କିସନା ଡାଏମଣ୍ଡ ଏବଂ ସୁନା ଗହଣା ଶୁଭାରମ୍ଭ
ବ୍ରହ୍ମପୁର, ସ୍ଥାନୀୟ ସାନ ବଜାର ଠାରେ କିସନା ଡାଏମଣ୍ଡ ଏବଂ ସୁନା ଗହଣା ପକ୍ଷରୁ ବ୍ରହ୍ମପୁର ଠାରେ ଶୁଭାରମ୍ଭ ହୋଇଯାଇଛି,ଓଡିଶାରେ ଏହାର ୬ଷ୍ଠ ତଥା ଭାରତର ୧୫୦ ତମ ବିଶେଷ ଶୋ’ ରୁମ୍ । ଏହି ଉଦ୍ଘାଟନରେ ମୁଖ୍ୟ ଅତିଥ୍ ରୂପେ ହରି କ୍ରିଷ୍ଣା ଗ୍ରୁପ୍ର ପ୍ରତିଷ୍ଠାତା ତଥା ଏମ.ଡ଼ି. ଶ୍ରୀ ଘନଶ୍ୟାମ ଢୋଲକିଆ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥ୍ ରୂପେ ସିଇଓ ପରାଗ ଶାହ, ପାର୍ଟନର ଶ୍ରୀ କେ. ରବିନ୍ଦ୍ରନାଥ ସେନାପତି, ଶ୍ରୀଯୁକ୍ତ କେ. ରାଜ କୁମାର ସେନାପତି ଏବଂ ଶ୍ରୀମତି କେ. ସସ୍ମିତା ସେନାପତି ପ୍ରମୁଖଙ୍କ ମିଳିତରେ ଶୋ ରୁମର ଶୁଭ ଉଦ୍ଘାଟନ କରାଯାଇଥିଲା ।

ଏନେଇ ଏହି ନୂତନ ଶୋ’ ରୁମ୍ ମାଧ୍ଯମରେ କିସନା ଏହି ଅଂଚଳରେ ତାହାର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି, ଏମ.ଡ଼ି. ଶ୍ରୀ ଢୋଲକିଆ । ସେହିପରି ସିଇଓ ଶ୍ରୀ ଶାହ କହିଛନ୍ତି ଯେ, ଆଧୁନିକ ଡିଜାଇନ ଠାରୁ ଆରମ୍ଭ କରି ପାରମ୍ପରିକ ଅକେଜନ ୱେୟାର ପର୍ଯ୍ୟନ୍ତ, ଆମେ ପ୍ରତ୍ୟେକ ଉପଭୋକ୍ତାଙ୍କ ପସନ୍ଦ ପାଇଁ କିଛି ଉତ୍ପାଦ ପ୍ରଦାନ କରିବାକୁ ଲକ୍ଷ୍ୟ ରଖୁଛୁ, ।

ଏହି ପରିପ୍ରେକ୍ଷୀରେ ଶୋ ରୁମର ମୁଖ୍ୟ ଶ୍ରୀ ସେନାପତି କହିଛନ୍ତି ଯେ କିସ୍ନା ପକ୍ଷରୁ ଏକ ସ୍ବତନ୍ତ୍ର ଉଦ୍ଘାଟନୀ ଅଫର ଆରମ୍ଭ କରାଯାଇଛି, ଯେଉଁଥିରେ ହୀରା ଅଳଙ୍କାର ଉପରେ ୫%ର ଅତିରିକୁ ରିହାତି ଅନୁର୍ଭୁକ୍ତ ଥିଲା । କିସ୍ନା ପକ୍ଷରୁ‘ଅକ୍ଷୟ ଅଫର’ର ଘୋଷଣା କରାଯାଇଛି, ଯେଉଁଥିରେ ହୀରା ଓ ସୁନା ଅଳଙ୍କାର ଉପରେ ଏକାଧିକ ଉତ୍ସାହଜନକ ଅଫର ଅନ୍ତର୍ଭୁକ୍ତ ରହିଛି। ଏହାସହ ସେ କହିଛନ୍ତି ଯେ, କିସ୍ନା ପକ୍ଷରୁ ହୀରା ଅଳଙ୍କାରର ମେକିଂ ଚାର୍ଜ ଉପରେ ଫ୍ଲାଟ ୪୦% ରିହାତି ଓ ସୁନା ଅଳଙ୍କାରର ମେକିଂ ଚାର୍ଜ ଉପରେ ୩୦%ର ରିହାତି ପ୍ରଦାନ କରାଯାଉଛି । ଉପଭୋକ୍ତା ମାନେ ହୀରା ଓ ସୁନା ଅଳଙ୍କାରର ନିର୍ଦ୍ଦିଷ୍ଟ କ୍ରୟ ଉପରେ ୧୦ ଗ୍ରାମ ଓ ୨୦ ଗ୍ରାମର ସିଲଭର କଏନ ମାଗଣାରେ ପାଇ ପାରିବେ ବୋଲି କହିଛନ୍ତି।
NARASINGH DAKUA NKA REPORT
