ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା ରେ 5 ଗିରଫ, ସୁବର୍ଣ୍ଣପୁର ଜିଲ୍ଲା ର ଜଣେ l
ସୁବର୍ଣ୍ଣପୁର — ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଘଟଣା ରେ ସମ୍ବଲପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ 5 ଜଣଙ୍କୁ ଗିରଫ କରିଛି l ଗିରଫ 5 ଜଣଙ୍କ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ବଡ଼ମାଳ ଗ୍ରାମ ର ଦୀପକ ମାହାର (25) ପି – ଅଶୋକ ମାହାର ବୋଲି ସୂଚନା ମିଳିଛି l ସମସ୍ତ ଅଭିଯୁକ୍ତ ଙ୍କ ଠାରୁ 5 ଟି ମୋବାଇଲ ଫୋନ ଜବତ ହୋଇଛି l ସମ୍ବଲପୁର ସାଇବର ଥାନା କେଶ ନମ୍ବର 16/2026 Information technology Act -2000-67/67(A)BNS 2023-319(2)/78/79 ଆଧାର ରେ ମାମଲା ରୁଜୁ ହୋଇଥିଲା l 23/04/2026 ରେ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି l ଅନ୍ୟ ଚାରି ଜଣ ଅଭିଯୁକ୍ତଙ୍କ ସହିତ ଦୀପକ ଗିରଫ ହୋଇଥିବା ସୂଚନା ମିଳିଛି l ସୂଚନା ଯୋଗ୍ୟ ଯେ, ଜଣେ ଯୁବତୀ ଙ୍କ ଅଶ୍ଳୀଳ ଭିଡିଓ ସାମାଜିକ ଗଣମାଧ୍ୟମ ରେ ଭାଇରାଲ କରିଥିବା ଅଭିଯୋଗ ହୋଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
