ଓଡିଆ ପକ୍ଷ ପାଳନର ଷଷ୍ଠ ଦିବସରେ ସ୍ଵଚ୍ଛତା ଅଭିଯାନ
ବରଗଡ଼:ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସରୁ ଆରମ୍ଭ କରି ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ମହା ଆଡ଼ମ୍ବରରେ ସାରା ରାଜ୍ୟରେ ‘ଓଡ଼ିଆ ପକ୍ଷ’ ପାଳନ ହେଉଛି। ଏହି ଭବ୍ୟ ଓ ଦିବ୍ୟ ସମାରୋହକୁ ଲୋକଙ୍କ ସହଭାଗିତାରେ ପାଳନ କରିବା ପାଇଁ, ବ୍ଲକଠୁ ନେଇ ରାଜ୍ୟସ୍ତରରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।


ଏହି ପରିପ୍ରେକ୍ଷିରେ ଆଜି ଜିଲ୍ଲା ପ୍ରସାଶନ ଓ ବରଗଡ଼ ପୌର ପରିଷଦ ଆନୁକୂଲ୍ୟରେ ସ୍ତନୀୟ ସାଇ ମନ୍ଦିର ପ୍ରାଙ୍ଗଣରେ ସଫେଇ କାର୍ଯ୍ୟକ୍ରମ ଆୟୋଜନ ସହ ‘ସ୍ଵଚ୍ଛତା ଅଭିଯାନ’ର ଶୁଭରମ୍ବ କରାଯାଇଛି । ସ୍ଵଚ୍ଛତାକୁ ଆମ ଦୈନନ୍ଦିନ ଜୀବନର ଅଂଶ କରିବା ଲକ୍ଷ୍ୟ ନେଇ ‘ଓଡ଼ିଆ ପକ୍ଷ’ର ପ୍ରମୁଖ ଦିବସ ଭାବେ ସାରା ରାଜ୍ୟରେ ଆୟୋଜିତ ହେଉଥିବା ଏହି ‘ସ୍ଵଚ୍ଛତା ଅଭିଯାନ’ରେ ପୌରାଧ୍ୟକ୍ଷା କଳ୍ପନାମାଝୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ କର୍ମଚାରୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଛାତ୍ରଛାତ୍ରୀ ଏବଂ ପୌର ପରିଷଦର କର୍ମଚାରୀ ଉପସ୍ଥିତ ରହି ସାଇ ମନ୍ଦିର ପ୍ରାଙ୍ଗଣକୁ ସଫା କରିଥିଲେ ।ଏହି ଅବସରରେ ପୌରାଧ୍ୟକ୍ଷା ଶ୍ରୀମତୀ ମାଝୀ କହିଥିଲେ ଯେ, ସମସ୍ତେ ନିଜ ଚତୁପାର୍ଶ୍ଵ ତଥା ଅଞ୍ଚଳର ବିଦ୍ୟାଳୟ, ମନ୍ଦିର, ପୁଷ୍କରିଣୀ ପରି ବିଭିନ୍ନ ସାର୍ବଜନୀନ ସ୍ଥାନର ସଫେଇରେ ନିଜକୁ ସାମିଲ କରି ସ୍ବଚ୍ଛତାର ଦୃଢ ସଙ୍କଳ୍ପ ନେବା ଏବଂ ନିଜ ସାଙ୍ଗସାଥି ତଥା ଅଞ୍ଚଳର ଲୋକଙ୍କୁ ଏକାଠି କରି ସମସ୍ତଙ୍କ ମଧ୍ୟରେ ସ୍ଵଚ୍ଛତା ପ୍ରତି ସଚେତନତା ବୃଦ୍ଧି କରିବା ।
ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ) ରିପୋର୍ଟ,
