ଦୁଇଟି ପୃଥକ ଘଟଣା : ଡକାୟତି ଉଦ୍ୟମ ଓ ଠକେଇ ମାମଲା ରେ ତିନି ଗିରଫ l
ସୁବର୍ଣ୍ଣପୁର — ଡକାୟତି ଉଦ୍ୟମ ଓ ଠକେଇ ମାମଲା ରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଓ ସୋନପୁର ପୋଲିସ ତିନି ଜଣଙ୍କୁ ଧରିବାରେ ସଫଳ ହୋଇଛି l ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାତ ରେ ଧରାପଡିଲେ ଅପରାଧୀ l ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ଷ୍ଟେସନ କର୍ମଚାରୀଙ୍କ ସହିତ ଏସଆଇ ପ୍ରସନ୍ନଜିତ ବେହେରା ରାତ୍ରି ପାଟ୍ରୋଲିଂ କରୁଥିବା ସମୟରେ ରାତି ପ୍ରାୟ ୧୨:୩୦ ସମୟରେ ପୋଲିସ ଦଳ ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲେ ଯେ କିଛି କୁଖ୍ୟାତ ଅପରାଧୀ ମରାଡୁଗୋଚ୍ଛା ପଡ଼ିଆରେ ଏକତ୍ରିତ ହୋଇଛନ୍ତି ଓ ସେମାନେ ମାରଣାତ୍ମକ ଅସ୍ତ୍ରଶସ୍ତ୍ର ଧରି ଡକାୟତି କରିବାକୁ ପ୍ରସ୍ତୁତି କରୁଛନ୍ତି । ପୋଲିସ ଦଳ ଉକ୍ତ ସ୍ଥାନକୁ ଯାଇ ଦେଖିଲେ ଯେ ୫ ରୁ ୬ ଜଣ ବ୍ୟକ୍ତି ଗଛ ତଳେ ଗୁପ୍ତ ଭାବରେ ବସି ପରସ୍ପର ସହିତ ଡକାୟତି ପାଇଁ କଥାବାର୍ତ୍ତା କରୁଛନ୍ତି । ପୋଲିସ ଦଳ ସେମାନଙ୍କ ପାଖକୁ ଆସିବା ପରେ ମରାଡୁଗୋଚ୍ଛା-କଣ୍ଟାମାଳ ପାର୍ଶ୍ଵରୁ ଆସୁଥିବା ଗାଡି ଚାଳକ ଙ୍କ ଠାରୁ ଟଙ୍କା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଲୁଟ୍ କରିବା ସମ୍ପର୍କରେ ସେମାନଙ୍କର ଆଲୋଚନା ଶୁଣିବାକୁ ମିଳିଥିଲା ।

ତୁରନ୍ତ ପୋଲିସ ଦଳ ସେହି ଅଞ୍ଚଳକୁ ଚାରିପାଖକୁ ଘେରାବନ୍ଦୀ କରି ସେମାନଙ୍କୁ ଧରିବାକୁ ଆଗେଇ ଆସିଥିଲେ । ପୋଲିସକୁ ଦେଖି ସନ୍ଦିଗ୍ଧମାନେ ବିଭିନ୍ନ ଦିଗକୁ ପଳାଇବାକୁ ଚେଷ୍ଟା କରିଥିଲେ । ପୋଲିସ ଟିମ ବହୁତ ଚେଷ୍ଟା କରିବା ପରେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରିଥିଲା ବେଳେ ଅନ୍ୟ 3 ରୁ 4 ଜଣ ଅନ୍ଧାର ର ସୁଯୋଗ ନେଇ ପଳାଇବାରେ ସଫଳ ହୋଇଥିଲେ। ଗିରଫ ବ୍ୟକ୍ତି ମାନେ କଣ୍ଟାମାଳ ଦେଉଳଡୁଙ୍ଗୁରି ର ଲୋଚନ ସାହୁ(24) ଓ ବବଲୁ ସାହୁ (23) ବଡଗୋଚ୍ଛାପାଲି ବୋଲି ସୂଚନା ମିଳିଛି । ଏମାନଙ୍କ ଠାରୁ 4 ଟି ଖାଲି ବିୟର ବୋତଲ, 1 ଟି ଖୋଲା ମିକ୍ସଚର ପାକେଟ, ଏକ ପାକେଟ ଲଙ୍କା ଗୁଣ୍ଡ, ତିନୋଟି କଳା ରଙ୍ଗର ମୁହଁ ମାକ୍ସ, ଗୋଟିଏ ପ୍ଲାଷ୍ଟିକ ଦଉଡି, ଦୁଇଟି ବାଉଁଶ ଲାଠି, ଗୋଟିଏ ଷ୍ଟିଲ ପାଇପ, ଗୋଟିଏ ଛୁରୀ, ଗୋଟିଏ ଦେଶୀ ପିସ୍ତଲ ସହ ମେଗାଜିନ ସହ ଜୀବନ୍ତ ଗୁଳି, ଗୋଟିଏ Royal Enfield ମୋଟର ସାଇକେଲ ( No. OD 31L-7682 ) ଜବତ କରାଯାଇଛି l ଏ ନେଇ ତରଭା ପୋଲିସ କେଶ ନମ୍ବର 147/02/5/26 U/s =310(4)310(5) BNS -r. w sec -25/27 Arms act ଆଧାର ରେ ମାମଲା ରୁଜୁ ହୋଇଛି l ସେହିପରି ଅନ୍ୟ ଏକ ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲା ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ପୃଥିରାଜ ଜଗଦଲା ଙ୍କ ନାମ ରେ ସୋନପୁର ଥାନା ରେ ସଙ୍ଗିନ ଅଭିଯୋଗ ହୋଇଛି l ଚାକିରି କରେଇ ଦେବି କହି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ସୋନପୁର ଥାନା ରେ ଅଭିଯୋଗ ହୋଇଛି l ଘଟଣା ରୁ ପ୍ରକାଶ ଯେ,ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ କୀର୍ତ୍ତିପୁର ଗ୍ରାମର ସରୋଜ ଭେସ୍ରା (34) ପିତା କବି ଭେସ୍ରା ଙ୍କ ଲିଖିତ ଅଭିଯୋଗ ଆଧାର ରେ ଅଭିଯୁକ୍ତ ପୃଥୀରାଜ ଜଗଦଲା ଙ୍କୁ ସୋନପୁର ପୋଲିସ ଗିରଫ କରିଥିବା ସୂଚନା ମିଳିଛି।ଅଭିଯୋଗକାରୀଙ୍କ ସ୍ତ୍ରୀ ଙ୍କୁ ପୋଷ୍ଟାଲ ଜିଡ଼ିଏସ ଚାକିରି କରାଇଦେବି କହି ବିଭିନ୍ନ ସମୟରେ ସର୍ବ ମୋଟ 1,55,000/- ଟଙ୍କା ଶ୍ରୀ ଜଗଦଲା ନେଇଥିବା ଅଭିଯୋଗ କରିଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଲେ ଯେ ପୃଥୀରାଜ ଜଗଦଲା ଦେଇଥିବା ନିଯୁକ୍ତି ପତ୍ରଟି ନକଲି ଅଟେ । ଅଭିଯୋଗକାରୀ ସେ ଦେଇଥିବା ଟଙ୍କା ଫେରାଇ ଦେବା ପାଇଁ କହିବାରୁ ଅଭିଯୁକ୍ତ ଜଗଦଲା ପୁଣି ତାଙ୍କୁ ସୋନପୁର ସରକାରୀ ହସ୍ପିଟାଲ ବ୍ଲଡ ବ୍ୟାଙ୍କରେ ଏଟେଣ୍ଡେଣ୍ଟ ଚାକିରୀ କରାଇଦେବି କହି ଗୋଟିଏ ନିଯୁକ୍ତି ପତ୍ର ଦେଇଥିଲା । ପରେ ଅଭିଯୋଗକାରୀ ଜାଣିବାକୁ ପାଇଲେ ଯେ ଉକ୍ତ ନିଯୁକ୍ତି ପତ୍ରଟି ମଧ୍ଯ ନକଲି ଅଟେ । ପରବର୍ତ୍ତୀ ସମୟରେ ଅଭିଯୋଗକାରୀଙ୍କ ସ୍ତ୍ରୀଙ୍କର ପୋଲିସ ଜିଲ୍ଲା ହୋମ ଗାର୍ଡ ରେ ଚାକିରି କରାଇଦେବି କହି ଅଭିଯୋଗକାରୀଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ ମଧ୍ୟ କରିଛନ୍ତି ।

ଏ ନେଇ ସୋନପୁର ପୋଲିସ କେଶ ନମ୍ବର 143/22/4/26 U/s 318(2)/319(2)/308(5)336(3)/338/316(2)339/296/351(2) BNS ଆକ୍ଟ ଆଧାର ରେ ମାମଲା ରୁଜୁ ହୋଇଥିଲା l ତଦନ୍ତ ସମୟରେ ପୃଥୀରାଜ ଜଗଦଳା ଙ୍କ ସମ୍ପୃକ୍ତି ଓ ଅଭିଯୋଗ କାରୀଙ୍କୁ ଠକିବା ପ୍ରମାଣ ମିଳିଥିଲା l ଉପରୋକ୍ତ ଦୁଇଟି ମାମଲା କୁ ନେଇ ଶନିବାର ଦିନ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି l ଅଭିଯୁକ୍ତ ଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଇଯାଇଥିବା ସହ ତଦନ୍ତ ସମୟରେ ଆସାମୀ ଜଗଦଲା ଚାକିରି ଦେବା ନାମରେ ଜିଲ୍ଲା ତଥା ଜିଲ୍ଲା ବାହାରର କିଛି ବ୍ୟକ୍ତି ଙ୍କୁ ମଧ୍ୟ ଠକିଥିବା ଜଣାପଡିଥିବା କହିଛନ୍ତି ଆରକ୍ଷୀ ଅଧୀକ୍ଷକ। ଉକ୍ତ ଅଭିଯୋଗ ଆଧାର ରେ ପୋଲିସ ପୃଥିରାଜ ଜଗଦଲା ଙ୍କୁ ଗିରଫ ପରେ କୋର୍ଟ ଚାଲାଣ ଓ ଜାମିନ ନାମଞ୍ଜୁର ହେବାରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ କାରାଗାର ରେ ବନ୍ଦୀ ଥିବା ପୋଲିସ ସୂତ୍ର ରୁ ସୂଚନା ମିଳିଛି l ଅଭିଯୁକ୍ତ ପୃଥ୍ୱୀରାଜ ଙ୍କ ନାମରେ ବୀରମହାରାଜପୁର ପୋଲିସ କେଶ ନମ୍ବର 67/18/3/26 U/s-126(2)/132/296/351/(2) BNS, କେଶ ନମ୍ବର 82/6/4/26 U/s -126(2)189(2)/190/221/285/351(2) BNS ଓ କେଶ ନମ୍ବର 238/17/11/25 U/s -126(2) 189(2)/190/221/285/296/324(4)351(2) BNS ଏବଂ ସୋନପୁର ପୋଲିସ କେଶ ନମ୍ବର 48/18/2/25 U/s- 308(4)351(4) BNS, କେଶ ନମ୍ବର 138/21/4/26 U/s-132/22/351(2)356( BNS ଓ କେଶ ନମ୍ବର 144/23/4/26 U/s-319(1)336(3)339/351(2)356(1)/6/(2) BNS ଆକ୍ଟ ଆଧାର ରେ ମାମଲା ରୁଜୁ ହୋଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
