May 15, 2026
Home » ଶୀତଳ ବାମ୍ଫ ଚିକିତ୍ସା ଆରମ୍ଭ

ଶୀତଳ ବାମ୍ଫ ଚିକିତ୍ସା ଆରମ୍ଭ

0
Screenshot 2026-04-15 133904

, ପୁରୀ: ପବିତ୍ର ମହା ବିଶୁଭ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ପ୍ରମୁଖ ସ୍ୱଚ୍ଛା ସେଵୀ ଅନୁଷ୍ଠାନ ଶାନ୍ତି ପକ୍ଷରୁ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୀତଳ ବାମ୍ଫ ଚିକିତ୍ସା ଓ ଟଙ୍କ ତୋରାଣି ବଣ୍ଟନ କେନ୍ଦ୍ର ଉଦଘାଟିତ ହୋଇଯାଇଥିଲା । ଏହି ଅବସରରେ ଆୟୋଜିତ ଉତ୍ସବକୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଅନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ,

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭା ସାଂସଦ ସୁବାଶିଷ ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ ନୀଳମାଧଵ ଭୋଇ, ସୂଚନା ଲୋକ ସମ୍ପର୍କ ବିଭାଗର ଉପ ନିର୍ଦେଶକ ସନ୍ତୋଷ କୁମାର ସେଠି, ପ୍ରାପ୍ତନ ବିଧାୟକ ଜୟନ୍ତ କୁମାର ସରଂଘିଙ୍କ ସମେତ ବହୁ ବିଶିଷ୍ଟ ଭଦ୍ର ବ୍ୟକ୍ତି, ଭଦ୍ର ମହିଳା ଓ ବହୁ ପଦସ୍ଥ ଅଧିକାରୀ ମାନେ ଯୋଗଦେଇ ଏହାଏକ ମହତ ପୂର୍ଣ୍ଣ କାର୍ଯ୍ୟ ଏହାର ସଫଳତା ପାଇଁ ସହଯୋଗ କାମନା କରିଥିଲେ, ସମଗ୍ର ଭାରତ ବର୍ଷ ରେ ଶୀତଳ ବାମ୍ଫ ଚିକିତ୍ସା ଏକ ଅନନ୍ୟ ପରମ୍ପରା, ବାହାରୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନଙ୍କୁ ପ୍ରାତଃୟ ଏହି ବାମ୍ପ ଚିକିତ୍ସା ଯୋଗାଇ ଦିଆଯାଉଛି, ଅନୁଷ୍ଠାନର ସଭା ନେତ୍ରୀ ସଙ୍ଘମିତ୍ରା ଦାସ, ସମ୍ପାଦକ ପଦ୍ମନାଭ ତ୍ରିପାଠୀ, ବରିଷ୍ଠ ସଦସ୍ୟ ନାରଣ ଦାସ, ପୁଷ୍ପଜିତ ମହାପାତ୍ର, ଶରତ ରାଏ, ଜଗନ୍ନାଥ ଓଝା, କାଶୀନାଥ ସୁବୁଦ୍ଧି, ପ୍ରମୁଖ ସ୍ୱଚ୍ଛା ସେବୀ ମାନେ ଏହି କରାଯ୍ୟକ୍ରମକୁ ପରିଚାଳନା କରିଥିଲେ, ଏହି ଶୀତଳ ବାମ୍ଫ ଚିକିତ୍ସା ଆସନ୍ତା ରଥଯାତ୍ରା ପର୍ଯ୍ୟନ୍ତ ଚାଲୁ ରହିବ ।

Leave a Reply

Your email address will not be published. Required fields are marked *