April 23, 2026
Home » ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ (OAVS ) ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ।

ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ (OAVS ) ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ।

0
1001047722
ନୟାଗଡ଼ : ନୟାଗଡ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (OAVS) ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ସ୍ମିତା ରାଉତ (IAS) ୧୬.୪.୨୦୨୬ ରୁ ୧୭.୪.୨୦୨୬ ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷା କାର୍ଯ୍ୟର ନିରୀକ୍ଷଣ ଓ ସମୀକ୍ଷା କରିଥିଲେ। ଏହି ପରିଦର୍ଶନ ସମୟରେ ସେ ରଣପୁର, ନୟାଗଡ଼, ଖଣ୍ଡପଡ଼ା ଓ ଭାପୁର ବ୍ଲକର କିଛି ବିଦ୍ୟାଳୟ ଦର୍ଶନ କରିଥିଲେ।
ପରିଦର୍ଶିତ ବିଦ୍ୟାଳୟମାନଙ୍କ ମଧ୍ୟରେ ବି.ସି. ହାଇସ୍କୁଲ ରଣପୁର, ଓଏଭି ବଳରାମପୁର, ସରକାରୀ ଉ.ପ୍ରା. ବିଦ୍ୟାଳୟ ବେଗୁନିଆପଟଣା, ଓଏଭି ନୋଟାର, ସରକାରୀ ଉ.ଗ୍ରା. ହାଇସ୍କୁଲ ଜୋଗିଆପଲ୍ଲୀ, ବରପାଲ୍ଲୀ ବି.ପି.ୟୁ.ପି.ଏସ, ଉଜୁଳଙ୍ଗ ପି.ପି.ଏସ, ଲିଙ୍ଗରାଜ ନୋଡାଲ ଉ.ପ୍ରା. ବିଦ୍ୟାଳୟ, ଓଏଭି ତରାଣ୍ଡୋ ଓ ଓଏଭି ଫତେଗଡ଼ ଆଦି ଅନ୍ତର୍ଭୁକ୍ତ ଥିଲା। ଓଏଭିର ହଷ୍ଟେଲ ଗୁଡ଼ିକ ସୁପରିଚାଳନା ପାଇଁ ମତ ବ୍ୟକ୍ତ କରିବା ସହ ଭିତ୍ତିଭୂମିକୁ ଗୁରୁତ୍ୱ ଦେଇଥିଲେ । ସରକାରୀ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ସୃଦୁଢ କରିବା ପାଇଁ ଅନ୍ୟ ବିଭାଗ ସହ ସହଯୋଗ କରିବା ପାଇଁ ଉପଦେଶ ଦେଇଥିଲେ।ପରିଦର୍ଶନ ସମୟରେ ଶିଶୁ ବାଟିକା କାର୍ଯ୍ୟକ୍ରମ ସୁଚାରୁ ଭାବେ ଚାଲୁଥିବା ଦେଖାଯାଇଥିଲା। ଖେଳାଧାରିତ ଶିକ୍ଷା ପ୍ରଣାଳୀ ଓ ଟିଚିଂ–ଲର୍ଣ୍ଣିଂ ମେଟେରିଆଲ (ଜାଦୁ ପେଟି) ବ୍ୟବହାର ବ୍ୟାପକ ଭାବରେ ହେଉଥିବା ପରିଲକ୍ଷିତ କରି ଖୁସୀ ବ୍ୟକ୍ତ କରିଥିଲେ। ସମସ୍ତ ବିଦ୍ୟାଳୟରେ ଶିକ୍ଷଣ ସୋପାନ ରେଜିଷ୍ଟର ରଖାଯାଇଥିବା ସହ ପାଠନ ଅଭିଯାନ ଓ ରିମେଡିଆଲ ସହାୟତା ସକ୍ରିୟ ଭାବେ କାର୍ଯ୍ୟକରୀ ହେଉଥିବା ଦେଖିଥିଲେ। ଶ୍ରୀମତୀ ସ୍ମିତା ରାଉତଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଓ ଶିକ୍ଷା ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ତାଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାଣ୍ଡେ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବନଲତା ବେହେରା ଉପସ୍ଥିତ ଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *