ତ୍ରିଶଙ୍କୁ ଅବସ୍ଥା ରେ ଉଫୁଲା ଗ୍ରାମ ପଞ୍ଚାୟତବାସୀ , ସରକାରୀ, ମଙ୍ଗଳକାରୀ ଯୋଜନା ଦିଗହୀନ
ସୁବର୍ଣ୍ଣପୁର: ଏପ୍ରିଲ ୨୪ ତାରିଖ ରେ ସମଗ୍ର ଭାରତ ବର୍ଷରେ ରାଜ୍ୟ, ଜିଲ୍ଲା, ବ୍ଲକ୍ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଧୁମ୍ ଧାମ ରେ ପାଳନ ହେଉଛି । ଭାରତୀୟ ସମ୍ବିଧାନର 73 ତମ ସଂଶୋଧନ ଓ ଶାସନ ର ବିକେନ୍ଦ୍ରୀକରଣ କୁ ସମ୍ମାନ ଜଣାଇ ସ୍ଵତନ୍ତ୍ର ଗ୍ରାମ ସଭା ର ସିଧା ପ୍ରସାରଣ,ମହିଲାନେତୃତ୍ଵ ବିକାଶ, ପଞ୍ଚାୟତ ଆଡଭାନ୍ସ ଇଣ୍ଡେକ୍ସ, ଏଲ୍ ଏସ ଡି ଜି ଏସ ଆଲୋଚନା, ନିଜସ୍ଵ ସମ୍ବଳ ବୃଦ୍ଧି ସମ୍ପର୍କିତ ସଭାସାର୍ ପୋର୍ଟାଲ ରେ ଅପଲୋଡ଼ କରାଯାଇ ଥିବା ବେଳେ ବୀରମହାରାଜପୁର ବ୍ଲକ୍ ସଦର ଗ୍ରାମ ପଂଚାୟତ ଉଫୁଲା ବାସୀ ତ୍ରିଶଙ୍କୁ ଅବସ୍ଥାରେ ରହି ସରକାରୀ ଉନ୍ନୟନ ଓ ମଙ୍ଗଳକାରୀ ଯୋଜନା ସାତସପନ ହୋଇଛି। ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାର ବୀରମହାରାଜପୁର କୁ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ( NAC )ଘୋଷଣା କରି ଉଫୁଲା, ଚମ୍ପାମାଳ ପଂଚାୟତ କୁ ଉଛେଦ କରି ନିର୍ବାଚିତ ସରପଞ୍ଚ ୱାର୍ଡ ମେମ୍ବର ପଦ ରଦ୍ଦ କରି 73 ତମ ସମ୍ବିଧାନ ସଂଶୋଧନ ଓ କ୍ଷମତା ବିକେନ୍ଦ୍ରୀ କରଣରେ ବାଧକ ସାଜିଛନ୍ତି। ନୂତନ ବୀରମହାରାଜପୁର NAC ରେ ନିର୍ବାଚିତ ପ୍ରତିନିଧି ନଥିବା ବେଳେ ତୃଣମୂଳ ସ୍ତର ସ୍ଵୟଂକ୍ରିୟ ଗଣତାନ୍ତ୍ରିକ ପଞ୍ଚାୟତି ରାଜ ଅନୁଷ୍ଠାନ ଗ୍ରାମ ପଂଚାୟତ ଉଫୁଲା, ଚମ୍ପାମାଲ୍ କୁ ବିଲୋପ ନିର୍ବାଚିତ ସରପଞ୍ଚ, ୱାର୍ଡ ମେମ୍ବର, ନାଏବ ସରପଞ୍ଚ ଙ୍କୁ 1 ବର୍ଷ ପୂର୍ବରୁ ଅସାମ୍ବିଧାନିକ ଭାବେ ଭାଙ୍ଗିବା ଦ୍ଵାରା ଗ୍ରାମ ପଞ୍ଚାୟତ ବାସୀ ସମସ୍ତ ସରକାରୀ ଉନ୍ନୟନ ଓ ମଙ୍ଗଳ କାରୀ ଯୋଜନା ସୁଫଳ ରୁ ବଞ୍ଚିତ ହୋଇଛନ୍ତି। ସାଧାରଣ ଜନତା ଙ୍କୁ ନୂତନ ବୀରମହାରାଜପୁର NAC ର ସେବା ଦେବାରେ ବିଫଳ ହୋଇଥିବା ବେଳେ ଗ୍ରାମ ପଞ୍ଚାୟତ ସେବାରୁ ବଞ୍ଚିତ ହୋଇ ମୌଳିକ ଅଧିକାର ରୁ ବଞ୍ଚିତ ହୋଇ ତ୍ରିଶଙ୍କୁ ଅବସ୍ଥାରେ ରହି ଦୁର୍ବିସହ ଜୀବନ ଯାପନ କରୁଛନ୍ତି। ପାନୀୟ ଜଳ ଯୋଗାଣ, ନଳକୂପ ମରାମତି ରେ ବିଳମ୍ବ, ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ ଭତ୍ତା ରାଶି ପାଇଁ ଗ୍ରାମ ପଞ୍ଚାୟତ କୁ ଦୌଡି ଦୌଡ଼ି ନୟାନ୍ତ ହେବା, ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ଗ୍ରାମ ପଂଚାୟତ ର ବିଭିନ୍ନ ଛକରେ ପଥଚାରୀ ଙ୍କ ପାଇଁ ଜଲଛତ୍ର ଖୋଲି ପାନୀୟ ଜଳ ବଣ୍ଟନ ନକରିବା, ଉନ୍ନୟନ ପ୍ରକଳ୍ପ ସମୁହ ଅଧାପନ୍ତରିଆ ଭାବେ ପଡ଼ି ରହିବା ଅଞ୍ଚଳ ବିକାଶ ରେ ବାଧକ୍ ହେବା ,ହରିଶ୍ଚନ୍ଦ୍ର ଯୋଜନା ହିତାଧିକାରୀ,ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ସବସଂସ୍କ।ର ସହାୟତା ନ ପାଇବା, ଜରୁରୀ ସେବା ଯୋଗାଇବାରେ ପ୍ରଶାସନ ବିଫଳ ହେବା ଦ୍ବାରା ଜନସାଧାରଣ,ଗ୍ରାମସଭା , ପଞ୍ଚାୟତ ସଭା, ଜନ ସାଧାରଣଙ୍କ ମୌଳିକ ସୁବିଧା ସରକାର ଯୋଗାଇବା ରେ ବିଫଳ ହୋଇଥିବା ଦେଖାଦେଇଛି।ଏଣୁ ସ୍ଥାନୀୟ ଲୋକ ପ୍ରତିନିଧି ଓ ଓଡ଼ିଶା ସରକାର ଦୃଷ୍ଟିଦେବା ସହ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ଦୃଢ଼ ଦାବି ହେଉଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
