April 10, 2026
Home » ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସରରେ କଳାକାରଙ୍କୁ ସମ୍ବର୍ଦ୍ଧନା।

ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସରରେ କଳାକାରଙ୍କୁ ସମ୍ବର୍ଦ୍ଧନା।

0
WhatsApp Image 2026-04-10 at 5.45.35 PM

ପୋଲସରା:- ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଦଶମ ଦିବସରେ ଲୋକ ସଂସ୍କୃତି ସହିତ ଜଡ଼ିତ ପ୍ରଥମ କରି ୨୬ ଜଣ ବିଭିନ୍ନ କଳାକାରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଅଧ୍ୟକ୍ଷା ସଙ୍ଗୀତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନା ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରାଙ୍କ ସମେତ ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ ଏବଂ ୧୯ ଗୋଟି ୱାର୍ଡର କାଉନସିଲରମାନେ ଯୋଗ ଦେଇଥିଲେ।

କ୍ଷେତ୍ର ପରିଦର୍ଶକ ଭଗବାନ ପ୍ରଧାନଙ୍କ ସଂଯୋଜନାରେ ପୌର ପରିଷଦ ଅନ୍ତର୍ଗତ ରହି ପୁରୁଷାନୁକ୍ରମେ ରାଜ୍ୟର ବିଭିନ୍ନ କଳା, ସଂସ୍କୃତିକୁ ନିରବଚ୍ଛିନ୍ନ ଭାବେ ବଞ୍ଚାଇ ରଖିଥିବା ନିମନ୍ତ୍ରିତ କଳାକାରମାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରାଯିବା ସହିତ ସେମାନଙ୍କୁ ଉତ୍ତରୀୟ, ଫଟୋଚିତ୍ର ସହିତ ପ୍ରଶଂସାପତ୍ର ଦିଆଯାଇ କରତାଳି ମଧ୍ୟରେ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏଥିସହିତ ଆସନ୍ତା ମଇ ମାସ ୧୬ ତାରିଖ ଠାରୁ ପୌର ପରିଷଦ ପକ୍ଷରୁ ଘରକୁ ଘର ବୁଲି ଆରମ୍ଭ କରାଯିବାକୁ ଥିବା ଜନଗଣନା-୨୦୨୭ ସକାଶେ ଉପସ୍ଥିତ କଳାକାରମାନଙ୍କୁ ଚିରିକୁଟ ଏବଂ ରୁପେଲି ପରଦା ମାଧ୍ୟମରେ ସଚେତନ କରାଯାଇଥିଲା। ଏହି ସମୟରେ ପରିଷଦର ସମସ୍ତ ବିଭାଗୀୟ ଷ୍ଟାଫ୍ , କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *