ରଥ ନିର୍ମାଣ କାର୍ଯ୍ୟ ଦ୍ୱାବିଂଶ ତମ ଦିବସ
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
*ତିନିରଥ ମହାରଣା ସେବକ – ୭୭
*ତିନିରଥ ଭୋଇ ସେବକ – ୭୭
*ତିନିରଥ କରତୀ ସେବକ – ୪
*ତିନିରଥ କମାର ସେବକ – ୨୦
*ତିନିରଥ ରୂପକାର ସେବକ – ୨୦
*ତୁମ୍ବ ବିନ୍ଧ କାରୀଗର – ୨
*ରଥଖଳା ସହାୟକ(ପାଣି ବାଲା) ୧
ମୋଟ – ୨୦୧ ଜଣ
ସବୁଦିନ ପରି ଆଜି ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ନିର୍ମାଣକରୀ ସେବକ ବୃନ୍ଦ ରଥ ଖଳା ଠାରେ ଉପସ୍ଥିତ ହୋଇ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଥିଲେ।ରଥ ନିର୍ମାଣ ଅଗ୍ରଗତି ଆଜିସୁଦ୍ଧା ତିନି ରଥର ୩୧ ଗୋଟି ଚକ ନିର୍ମାଣ ଶେଷ ଆଜିସୁଦ୍ଧା ତିନିରଥ ମୋଟ ୪୨ ଗୋଟି ଚକ ରୁ ୩୧ ଗୋଟି ଚକ ର ନିର୍ମାଣ ଶେଷ ହୋଇଛି।

ଏଥିସହ ଆଜି ସୁଦ୍ଧା ଶେଷ ହୋଇଛି ତିନିରଥର ୧୧ ଟି ଲେଖାଏଁ ୩୩ ଗୋଟି ସାଲ ଗୁଜ,୨୦ ଗୋଟି ତୀଖ ଗୁଜ,୨୭ ଗୋଟି ଜଳଯନ୍ତ୍ର,୩୨ ଗୋଟି କୁଡ଼ୁକା,୪୪ ଗୋଟି ୧୨ ଫୁଟିଆ ଯୋକା,୪ ଟି ଲେଖାଏଁ ୨୦ ଫୁଟିଆ ମୁହାଁଟ ଏବଂ ନିରାଡ଼ି ଚଉପଟ କାର୍ଯ୍ୟ ଶେଷ ହୋଇଛି। *ଏଥିସହ ତିନି ରଥର ୧୨ ଗୋଟି ଲେଖାଏଁ ଭୂଇଁ ଚଉତା କଠରୁ ୪ ଗୋଟି ଲେଖାଏଁ ଭୂଇଁ ଚଉତା ର ଚଉପଟ କାର୍ଯ୍ୟ ଶେଷ ହୋଇ ଆଉ ୪ ଗୋଟି ଭୂଇଁ ଚଉତା କାଠର ଚଉପଟ କାର୍ଯ୍ୟ ଜାରୀ ରହିଛି। ରୂପକାର ତିନିରଥ ରୂପକାର ସେବକ ମାନେ ସାଲ ଗୁଜରେ ରୂପ ଖୋଦେଇ ସହ ରୂପ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ଯାରୀରଖିଛନ୍ତି।
କମାର ଶାଳ ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା କମାର ସେବକ ମାନେ ତିନି ରଥର ୧୨ ଗୋଟି ଚକର ପନ୍ଦାରି,ବଳା,ପନ୍ଦାରି ଚାବି, ଅରକଣ୍ଟା ଶେଷ କରି ତିନି ରଥର ପୋଟକ ପଟା ଜଏଣ୍ଟ ପାଇଁ ବାଗିଆ କଣ୍ଟା,ଗୋଡି଼ଛାଲ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି। ଆସନ୍ତା କାଲି ଠାରୁ ତିନି ରଥର ୨୦ ଏମ୍ ଏମ୍ ର ଦଣ୍ଡା କଣ୍ଟା ନିର୍ମାଣ କରିବାକୁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଓଝା ସେବକ ମାନେ
