May 17, 2026
Home » ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ଥାନା ଦ୍ୱାରା 389 ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ

ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ଥାନା ଦ୍ୱାରା 389 ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ

0
WhatsApp Image 2026-05-17 at 1.18.34 PM
ସୁବର୍ଣ୍ଣପୁର : ଓଡିଶା  ପୋଲିସ ଦ୍ଵାରା  ଗଠିତ ବରିଷ୍ଠ ନାଗରିକ ସୁରକ୍ଷା ବିଭାଗ  ବରିଷ୍ଠ ନାଗରିକ ଙ୍କ ସୁରକ୍ଷା, ସହାୟତା ଓ ବିଭିନ୍ନ ସମସ୍ୟାର  ସମାଧାନ ପାଇଁ କାର୍ଯ୍ୟ କରୁଛି । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସର ସମସ୍ତ 09 ଟି ଥାନାରେ ଏହି ବିଭାଗ  କାର୍ଯ୍ୟକ୍ଷମ  ଅଛି । ଏହି ବିଭାଗ ମାଧ୍ୟମରେ ବରିଷ୍ଠ ନାଗରିକ ମାନଙ୍କ ସହ ସମ୍ପର୍କ ସ୍ଥାପନ, ନିୟମିତ  ଭାବେ ଖୋଜ ଖବର ନେବା ,ଆପତକାଲିନ ସହାୟତା ପ୍ରଦାନ ଓ ସଚେତନତା  କାର୍ଯ୍ୟକ୍ରମ  କରାଯାଉଛି । ଆଜି ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ 389  ଜଣ ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ଥାନା ଦ୍ଵାରା ବରିଷ୍ଠ ନାଗରିକ ପରିଚୟ ପତ୍ର  ପ୍ରଦାନ କରାଯାଇଛି । ଏହି  ବିଭାଗ ମାଧ୍ୟମରେ ବହୁ ବରିଷ୍ଠ ବ୍ୟକ୍ତି ବିଭିନ୍ନ ପୋଲିସ ଥାନା ଦ୍ଵାରା ସାହାର୍ଯ୍ୟ ପାଉଛନ୍ତି । ଗତ 03 ମାସ ମଧ୍ୟରେ  ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଥାନା  ଅଞ୍ଚଳରେ ମୋଟ 263 ଜଣ  ବରିଷ୍ଠ ନାଗରିକ ପରିଚୟ ପତ୍ର ପାଇଁ ଆବେଦନ କରିଥିଲେ ।
ରବିବାର ଦିନ ସୁବର୍ଣ୍ଣପୁର ଜିଲ୍ଲାର 09 ଟି ଥାନା ଅଞ୍ଚଳରେ ମୋଟ 163 ଟି ପରିଚୟ ପତ୍ର  ବରିଷ୍ଠ ନାଗରିକ ଙ୍କୁ ବଣ୍ଟନ କରାଯାଇଛି ।  ଅବଶିଷ୍ଟ ଆବେଦନ ପତ୍ରକୁ ଉପଯୁକ୍ତ ଯାଞ୍ଚ ପରେ ଦ୍ଵିତୀୟ  ପର୍ଯ୍ୟାୟ ରେ ପ୍ରଦାନ କରାଯିବ । ଏହି ପଦକ୍ଷେପ ଦ୍ଵାରା ପୋଲିସ, ବରିଷ୍ଠ ନାଗରିକ ଙ୍କ ନିକଟତର  ହେବାରେ ସହାୟକ ହେବ । ସୁବର୍ଣ୍ଣପୁର ପୋଲିସ ତରଫରୁ  ଏକ ସୂଚନା ପତ୍ର ମଧାମରେ ବରିଷ୍ଠ ନାଗରିକ ମାନେ କଣ  କରିବା ଉଚିତ ଓ କଣ କରିବା ଅନୁଚିତ ତାହା ସମସ୍ତଙ୍କୁ ଅବଗତ କରାଯାଉଛି । ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବରିଷ୍ଠ ନାଗରିକଙ୍କୁ ନିବେଦନ କରାଯାଉଛି ଯେଉଁ ମାନେ ବରିଷ୍ଠ ନାଗରିକ ପରିଚୟ ପତ୍ର ପାଇବା ପାଇଁ ଇଛୁକ ସେମାନେ ନିଜ ଅଞ୍ଚଳର ପୋଲିସ ଥାନାରେ ଆବେଦନ କରିପାରିବେ ବୋଲି ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l ଏ ନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *