଦାନ କରି ସାରିଲେଣି l ତାଙ୍କୁ ରାମଗଡ଼ ଗ୍ରାମବାସୀ ତଥା ବୁଦ୍ଧିଜୀବୀଙ୍କ ତରଫରୁ ମାନପତ୍ର ଓ ମୋମେଣ୍ଟୁମ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ରକ୍ତ ଦାନ କରି ମୋତେ ଆତ୍ମ ତୃପ୍ତି ମିଳୁଛି ବୋଲି ସୁବାସ ଭାଇ ପ୍ରକାଶ କରିଥିଲେ ଓ ସମସ୍ତେ ରକ୍ତ ଦାନ କରିପାରିବେ ବୋଲି ମତ ଦେଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *