ଡ.ଆମ୍ବେଦକର ଜନ୍ମ ଶତବାର୍ଷିକୀ ପାଳନ ଅବ୍ୟବହିତ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ
ସମ୍ବଲପୁର : ଆସନ୍ତା ୧୪ ତାରିଖ ଭାରତର ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କର ୧୩୫ ତମ ଜନ୍ମ ଶତବାର୍ଷିକୀ ପାଳନ ଅବସରକୁ ସ୍ମରଣୀୟ କରିବ ପାଇଁ ଡକ୍ଟର ବି.ଆର.ଆମ୍ବେଦକର ସୋସିଆଲ ୱେଲଫେଆର ଫେଡରେସନ, ସମ୍ବଲପୁର ତରଫରୁ ସହରର ଉଚ୍ଚ ବିଦ୍ୟାଳୟମାନଙ୍କର ଛାତ୍ରଛାତ୍ରୀଙ୍କୁ ନେଇ ବିତର୍କ, ସାଧାରଣ ଜ୍ଞାନ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଏବଂ ବୁଢ଼ାରଜା ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହଯୋଗରେ ଆୟୋଜିତ ବିତର୍କ ପ୍ରତିଯୋଗିତାରେ ବିକାଶ ସ୍କୁଲର ଶାସନ ଅନ୍ବେଷା ପାଣିଗ୍ରାହୀ ପ୍ରଥମ, ଗୁରୁନାନକ ପବ୍ଲିକ ସ୍କୁଲର ପ୍ରକୃତି ଜେନା ଦ୍ବିତୀୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଧନୁପାଲିର ଅଦ୍ୟାଶା ପଟ୍ଟନାୟକ ତୃତୀୟ, ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ବାଳିକା ଉଚ୍ଚ ବିଦ୍ୟାଳୟ, ସମ୍ବଲପୁରର ନିକିତା ସାହୁ ପ୍ରଥମ, ଶ୍ରୀ ଗଣେଶ ବାଳିକା ଉଚ୍ଚ ବିଦ୍ୟାଳୟର ଶିପାଲି ବିଭାର ଦ୍ବିତୀୟ, ସରକାରୀ ଉଚ୍ଚ ବିଦ୍ୟାଳୟ ଚିପିଲିମାର କ୍ରିତିକା କ୍ରିତିକା ସୁନା ତୃତୀୟ ଏବଂ ପ୍ରବନ୍ଧ ପ୍ରତିଯୋଗୀତାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଧନୁପାଲିର ସିକୃତି ନାୟକ ପ୍ରଥମ, ଗୁରୁନାନକ ପବ୍ଲିକ ସ୍କୁଲର ସିଦ୍ଧିଦାତ୍ରୀ ପତି ଦ୍ବିତୀୟ ଓ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଅନନ୍ୟା ମହାନନ୍ଦ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ଆଜିର ପ୍ରତିଯୋଗିତାରେ ସମ୍ବଲପୁର ସହର ଏବଂ ନିକଟସ୍ଥ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସମସ୍ତ କୃତି ପ୍ରତିଯୋଗୀଙ୍କୁ ଚଳିତ ମାସ ୧୯ ତାରିଖ ଓଡ଼ିଶା ସାଂସ୍କୃତିକ ସମାଜ, ସମ୍ବଲପୁରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫେଡରେସନର ସଭାପତି ଇଂ ଦ୍ବିତିଆ ଗର୍ଡିଆ, ଉପଦେଷ୍ଟା ଇଂ ବୀରେନ୍ଦ୍ର ଜଗତ, କାର୍ଯ୍ୟକାରୀ ସଭାପତି ବରୁଣ ସୁନା, ସମ୍ପାଦକ କ୍ଷେତ୍ରମଣି ବିଭାର, ଗଣେଶ ହରିପାଲ, ରାଜେଶ କୁମ୍ଭାର, ଗିରିଧାରୀ ଖୁରା, ଜଗମୋହନ ନାଗ, ରିତେଶ ନାଗ, ଶ୍ରୀମତୀ ଅନୁପମା ନାଗ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ କ୍ଷୀରୋଦ ପ୍ରଧାନ, ଆହ୍ଲାଦିନୀ ନାଥ, ଅସନିଧର ସା, ସୁରମା ଗଡ଼ନାୟକ, ସୁଶାନ୍ତ କୁମାର ସାହୁ, ଟି.ରମେଶ ଯଥାକ୍ରମେ ବିତର୍କ, ପ୍ରବନ୍ଧ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତାର ବିଚାରକ ଥିଲେ । ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଯୁଗଳ କିଶୋର ପେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁବ୍ରତା ପତି ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତିଯୋଗିତା ଗୁଡ଼ିକର ପରିଚାଳନାରେ ସହଯୋଗ କରିଥିଲେ ।
ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ) ରିପୋର୍ଟ,
