May 14, 2026
Home » ମଟର ସାଇକେଲ ଚୋରି ଘଟଣା ରେ ଚାରି ଜଣ ଗିରଫ।

ମଟର ସାଇକେଲ ଚୋରି ଘଟଣା ରେ ଚାରି ଜଣ ଗିରଫ।

0
WhatsApp Image 2026-05-13 at 11.17.44 AM

 

ଧର୍ମଗଡ଼ :କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ ଦିନକୁ ଦିନ ମଟର ସାଇକେଲ ଚୋରି ବୃଦ୍ଧି ପାଉଥିବା ବେଳେ ଧର୍ମଗଡ଼ ପୋଲିସ ୪ଜଣ ଚୋର କୁ ଧରିବାରେ ସକ୍ଷମ ହୋଇଛି।କିଛି ଦିନ ତଳେ ସ୍ପଷ୍ଟ ଦିବାଲୋକରେ ଧର୍ମଗଡ଼ ବିଦେଶୀ ମଦ ଦୋକାନ ଠାରୁ ଗୋଟିଏ ବାଇକ ଚୋରି ହେବା ପରେ, ବାଇକ ମାଲିକ ଧର୍ମଗଡ଼ ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତିକରି ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ସୁଶ୍ରୀ ଭର୍ଷିତା ଅଡେପୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରେ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ ହୋଇଥିଲା । ଯାହା ଫଳରେ ସୋମବାର ଦିନ ୪ଗୋଟି ମଟର ସାଇକେଲ ଉଦ୍ଧାର କରାଯିବା ସହ ଏଥିରେ ସଂପୃକ୍ତ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବାଇକ ଚୋରି କରିଥିବା ଅଭିଯୁକ୍ତହେଲେ ପଳାସ ଗ୍ରାମର କେଦାର ମେହେର ଓ ନକଟିଗୁଡା ଗ୍ରାମର ସୁମିତ ମେହେର। ଉକ୍ତ ଚୋରି ବାଇକ କୁ ନିଜ ପାଖରେ ରଖିଥିବା ଅପରାଧ ରେ ପଲାସ ଗ୍ରାମର ବିମ୍ବାଧର ବୈଠାରୁ ଓ ଗୌଡ଼ ସର୍ଗିଗୁଡା ଗ୍ରାମର ଦେବରାଜ ଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।ସୁଚନା ଯୋଗ୍ୟ ଯେ,ସହରରେ କିଛି ମାସ ତଳେ କ୍ରମାଗତ ଭାବେ ଚୋରୀ ବୃଦ୍ଧି ପାଇଥିଲା। କିଛି ବ୍ୟବସାୟିକ ପ୍ରତିଷ୍ଠାନ ଓ ଘରେ ହୋଇଥିବା ଚୋରୀ ଘଟଣାର ପର୍ଦ୍ଦାଫାସ କରିବାକୁ ସର୍ବସାଧାରଣ ରେ ଦାବୀ ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *