May 14, 2026
Home » କଳାହାଣ୍ଡି ଜିଲ୍ଲା ରୁ କେଦାରନାଥ….

କଳାହାଣ୍ଡି ଜିଲ୍ଲା ରୁ କେଦାରନାଥ….

0
WhatsApp Image 2026-05-13 at 11.18.13 AM

ସାଇକେଲରେ ୧୬୦୦ କିଲୋମିଟରର ଦୁଃସାହସିକ ଯାତ୍ରା ଆରମ୍ଭ କଲେ ଦୁଇ ଯୁବକ।

ଧର୍ମଗଡ : ଆଧ୍ୟାତ୍ମିକତା ସହିତ ସାହସିକତାର ଏକ ନିଆରା ନିଦର୍ଶନ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ।ସୂଚନାମତେ,ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗ୍ରୀଣ୍ଡୋଲ ଗ୍ରାମର ଯଶୋବନ୍ତ ମାଝୀ ଓ ଉଦେଶୃଙ୍ଗ ଗ୍ରାମର ଫଗନୁ ଅଘରିଆ ନାମକ ଦୁଇ ଜଣ ଯୁବକ ସାଇକେଲ ଯୋଗେ କେଦାରନାଥ ଅଭିମୁଖେ ନିଜର ଯାତ୍ରା ଆରମ୍ଭ କରିଛନ୍ତି। କଳାହାଣ୍ଡି ଜିଲ୍ଳାର ଗୋଲାମୁଣ୍ଡା ରୁ ଉତ୍ତରାଖଣ୍ଡର ପବିତ୍ର ଧାମ କେଦାରନାଥ ପର୍ଯ୍ୟନ୍ତ ପ୍ରାୟ ୧୬୦୦ କିଲୋମିଟର ଦୂରତାକୁ ଏହି ଯୁବକମାନେ ସାଇକେଲରେ ଅତିକ୍ରମ କରିବେ। ଗୋଲାମୁଣ୍ଡା ସ୍ଥିତ ମା’ ଠାକୁରାଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ସେମାନେ ନିଜର ଏହି ଲକ୍ଷ୍ୟ ପଥରେ ବାହାରିଛନ୍ତି। ଏହି ଦୁଃସାହସିକ ପ୍ରୟାସ ମାଧ୍ୟମରେ ସେମାନେ ସମାଜକୁ ଆଧ୍ୟାତ୍ମିକତା ଓ ଦୃଢ ମନୋବଳର ବାର୍ତ୍ତା ଦେବାକୁ ଚାହୁଁଛନ୍ତି।ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଯୁବକଙ୍କ ଏଭଳି ନିଆରା ପ୍ରୟାସକୁ ବେଶ୍ ପ୍ରଶଂସା କରାଯାଉଛି। ଗ୍ରାମବାସୀ ଓ ସ୍ଥାନୀୟ ଲୋକେ ସେମାନଙ୍କର ଏହି ଶୁଭ ଯାତ୍ରାର ସଫଳତା କାମନା କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *