May 23, 2026
Home » ସ୍ଵୟଂସେବକ ସଂଘ ର ଶତାବ୍ଦୀ ଉପଲକ୍ଷେ ପଞ୍ଚମ ପ୍ରମୁଖ ଜନ ସଂଗୋଷ୍ଠୀ କାର୍ଯ୍ଯକ୍ରମ

ସ୍ଵୟଂସେବକ ସଂଘ ର ଶତାବ୍ଦୀ ଉପଲକ୍ଷେ ପଞ୍ଚମ ପ୍ରମୁଖ ଜନ ସଂଗୋଷ୍ଠୀ କାର୍ଯ୍ଯକ୍ରମ

0
WhatsApp Image 2026-04-27 at 2.02.41 PM

 

ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପ ଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ଶତାବ୍ଦୀ ଉପଲକ୍ଷେ ପଞ୍ଚମ କାର୍ଯ୍ୟକ୍ରମ ପ୍ରମୁଖ ଜନ ସଂଗୋଷ୍ଠୀ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଅଖିଳ ଭାରତୀୟ ସହ ସମ୍ପର୍କ ପ୍ରମୁଖ ଶ୍ରୀମାନ ରମେଶ ପାପ୍ପା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସଂଘର ୧୦୦ ବର୍ଷ ର ଯାତ୍ରା ଓ ଉପଲବ୍ଧି ବିଷୟରେ ଆଲୋଚନା କରିଥଲେ।ସଂଘ ୧୦୦ ବର୍ଷ ରେ ନିଜର ଲକ୍ଷ୍ୟ ଓ କାର୍ଯ୍ୟ ପଦ୍ଧତି ଅକ୍ଷୁର୍ଣ୍ଣ ରଖି ଅନବରତ ଭାବେ ବ୍ୟକ୍ତି ନିର୍ମାଣ କରି ଚାଲୁଛି।ରାଷ୍ଟ୍ର ର ପରମ ବୈଭବ ଓ ସର୍ଵତ୍ତୋମୁଖୀ ବିକାଶ ଦିଗରେ ସ୍ଵୟଂସେବକ ମାନେ କାମ କରି ଆସୁଛନ୍ତି।ପାଞ୍ଚ ପରିବର୍ତ୍ତନ ଦ୍ଵାରା ଦେଶର ବିକାଶ ହୋଇପାରିବ ଓ ବିଶ୍ଵ କୁ ସଦ୍ଭାବନା ର ବାର୍ତ୍ତା ଦେବାକୁ ଭାରତ ସକ୍ଷମ ହୋଇପାରିବ।ଏହି ରାଷ୍ଟ୍ର କାର୍ଯ୍ଯରେ ସମସ୍ତେ ପ୍ରମୁଖ ବ୍ୟକ୍ତିଙ୍କ ପ୍ରତ୍ଯକ୍ଷ ଓ ପରୋକ୍ଷ ସହଯୋଗ ଆବଶ୍ୟକ।ହିନ୍ଦୁତ୍ୱ ହିଁ ରାଷ୍ଟ୍ରୀୟତ୍ୱ ଏହି ସିଦ୍ଧାନ୍ତ ରେ ଦେଶ ଚାଲିଲେ ସର୍ବତ୍ର ସଦ୍ଭାବନା ପ୍ରତିଷ୍ଠା ହୋଇ ପାରିବ ଓ ସାମାଜିକ ସମରସତ୍ତା ଉପରେ ସମସ୍ତେ ଗୁରୁତ୍ଵ ଦେବା ପାଇଁ ଶ୍ରୀମାନ ରମେଶ ପାପ୍ପା ଆହ୍ଵାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଘଚାଳକ ଶ୍ରୀ ନବ କିଶୋର ପାଢି ସଂଘ ର ଓଡିଶା ପଶ୍ଚିମ ପ୍ରାନ୍ତର ସହ ସଦଦ୍ଭାବନା ସଂଯୋଜକ ଶ୍ରୀ ଜୟନ୍ତ କୁମାର ମୁଣ୍ଡ ଉପସ୍ଥିତ ଥିଲେ।ଖଣ୍ଡ କାର୍ଯ୍ୟବାହ ଶ୍ରୀ ଶିଶିର ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ lଜୁନାଗଡ଼ ଗୋଲାମୁଣ୍ଡା ଓ ଧର୍ମଗଡ଼ ର ଶତାଧିକ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *