April 10, 2026
Home » ଓଡ଼ିଆ ପକ୍ଷ ଅବରସରରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।

ଓଡ଼ିଆ ପକ୍ଷ ଅବରସରରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।

0
1001025907
ନୟାଗଡ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୧ ରୁ ୧୪ ତାରିଖ ଓଡ଼ିଆ ପକ୍ଷ ପାଳନ ଅବସରରେ ତା ୮.୪.୨୬ ତାରିକରେ ସ୍ବେଛାକୃତ ରକ୍ତଦାନ ଶିବିର ଅଭିଯାନ ନୟାଗଡ଼ ରକ୍ତ ଭଣ୍ଡାର ପକ୍ଷରୁ ଦୁଇଟି ସ୍ଥାନରେ ସଫଳତାର ସହ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରେଡ଼କ୍ରସ ଭଲ୍ୟୁଣ୍ଟିୟର ଫୋରମ, ନୟାଗଡ଼ ଏବଂ ଜିଲ୍ଲା ‌ ସ୍ୱାସ୍ଥ୍ୟ ବିଭାଗ ମିଳିତ ସହଯୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏବଂ ଗଣିଆର ଏସ. ଏସ. ଆର. ଏନ. ଜୀଉ ମହାବିଦ୍ୟାଳୟ, ଆଡ଼କଟା ଠାରେ ଅନୁଷ୍ଠିତ ହୋଇଯାଇଛି l
ଏଥିରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପୁଷ୍ପା ନୀଳିମା ଲାକ୍ରା,ଏ.ଡି. ଏମ. ଓ ଡ଼ଃ ସୁଶାନ୍ତ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ,ଡେପୁଟି କଲେକ୍ଟର ତପତି ରାଜ , ତହସିଲଦାର, ରାଜେଶ କେଶରୀ ସ୍ୱାଇଁ,ଡି.ପି.ଏମ, ପ୍ରକାଶ ଚନ୍ଦ୍ର ବାନାର୍ଜୀ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ରେଡକ୍ରସ ଭଲ୍ୟୁଣ୍ଟିୟର୍ସର ଫୋରମର କନଭେନର ସୁନିତା ରାଣୀ ମହାପାତ୍ର, ଉପଦେଷ୍ଟା ବିଭୂତି ଭୂଷଣ ପଟ୍ଟନାୟକ ଓ ସଭ୍ୟ ମାନେ ରକ୍ତ ଦାନ ଶିବିର ରେ ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
୩୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ନୟାଗଡ ତହସିଲଦାର ରାଜେଶ କେଶରୀ ସ୍ବାଇଁ ମଧ୍ୟ ରକ୍ତଦାନ କରିଥିଲେ । ସମସ୍ତଙ୍କ ସହଯୋଗ ଓ ଉପସ୍ଥିତି ଦ୍ୱାରା କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *