October 16, 2024
Home » କଳାହାଣ୍ଡି:ଫରେଷ୍ଟର ଆତ୍ମହତ୍ୟା ଘଟଣା….. ନିଲମ୍ବିତ ହେଲେ ଡିଏଫଓ ଦେବେନ୍ଦ୍ର ବେହେରା।

କଳାହାଣ୍ଡି:ଫରେଷ୍ଟର ଆତ୍ମହତ୍ୟା ଘଟଣା….. ନିଲମ୍ବିତ ହେଲେ ଡିଏଫଓ ଦେବେନ୍ଦ୍ର ବେହେରା।

0

 

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩)ଙ୍କ ଆତ୍ମହତ୍ୟା ଘଟଣାରେ ରାଜ୍ୟପାଳଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଦିନ ବଡ଼ କାର୍ଯ୍ୟନୁଷ୍ଠାନ ନେଇଛି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ। ବିଭାଗୀୟ ପତ୍ର ସଂଖ୍ୟା ୧୯୦୮୭ ଅନୁଯାୟୀ ରାୟଗଡା ସିଲଭି କଲଚର ଡିଭିଜନ ଡ଼ିଏଫଓ ଦେବେନ୍ଦ୍ର କୁମାର ବେହେରାଙ୍କୁ ନିଲମ୍ବିତ କରାଯାଇଛି। ଏହି ସମୟରେ ସେ ଭୁବନେଶ୍ୱର ସ୍ଥିତ ପିସି ସି ସିଏଫ ଓ ଏଚଓଏଫଏଫ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରିବେ।ସେହିପରି ବିନା ଅନୁମତିରେ ସେ ମୁଖ୍ୟ କାର୍ଯ୍ୟାଳୟ ଛାଡିପାରିବେ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି।
ପ୍ରକାଶ ଯେ,ମୃତ ଫରେଷ୍ଟର ଆତ୍ମହତ୍ୟା ପୂର୍ବରୁ ଏକ ସୁଇସାଇଡ୍‌ ନୋଟ୍‌ ଛାଡ଼ିଯାଇଥିଲେ। ଯେଉଁଥିରେ କି ବିଭାଗୀୟ ଡିଏଫଓ ଦେବେନ୍ଦ୍ରଙ୍କୁ ପିସି ଦେଇ ନ ପାରିବାରୁ ସେ ମାନସିକ ଚାପରେ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଥିଲେ। ଏହି ଘଟଣାକୁ ନେଇଁ ଭବାନୀପାଟଣା ଟାଉନ ଥାନାରେ ମୃତ ଫରେଷ୍ଟରଙ୍କ ଭାଇ ରବି ନାରାୟଣ ନାୟକ ଡିଏଫଓ ବେହେରାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା। ପୋଲିସ ଏକ ମାମଲା ନଂ (୩୬୪/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ସମୟରେ ପୋଲିସ ଡିଏଫଓ ବେହେରା ଙ୍କୁ ଥାନାରେ ହାଜର ହେବାକୁ ପାଇଁ ସମନ କରିଥିଲା ହେଲେ ଡିଏଫଓ ବେହେରା ଯୋଗ ଦେବା ପରିବର୍ତ୍ତେ ଫେରାର ମାରିଥିଲେ । କୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିବା ପରେ ଶୁକ୍ରବାର ଭବାନୀପାଟଣା ଟାଉନ ଥାନାରେ ହାଜର ହୋଇଥିଲେ ଡିଏଫ୍‌ଓ ଦେବେନ୍ଦ୍ର କୁମାର ବେହେରା ସମେତ ରାୟଗଡା ଏରିଆ ରେଞ୍ଜର ପ୍ରକାଶ ରଥ ,ଭୁବନେଶ୍ୱର ଏସିଏଫ ରଜନୀକାନ୍ତ ରାଉତ। ଭବାନୀପାଟଣା ସଦର ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ ସେମାନଙ୍କୁ ୪ରୁ ୫ ଘଣ୍ଟା ଧରି ଜେରା କରିଥିଲେ। ଶନିବାର ମଧ୍ୟ ସେମାନଙ୍କୁ ପୋଲିସ ଜେରା କରିଥିବା କରାଯାଇଥିଲା। ତେବେ ଏହି ଘଟଣାରେ ପ୍ରଥମ ଥର ପାଇଁ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିଛନ୍ତି ଡିଏଫଓ ଦେବେନ୍ଦ୍ର ବେହେରା। ସେ କହିଛନ୍ତି ଯେ ” ମୁଁ ନିର୍ଦୋଷ ମୋତେ ଅଯଥା ରେ ଏହି ଘଟଣା ରେ ଟଣା ଯାଉଛି। ସୁସାଇଡ ନୋଟ ବାବଦ ରେ ମୁଁ କିଛି ଜାଣିନାହିଁ ତାଙ୍କ ପରିବାର ଲଗାଇ ଥିବା ଆରୋପ ସବୁ ମିଥ୍ୟା । ମୋ ନାରେ ମାମଲା ରୁଜ୍ଜୁ ହୋଇଥିବାରୁ ମୁଁ ଜାମିନ ପାଇଁ ଆବେଦନ କରିଥିଲି। ମୃତ ଫରେଷ୍ଟର କଳାହାଣ୍ଡି ରେ ଚାକିରୀ ରେ ରହିବାକୁ ଚାହୁଁ ଥିଲେ। ହେଲେ ମୁଁ ତାଙ୍କୁ ଏଠାରୁ ରିଲିଫ କରିବାରୁ ସେଥିପାଇଁ ମୋତେ ଦୋଷାରୋପ କରୁଛନ୍ତି ତାଙ୍କ ପରିବାର ଲୋକ ବୋଲି ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ, ବିଭାଗୀୟ ତଦନ୍ତ ପାଇଁ ଗତ ରବିବାର ତଦନ୍ତ କରୁଥିବା ସିସିଏଫ ଜାରିଙ୍ଗ ହାଇଟେକ୍‌ ନର୍ସରୀକୁ ତଦନ୍ତ କରିବାକୁ ଆସିଥିଲେ। ଏହି ସମୟରେ ସେ ସ୍ଥାନୀୟ ଗାର୍ଡ, ଫରେଷ୍ଟରଙ୍କ ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ କାଗଜପତ୍ର ଯାଞ୍ଚ କରିଥିଲେ।

ସୂଚନାଯୋଗ୍ୟ ଯେ,ଗତ ୧୮ ତାରିଖରେ ଜାରିଂ ହାଇଟେକ ନର୍ସରର ସେଲଭି କଲଚର ରିସର୍ଚ୍ଚ ୱିଙ୍ଗ ଦାୟିତ୍ବରେ ଥିବା ସଞ୍ଜୟ ନାଏକ ତାଙ୍କ ବାସଭବନରେ ଜୀବନ ହାରିଥିଲେ ।
ଫରେଷ୍ଟର ସଞ୍ଜୟ ନାୟକ ଜୀବନ ହାରିବା ଘଟଣାରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା । ଏହି ଘଟଣାରେ ସ୍ଥାନୀୟ ଡିଏଫଓ ଙ୍କ ସଂପୃକ୍ତି ଅଭିଯୋଗ ଆସିବା ପରେ ବିଭାଗୟ ତଦନ୍ତ ଆରମ୍ଭ କରିଥିଲା ବନବିଭାଗ । ମାମଲାର ତଦନ୍ତ ଦାୟିତ୍ବ ଜଣେ ସିସିଏଫ୍ ରେଙ୍କ ଅଧିକାରୀଙ୍କୁ ଦିଆଯାଇଥିଲା। କଳାହାଣ୍ଡି ଫରେଷ୍ଟର ସଞ୍ଜୟ ନାଏକଙ୍କ ଜୀବନ ହାରିବା ଘଟଣା ପାଇଁ ଡିଏଫଓଙ୍କୁ ଦାୟୀ କରିଥିଲେ ପରିବାର ଲୋକ । ମୃତଦେହ ପାଖରୁ ଏକ ସୁଇସାଇଡ ନୋଟରେ ଡିଏଫଓ ତାଙ୍କୁ ପିସି ମାଗି ନିର୍ଯାତନା ଦେଉଥିବା ଯୋଗୁଁ ଜୀବନ ହାରିଥିବା ଦର୍ଶାଇଥିଲେ ।ଏହାକୁ ନେଇ ତଦନ୍ତ ଚଳାଇଛି ପୋଲିସ । ୧୦ ଲକ୍ଷର ପିସି ଦାବି ସହ ଡିଏଫଓ ମାନସିକ ନିର୍ଯାତନା ଦେଉଥିବା ନେଇ ଫରେଷ୍ଟରଙ୍କ ପରିବାର ସାଂଘାତିକ ଅଭିଯୋଗ ଆଣିଥିଲେ ।
ଏଵେ ଏହି ଘଟଣାରେ ଫରେଷ୍ଟରଙ୍କ ଭାଇ ରବି ନାରାୟଣ ନାୟକ ଡିଏଫଓଙ୍କ ନାଁରେ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଯଥାଶୀଘ୍ର ତଦନ୍ତ ସାରି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।ଦୋଷୀ ଥିବା ନେଇ ତଦନ୍ତରୁ ଜଣାପଡିଲେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜାଣିବା ପରେ ସେପଟେ ଫେରାର ହୋଇ ଯାଇଥିଲେ ରାୟଗଡ଼ ଡିଫଓ।ତାଙ୍କ ବୟାନ ରେକର୍ଡ କରିବା ପାଇଁ କଳାହାଣ୍ଡି ଏସପିଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ ନୋଟିସ ଦିଆଯାଇଥିଲା । ମାତ୍ର ଡିଫଓ ଆସି ନଥିଲେ।
ଏବେ ଚାକିରୀ ରୁ ନିଲମ୍ବିତ ହେଲେ ଡିଫଓ ଦେବେନ୍ଦ୍ର ବେହେରା। ବିନା ଅନୁମତିରେ ଅଫିସ ନ ଛାଡିବା କୁ ନିର୍ଦ୍ଦେଶ ଦିଆଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *