ଓଡିଶା ମାଧ୍ୟମିକ ପରିଷଦ ଦ୍ଵାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷା
ସ୍ୱାତୀ ମହାକୁଡ ୫୭୭ ମାର୍କ ରଖି ଜିଲ୍ଲା ରେ ପ୍ରଥମ,ସ୍ନେହlଶିନି ଭୋଇ ୫୬୨ ରଖି ଧର୍ମଗଡ଼ ବ୍ଲକ ର ସର୍ବୋଚ୍ଚ।
ଓଡିଶା ମାଧ୍ୟମିକ ପରିଷଦ ଦ୍ଵାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଉଛି lକଳାହାଣ୍ଡିର ୩୪୩ ବିଦ୍ୟାଳୟ ରୁ ୨୦୯୬୮ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ ଓ ୩୮୦ ଜଣ ଛାତ୍ର ଛାତ୍ରୀ ଅନୁପସ୍ଥିତ ଥିଲେ।ଖୁସିର କଥା ଏହି ବର୍ଷ କଳାହାଣ୍ଡି ଜିଲ୍ଲାରେ ୧୧୮ ଜଣ A1 ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି lଆହୁରି ଉଲ୍ଲେଖନୀୟ ଯେ ଧର୍ମଗଡ଼ ବ୍ଲକ ର ୧୨ ଟି କେନ୍ଦ୍ର ରେ ୨୯ ଟି ମାଧ୍ୟମିକ ବିଦ୍ୟାଳୟ ରୁ ୧୮୮୪ ଜଣ ମଧ୍ଯ ରୁ ୧୮୨୨ ଜଣ ପରୀକ୍ଷା ଦେଇଥିଲେ lତନ୍ମଧ୍ୟରୁ A1 ଗ୍ରେଡ ରେ ୨୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି lସରକାରୀ ଉଚ୍ଚ ବିଦ୍ୟାଳୟ ଧର୍ମଗଡ଼ ରୁ ଜଣେପର୍ଲl ରୁ ୩ ଜଣ,ସନ୍ଧି କୁଲିହାରି ରୁ ୬ଜଣ,ଟିପି ଗୁଡା ରୁ ୬ ଜଣ, ବେହେରା ରୁ ଜଣେ, ଖଇରପଦର ରୁ ଜଣେ,ସରସ୍ୱତୀ ଶିଶୁମନ୍ଦିର ରୁ ୫ ଜଣ,ଜୟନ୍ତପୁର ବାଳିକା ବିଦ୍ୟାଳୟ ରୁ ୨ ଜଣତେଲିପଲାସ ରୁ ଜଣେ A1 ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ନୋଡାଲ ଉଚ୍ଚ ବିଦ୍ୟାଳୟ ଧର୍ମଗଡ଼ର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ ଙ୍କ ଠାରୁ ପ୍ରକାଶ।ଧର୍ମଗଡ଼ ଉଚ୍ଚ ବିଦ୍ୟାଳୟ ରେ ଜୋସେଫ ନାଏକ ୫୪୦ ମାର୍କ ରଖି A1 ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ୬୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୪ଜଣ ପାସ କରିଛନ୍ତି ବୋଲି ପ୍ରଧାନ ଶିକ୍ଷକଙ୍କ ଠାରୁ ପ୍ରକାଶ।ଧର୍ମଗଡ଼ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ସ୍ନେହlଶିନି ଭୋଇ ୫୬୨ ରଖି ବ୍ଲକ ର ସର୍ବୋଚ୍ଚ ସ୍ଥାନରେ ଅଛନ୍ତି lକଳାହାଣ୍ଡି ଜିଲ୍ଲା ଗଣନାଥପୁର ଉଚ୍ଚ ବିଦ୍ୟାଳୟ ର ସ୍ୱାତୀ ମହାକୁଡ ୫୭୭ନମ୍ବରରୁ ରଖି ଜିଲ୍ଲାରେ ପ୍ରଥମ ସ୍ଥାନରେ ଅଛନ୍ତି ବୋଲି ପ୍ରକାଶ ପାଇଛି।
ସେହିପରି ଧର୍ମଗଡ଼ ବ୍ଲକର ପର୍ଲl ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଖିଲେଶ୍ୱରୀ ମେହେର ୫୬୧ ନମ୍ବର ରଖି ଦ୍ଵିତୀୟ ସ୍ଥାନରେ ଥିବା ସୂଚନା ମିଳିଛି।ଧର୍ମଗଡ଼ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ସ୍ନେହlଶିନି ଭୋଇ ୫୬୨ ରଖି ଧର୍ମଗଡ଼ ବ୍ଲକ ର ସର୍ବୋଚ୍ଚ ସ୍ଥାନରେ ଅଛନ୍ତି l ଧର୍ମଗଡ଼ ବ୍ଲକ ରେ ୨୯ ଗୋଟି ସ୍କୁଲ ରେ ୧୯୩୮ ଜଣ ଛାତ୍ର ଛାତ୍ରୀ ଫର୍ମ ପୂରଣ କରି ଥିବା ବେଳେ ୬୧ ଜଣ ଅନୁପସ୍ଥିତ ଥିଲେ। ମୋଟ ୧୮୪୩ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ୧୮୪୩ ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଥିବା ବେଳେ ୨୪ ଜଣ ଫେଲ୍ ହୋଇଛନ୍ତି।୨୬ ଜଣ ଛାତ୍ର ଛାତ୍ରୀ AI,୨୨୬ ଜଣ A2, ୪୯୦ ଜଣ B1,୫୧୬ ଜଣ B2,୩୭୯ ଜଣ C,୧୬୧ ଜଣ D ଏଵଂ ୪୫ ଜଣ ଛାତ୍ର ଛାତ୍ରୀ E ଗ୍ରୁପ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ଧର୍ମଗଡ଼ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ ସୁଚନା ଦେଇଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
