May 14, 2026
Home » ପିସିସି ସଭାପତି ଭକ୍ତ ଦାସଙ୍କ ଚେତାବନୀ

ପିସିସି ସଭାପତି ଭକ୍ତ ଦାସଙ୍କ ଚେତାବନୀ

0
WhatsApp Image 2026-05-12 at 2.25.55 PM (1)

 

ତୁର୍କେଲ ସେତୁ ତୁରନ୍ତ ନିର୍ମାଣ ତ୍ଵରାନିତ ନ ହେଲେ ଜିଲ୍ଲାକୁ ଆସୁଥିବା ମନ୍ତ୍ରୀ ମାନଙ୍କୁ ଘେରାଉ କରାଯିବ….

ଭବାନୀପାଟଣା :କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଜୀବନରେଖା କୁହାଯାଉଥିବା ଭବାନୀପାଟଣା ବ୍ଳକ ଅନ୍ତର୍ଗତ ତୁର୍କେଲ ସେତୁ ନିର୍ମାଣ ପାଇଁ ରାଜ୍ୟସରକାର ଶୀଘ୍ର ପଦକ୍ଷେପ ନ ନେଲେ କୌଣସି ମନ୍ତ୍ରୀ ଙ୍କୁ ଜିଲ୍ଲାରେ ପୁରାଇ ଦିଆଯିବ ନାହିଁ ତାଙ୍କୁ କଂଗ୍ରେସ ପକ୍ଷରୁ ଘେରାଉ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ଚେତାବନୀ ଦେଇଛନ୍ତି।ତୁର୍କେଲ ସେତୁ ମରାମତି ପାଇଁ ଗତ ୨୭ ତାରିଖରେ ଚାଲିଥିବା ଅହୋରାତ୍ର ଧାରଣାରେ ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ ସାମିଲ ହୋଇ ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ରାଜ୍ୟରେ ବିଜେପି ସରକାର ଶାସନାଧିନ ଥିବା ବେଳେ ଭବାନୀପାଟଣା ବିଧାୟକ ଅଛନ୍ତି ବିରୋଧୀ କଂଗ୍ରେସ ଦଳର ସାଗର ଚରଣ ଦାସ। ତେଣୁ ରାଜନୈତିକ ଉଦ୍ୟେଶ ରଖି ଭବାନୀପାଟଣା ବିଧାୟକ ଙ୍କ ଛବି ମଳିନ କରିବାକୁ ଏମାନେ ବ୍ରିଜ୍ କରୁ ନାହାନ୍ତି। ବିକାଶ ର ଦ୍ୱାହି ଦେଇ ରାଜ୍ୟରେ କ୍ଷମତା କୁ ଆସିଥିବା ବିଜେପି ସରକାର ମାତ୍ର ୧୭ କୋଟି ଟଙ୍କା ର ବ୍ରିଜ୍ କରି ପାରୁ ନାହାନ୍ତି ତେବେ ଏମାନେ କରିବେ କଣ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ବିଜେପି ସରକାରଙ୍କ ରାଜନୀତି ପଣିଆ କୁ ଧିକ୍କାର କରି ଶୀଘ୍ର ତୁର୍କେଲ ସେତୁ ର ଟେଣ୍ଡର ପ୍ରକ୍ରିୟା ସରକାର କରନ୍ତୁ ନହେଲେ ଜିଲ୍ଳାକୁ ଯେତେ ମନ୍ତ୍ରୀ ଆସିବେ ତାଙ୍କୁ ଜିଲ୍ଲା କଂଗ୍ରେସ ଘେରାଉ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସୁଚନା ଯୋଗ୍ୟ ଯେ,ଗତ ସେପ୍ଟେମ୍ବର ମାସ ୨୭ରେ ପ୍ରବଳ ବର୍ଷା ଯୋଗୁଁ ଭବାନୀପାଟଣାରୁ ନୂଆପଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ତୁର୍କେଲ ତେଲନଦୀ ବ୍ରିଜ ଗୋଟିଏ ପଟେ ଦବିଯିବା ଯୋଗୁଁ ପୂର୍ତ୍ତ ବିଭାଗ ପକ୍ଷରୁ ଅକ୍ଟୋବର ୬ରେ ବ୍ରିଜ ଉପରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା।ଆଜକୁ ୭ ମାସ ହେଲାଣି ପୋଲ ମରାମତି ନ ହେବା କାରଣରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ପୂର୍ବରୁ କଂଗ୍ରେସର ୧୧ ଦିନ ଧରି ବ୍ରିଜ ନିକଟରେ ଅହୋରାତ୍ର ଧାରଣାରେ ବସିଥିଲା ଯାହାକୁ ନେଇ ଜିଲ୍ଲା ପ୍ରଶାସନ ୧୫ ଦିନ ମଧ୍ୟରେ ପୋଲ ମରାମତି ଓ ଆପ୍ରୋଚ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବା ପରେ କଂଗ୍ରେସ ଆନ୍ଦୋଳନରୁ ଓହରିଥିଲା ।
ହେଲେ ଦୀର୍ଘ ଦିନ ବିତି ଗଲାପରେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ସରକାର ଲୋକଙ୍କ ଦାବିକୁ ନଶୁଣିବାରୁ ଏବେ ଗତ ୨୭ ଏପ୍ରିଲରୁ କଂଗ୍ରେସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦେଇଛି ।
କଳାହାଣ୍ଡି ଜିଲ୍ଲା ମୁଖ୍ୟ ସଦରମହକୁମା କୁ ସଂଯୋଗ କରୁଥିବା ‘ତୁର୍କେଲ ବ୍ରିଜ’ ଦେଇ ଛାତ୍ରଛାତ୍ରୀ, ବ୍ୟବସାୟୀ, ଡାକ୍ତର, ରୋଗୀ ସମସ୍ତେ ନିତିଦିନିଆ ବ୍ୟବହାର କରିଥାନ୍ତି ।ଯେଉଁ ଦିନ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଦର ବିଧାୟକ ସାଗର ଚରଣ ଦାସ ପ୍ରକାଶ କରିଛନ୍ତି।

 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *