May 14, 2026
Home » ସରିଲା ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ରତ୍ନ ଗଣତି କାର୍ଯ୍ୟ

ସରିଲା ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ରତ୍ନ ଗଣତି କାର୍ଯ୍ୟ

0
WhatsApp Image 2026-05-13 at 6.39.17 AM

ସରିଲା ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ରତ୍ନ ଗଣତି କାର୍ଯ୍ୟ । ତୃତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନ ତଥା ମୋଟ ଉପରେ ଏକାଦଶ ଦିନରେ ହୋଇଥିଲା କାଳିଆ ସାଆନ୍ତଙ୍କ ରତ୍ନ ଅଳଙ୍କାର ଗଣତି ।ଆଜକୁ ମିଶାଇ ଭିତର ରତ୍ନ ଭଣ୍ଡାରରେ 6 ଦିନର ଗଣତି କାର୍ଯ୍ୟ ହୋଇଛି ।ଆଜି ଅପରାହ୍ନ 3 ଟା 40 ରେ ଟିମ୍ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ବେଳେ 4 ଟା 27 ରେ ଭିତର ଭଣ୍ଡାର ଖୋଲାଯାଇ ଆରମ୍ଭ ହୋଇଥିଲା ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ ।ତେବେ 8 ଗା 45 ପର୍ଯ୍ୟନ୍ତ ଚାଲିଥିଲା ରତ୍ନ ଅଳଙ୍କାର ଗଣତି ମଣତି ।ଅର୍ଥାତ୍ ଆଜିର ଦିନରେ ପ୍ରାୟ 4 ଘଣ୍ଟା 18 ମିନିଟ ଗଣତି ହୋଇଥିଲା ।ମୋଟ ପ୍ରାୟ 65 ଘଣ୍ଟା ପାଖାପାଖି ଗଣତି କାର୍ଯ୍ୟ ସରିଛି ।ତେବେ ପ୍ରତ୍ୟେକ ଅଳଙ୍କାର କୁ ସୁରକ୍ଷିତ ଭାବରେ ଚିହ୍ନିତ ରଙ୍ଗର ମୁଣି ରେ ବା କପଡ଼ାରେ ରଖିବା ପରେ ତାକୁ ଷ୍ଟିଲ ବାକ୍ସ ରେ ଭର୍ତ୍ତି କରି ପୁଣି ସିନ୍ଦୁକ ରେ ଚାବି ଦିଆଯାଇଛି।ତେବେ ଚଳିତ ମାସରେ ଆଉ 7 ଦିନ ଖୋଲିବ ରତ୍ନ ଭଣ୍ଡାର ଓ ଗଣତି କାର୍ଯ୍ୟ ହେବ ।

ଆସନ୍ତା 19 ତାରିଖ,21 ତାରିଖ,23 ତାରିଖ,26 ତାରିଖ,28 ତାରିଖ,29 ତାରିଖ ଓ 30 ତାରିଖ ରେ ଗଣତି କାର୍ଯ୍ୟ ହେବ ।ପରେ ଜୁନ୍ ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମଧ୍ୟ ଗଣତି କାର୍ଯ୍ୟ ହେବା ନେଇ କୌଣସି ଅସୁବିଧା ନାହିଁ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ସେପଟେ ଜଷ୍ଟିସ ବିଶ୍ୱନାଥ ରଥ ସ୍ପଷ୍ଟ କରିଛନ୍ତି ଯେ ଚଳନ୍ତି ଭଣ୍ଡାରରେ ଦୁଇଟି ଅଳଙ୍କାର ର ଗଣତି ହୋଇନାହିଁ ।ଯାହା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିଲା ।ବାହାର ଭଣ୍ଡାରରେ 1978 ତାଲିକା ମେଳକ ଅନୁସାରେ ଦୁଇ ତିନିଟି ଅଳଙ୍କାରର ଚିହ୍ନଟ ହୋଇନାହାନ୍ତି ।କିନ୍ତୁ ବାହାର ଭଣ୍ଡାରରେ ଅଳଙ୍କାର ସଂଖ୍ୟା ବୃଦ୍ଧି ହୋଇଛି ।ଭିତରେ ଭଣ୍ଡାରରେ ଏଯାବତ୍ ମେଳକରେ ସମ୍ପୂର୍ଣ୍ଣ ପୂର୍ଣ୍ଣତା ରହିଛି ।ତେବେ ଆସନ୍ତାକାଲି ଠାରୁ ଯେହେତୁ ପ୍ରାୟ ଗୋଟିଏ ସପ୍ତାହ ଗଣତି କାର୍ଯ୍ୟ ବନ୍ଦ୍ ରହିବ ।ପୁଣି ଦିନ ତମାମ ନୀତି ଅନୁଯାୟୀ ବା ନୀତି କୁ ଲକ୍ଷ୍ୟରେ ରଖି ,ଭିତର କାଠରେ ଦର୍ଶନ ଜାରି ରହିବ।କିନ୍ତୁ ଯେଉଁ ଯେଉଁ ଦିନ ଗଣତି ଦିନ,ସେଦିନ ଭିତର କାଠ ଦର୍ଶନ ବନ୍ଦ୍ ରହିବ ଓ ବାହାର କାଠରେ ଦର୍ଶନ ହେବ।

Leave a Reply

Your email address will not be published. Required fields are marked *