April 13, 2026
Home » ଦୀର୍ଘ ୨ ମାସ ହେବ ଅମୃତଧାରା ଅଚଳ ଅବସ୍ଥାରେ ପଡ଼ିରହିଛି।

ଦୀର୍ଘ ୨ ମାସ ହେବ ଅମୃତଧାରା ଅଚଳ ଅବସ୍ଥାରେ ପଡ଼ିରହିଛି।

0
WhatsApp Image 2026-04-13 at 2.27.17 PM

 

ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲାର ପୁରୁଣା ମେଡିକାଲ ସାମ୍ନା ରେ ଥିବା ଅମୃତଧାରା ରେ ଦୁଇ ମାସ ରୁ ଉର୍ଦ୍ଧ୍ବ ହେବ ବାହାରୁ ନାହିଁ ଜଳ । ଯାହାର ଫଳରେ କି ଲୋକେ ପିଇବା ପାଇଁ ପାଣି ବୁନ୍ଦାଏ ମଧ୍ଯ ପାଉନାହାନ୍ତି । ପ୍ରତ୍ୟେକ ପାନୀୟ ଜଳ ଯୋଗାଣ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରି ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେଣୁ ଅଭିଯୋଗ ହେବାର ୨୪ ଘଣ୍ଟା ମଧ୍ୟରେ ତାହା ମରାମତି କରିବାକୁ ସରକାରୀ ନିର୍ଦ୍ଦେଶ ମଧ୍ୟ ରହିଛି। କିନ୍ତୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଙ୍କ ଅବହେଳା ଯୋଗୁଁ ଲୋକେ ବାସ୍ତବରେ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଜନସାଧାରଣ ଙ୍କ କହିବା ଅନୁସାରେ ଏହା ଦୁଇ ମାସ ରୁ ଉର୍ଦ୍ଧ୍ବ ଦିନ ଧରି ଶୁଖୁଲା ଅବସ୍ଥା ରେ ପଡ଼ି ରହିଛି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ କେହି ଶୁଣୁ ନ ଥିବା କହୁଛନ୍ତି । ବର୍ତ୍ତମାନ ମେଡିକାଲ କୁ ଚିକିତ୍ସିତ ହୋଇ ଆସୁଥିବା ରୋଗୀ ଓ ରାସ୍ତାରେ ଯାଉଥିବା ବାଟୋଇ ଙ୍କ ପାଇଁ ପାନୀୟ ଜଳ ସମସ୍ୟା ଦ୍ବିଗୁଣିତ ହେଉଛି ବୋଲି ଲୋକେ କହିଛନ୍ତି । ଏଣୁ ଏହି ଅମୃତଧାରା କୁ ପିଇବା ଜଳ ବୁନ୍ଦାଏ ପାଇଁ ଆସି ଜଳ ନ ପାଇ ନିରାଶ ମନରେ ହଇରାଣ ହେଇ ଫେରୁଛନ୍ତି । ତେଣୁ ଜଳ ଭଳି ମୌଳିକ ସମସ୍ୟା କୁ ଦୃଷ୍ଟିରେ ରଖି ଏହି ଅମୃତଧାରା କୁ ଚାଲୁ କରିବା ପାଇଁ ଜନସାଧାରଣ ରେ ଦାବି ଜୋର୍ ଧରିଛି । ଆମର ପ୍ରତିନିଧି ପୌର ନିର୍ବାହୀ ଅଧିକାରୀ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ କିନ୍ତୁ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ । ତେଣୁ ଏହି ଖବର ବାରମ୍ବାର ପ୍ରସାରଣ ହେବା ପରେ ପୌର ନିର୍ବାହୀ ଅଧିକାରୀ ଙ୍କ କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗୁଛି ତାହା ଦେଖିବାକୁ ବାକି ରହିଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *