April 29, 2026
Home » ନୟାଗଡ ଉତ୍କଳ ସମ୍ମିଳନୀ ଶାଖା ପକ୍ଷରୁ ୧୭୮ ତମ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ନୟାଗଡ ଉତ୍କଳ ସମ୍ମିଳନୀ ଶାଖା ପକ୍ଷରୁ ୧୭୮ ତମ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

0
1001059463
ନୟାଗଡ : ନୟାଗଡ ଉତ୍କଳ ସମ୍ମିଳନୀ ନୟାଗଡ ଶାଖା ପକ୍ଷରୁ ୟୁନିଟେକ୍ କଲେଜ ନୟାଗଡ ଠାରେ ଦିବା ୯ ଘଟିକାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ୧୭୮ ତମ ଜୟନ୍ତୀ ପାଳିତ ହୋଇଯାଇଛି । ନୟାଗଡ ଶାଖାର ସଭାପତି ବସିରନ ବିବିଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ୟୁନିଟେକ୍ କଲେଜର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ପୃଷ୍ଟି, ଆଲୋଚକ ଭାବେ ବିଶିଷ୍ଠ ସାହିତ୍ୟିକ ତଥା କୁଇଜ୍ ମାଷ୍ଟର ଚନ୍ଦ୍ରବିଜୟୀ ମିଶ୍ର ଓ ବିଶିଷ୍ଠ ସାହିତ୍ୟିକ ତଥା ନାଟ୍ୟକାର ଶରତ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ । ଆଲୋଚକ ମଧୁସୂଦନଙ୍କ ଦେଶର ସ୍ଵାଧୀନତା, ଆତ୍ମ ଜୀବନୀ, ବାଲ୍ୟଶିକ୍ଷା, ଉଚ୍ଚ ଶିକ୍ଷା, ସଂଘର୍ଷମୟ ଜୀବନ ବିଷୟରେ ବକ୍ତବ୍ୟ ଦେଲାବେଳେ, ସ୍ୱାଭିମାନ ସଚ୍ଚୋଟତା ଓ ଓଡିଆ ଜାତିର ଟେକ ରଖିବାପାଇଁ ଓଡ଼ିଶାକୁ ବିଶ୍ଵ ଦରବାରରେ ଉଚ୍ଚତର ସୋପାନରେ ପହଞ୍ଚାଇବାପାଇଁ ପ୍ରବଳ ଇଚ୍ଛାଶକ୍ତି ଏକାଗ୍ରତା କେହି ଭୁଲିଯିବା ଉଚିତ ନୁହେଁ ବୋଲି ଆଲୋକପାତ କରିଥିଲେ ।
ଜଦି କିଏ ଭୁଲିବାକୁ ଚେଷ୍ଟାକରେ ଓଡ଼ିଆ ଜାତି କେବେ କ୍ଷମା ଦେବେନାହିଁ । ଓଡ଼ିଆ ଜାତିର ସମସ୍ତଙ୍କ ହୃଦୟରେ ମଧୁବାବୁ ଅମର ହୋଇ ରହିଛନ୍ତି ରହିଥିବେ ମଧ୍ୟ ।ସମ୍ପାଦକ ସୁଦର୍ଶନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷାବିତ୍ ପ୍ରାକ୍ତନ ଅଧ୍ୟକ୍ଷ ମହମ୍ମଦ ଉମର ମାଲିକ ଉପସ୍ଥିତ ଛାତ୍ର/ଛାତ୍ରୀଙ୍କ ମଧ୍ୟରେ ସୁନ୍ଦର ଭାବରେ କୁଇଜ୍ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ବିଜୟୀ ଛାତ୍ର/ଛାତ୍ରୀମାନଙ୍କୁ ଅତିଥି ଓ ସଭ୍ୟ ସଭ୍ୟା ମାନଙ୍କ କର କମଳରେ ପୁରସ୍କୃତ କରିଥିଲେ । ସଭାପତି ବସିରନ ବିବି ତାଙ୍କର ଓଜସ୍ଵିନି ବକ୍ତବ୍ୟରେ ମଧୁବାବୁଙ୍କ କର୍ତ୍ତର୍ବ୍ୟ ନିଷ୍ଠା ଓ ସ୍ୱାଭିମାନ, ସତ୍ୟରେ କିପରି ଚାଲୁଥିଲେ ଉଦାହରଣ ଦେଇଥିଲେ ।ଆୟୋଜିତ ସଭାକୁ ଗୋପିନାଥ ସେଠୀ ଓ ନିଳିମା ନନ୍ଦ ସଂଯୋଜନା କରିଥିଲାବେଳେ, ସମ୍ପାଦକ ସୁଦର୍ଶନ ପ୍ରଧାନ ଉପସ୍ଥିତ ମଞ୍ଚାସିନ ଅତିଥି ଓ ଶତାଧିକ ଛାତ୍ର/ ଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉପସଭାପତି ଅରୁଣ କୁମାର ମହାନ୍ତି,ସଭ୍ଯ ଗୋକୁଳ କୁମାର ଷଡଙ୍ଗୀ, କାମାକ୍ଷା ପ୍ରସାଦ ଦାଶ, ପ୍ରଦୀପ କୁମାର ସାହୁ,ପ୍ରଫୁଲ୍ଲ କୁମାର ନାୟକ, ମମତା ମଞ୍ଜରୀ ଦେବୀ, ସୁଜାତା ତ୍ରୀପାଠୀ ଓ ପ୍ରିୟମ୍ବଦା ଦାଶ ଉପସ୍ଥିତ ରହି ସଭା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
             ଜୟନ୍ତୀ ସଭା ପୂର୍ବରୁ ପ୍ରଭାତରେ ପି ଏମ୍ ଶ୍ରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଥିବା ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ ନୟାଗଡ ଶାଖା ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ନୟାଗଡ ବ୍ଲକ ଶିକ୍ଷା ଅଧିକାରୀ ଉମାକାନ୍ତ ସେଠୀ , ସଭାପତି ବସରନି ବିବି,ସୁଦର୍ଶନ ପ୍ରଧାନ,ଗୋକୁଳ କୁମାର ଷଡ଼ଙ୍ଗୀ, ଉମର ମାଲିକ, ଶରତ ଚନ୍ଦ୍ର ଆଚାର୍ଯ୍ୟ, ପ୍ରଫୁଲ୍ଲ କୁମାର ନାୟକ, ପ୍ରଦୀପ ସାହୁ,ମମତା ମଞ୍ଜରୀ ଦେବୀ, ଗୋପୀନାଥ ସେଠୀ,ନିଳୀମା ନନ୍ଦ ଓ ଶିକ୍ଷକ ଅଜୟ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *