May 14, 2026
Home » ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ

0
WhatsApp Image 2026-05-13 at 9.03.34 PM

ମଣିଷ ଜଣେ ସାମାଜିକ ପ୍ରାଣୀ । ମଣିଷର ବିବର୍ତ୍ତନବାଦ ସହ ସମାଜର ପ୍ରଗତି ଅଙ୍ଗାଙ୍ଗି ଭାବେ ଜଡ଼ିତ । ସମାଜ ଉପରେ ନିର୍ଭରଶୀଳ ମଣିଷ ତା ଜୀବଦଶା ଭିତରେ ସମାଜକୁ କିଛି ଫେରେଇବା ଉଚିତ୍। ହୁଏତ ଏଥିପାଇଁ ନୂଆ ଶିକ୍ଷାନୀତିରେ ବ୍ୟବସ୍ଥା ଅଛି ମହାବିଦ୍ୟାଳୟ ସ୍ତରୀୟ ବିଦ୍ୟାର୍ଥୀ ମାନଙ୍କ ପାଇଁ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସାମାଜିକ ପ୍ରତିବଦ୍ଧତା ବିଷୟରେ । ଏହି ଲକ୍ଷ୍ୟନେଇ ସାମାଜିକ ଅନୁଷ୍ଠାନ ‘ ସମ୍ପର୍କ ‘ ୟୁଥ୍ ହଷ୍ଟେଲ ପରିସରରେ ସୁରଜମଲ୍ ଶାହା ମହାବିଦ୍ୟାଳୟ ସ୍ନାତକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ଇନଟର୍ନସିପ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଅତିଥି ଭାବରେ ଯୋଗଦେଇ ଐତିହ୍ୟ ବିଶାରଦ ଦେବୀ ପ୍ରସନ୍ନ ନନ୍ଦ ଐତିହ୍ୟ ଡକ୍ୟୁମେଣ୍ଟେସନ, ଜଗନ୍ନାଥ ସଂସ୍କୃତି ବିଶେଷଞ ଡଃ ସୁରେନ୍ଦ୍ର କୁମାର ମିଶ୍ର ପୁରୀର ସଂସ୍କୃତି ଓ ଐତିହ୍ୟ ସଂରକ୍ଷଣ ଏବଂ ସାମାଜିକ କର୍ମୀ ପଦ୍ମନାଭ ପଣ୍ଡା ଛାତ୍ର ଛାତ୍ରୀ ମାନଙ୍କର ସାମାଜିକ ପ୍ରତିବଦ୍ଧତା ବିଷୟରେ ଉଦାହରଣ ସହ ବକ୍ତବ୍ୟ ରଖିଥିଲେ। ସମ୍ପର୍କ ର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସଙ୍କ ସଂଯୋଜନା ରେ ଏବଂ ବାସୁଦେବ ସେନାପତି, ଶୁଭ୍ର ସ୍ୱରୂପ ମହାପାତ୍ର,ପାର୍ଥ ସାରଥୀ ପ୍ରଧାନ,ରାକେଶ ସେଠୀ,ଆଶିଷ ମାର୍ଥା , ଏବଂ ସୁନୀଲ ,ଶ୍ରୀତମ ମହାସୁଆର ଙ୍କ ପରିଚାଳନାରେ ଅନୁଷ୍ଠିତ ଏ କାର୍ଯ୍ୟକ୍ରମରେ ଶୁଭ ପ୍ରସାଦ ଶର୍ମା ଧନ୍ୟବାଦ୍ ପ୍ରଦାନ କରିଥିଲେ । ସୁରଜମଲ୍ଲ ଶାହା ମହାବିଦ୍ୟାଳୟର ୫୦ ଜଣ ଛାତ୍ର ଛାତ୍ରୀ ଏ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *