୨୪ତମ ଜାତୀୟ ଲୋକମେଳା ଓ ୧୭ତମ ଜାତୀୟ କୃଷି ମେଳା ୨୦୨୬ ଜିଲ୍ଳା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଟିତ
ଶ୍ରୀ ଶ୍ରୀକ୍ଷେତ୍ର ସୂଚନା,ପୁରୀଙ୍କ ଆନୁକୂଲ୍ଯରେ ପବିତ୍ର ମହୋଦଧିଙ୍କ ସ୍ବର୍ଣ୍ଣାଭ ବେଳାଭୂମିରେ ଜୁନ ୦୧ ତାରିଖରୁ ୦୫ ତାରିଖ ପର୍ଯ୍ୟନ୍ତ, ପାଞ୍ଚଦିନ ଧରି ଅନୁଷ୍ଠିତ ହେବ ଚତୁର୍ବିଂଶ ଜାତୀୟ ଲୋକମେଳା ଓ ସପ୍ତଦଶ କୃଷିମେଳା। ଏ ଅବସରରେ ଭାରତବର୍ଷ ର ପ୍ରାୟ ସମସ୍ତ ରାଜ୍ଯ ସରକାର ମାନଙ୍କ ଦ୍ବାରା ପ୍ରେରିତ ଲୋକକଳା ସାଂସ୍କୃତିକ ଦଳମାନେ ନିଜ ନିଜ ରାଜ୍ଯର ଲୋକକଳା ଏଠାରେ ପ୍ରଦର୍ଶନ କରିବେ। ଏଥିପାଇଁ ଭାରତବର୍ଷ ର କୋଲକାତା, ଦିମାପୁର, ପ୍ରୟାଗରାଜ, ପାଟିଆଲା, ଉଦୟପୁର, ନାଗପୁର ତଥା ତାଞ୍ଜାଭୁର ସ୍ଥିତ ସାଂସ୍କୃତିକ ମଣ୍ଡଳ କେନ୍ଦ୍ର ଗୁଡିକ ସେମାନଙ୍କ ସହଯୋଗର ହାତ ବଢ଼ାଇ ଅଛନ୍ତି।
ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ ଙ୍କ ଅଧ୍ୟକ୍ଷତା ରେ ୨୪ ତମ ଲୋକମେଳା ୨୦୨୬ ଓ ୧୭ ତମ କୃଷି ମେଳା ୨୦୨୬ ପାଇଁ ଜିଲ୍ଳା ସ୍ତରୀୟ ଅଧିକାରୀ ଙ୍କୁ ନେଇ ଏକ ସମନ୍ୱୟ ବୈଠକ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସମନ୍ୱୟ ବୈଠକ ରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ର ଅଧକ୍ଷ ଆଚାର୍ଯ୍ୟ ହରେକୃଷ୍ଣ ଶତପଥୀ ଓ ସାଧାରଣ ସମ୍ପାଦକ ରାଜେଶ କୁମାର ମହାନ୍ତି ଆସନ୍ତା ଜୁନ୍ ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୨୪ ତମ ଜାତୀୟ ସ୍ତରୀୟ ଲୋକମେଳା ଓ ୧୭ ତମ କୃଷି ମେଳା ସମ୍ପର୍କ ରେ ସବିଶେଷ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସୁଦୂର ଜମ୍ମୁ କାଶ୍ମୀର ଠାରୁ ଆରମ୍ଭ କରି ଲକ୍ୱଦ୍ବିପ ପର୍ଯ୍ୟନ୍ତ , ଗୁଜରାଟ ଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ସମସ୍ତ ଭାରତ ବର୍ଷର ବିଭିନ୍ନ ରାଜ୍ୟ ରୁ ୨୫ ଗୋଟି ୫୦୦ କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିିଅଛି ଏହା ସହିତ ଏକ ଜାତୀୟ ସ୍ତରୀୟ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେଉଛି ଏହି ପ୍ରଦର୍ଶନୀ ରେ ଭାରତୀୟ ରେଳ ବିଭାଗ, ଗୁଜରାଟ ସରକାର ଙ୍କ ହସ୍ତତନ୍ତ ତଥା ବୟନ ନିଗମ, ଜାତୀୟ ବହି ବୋର୍ଡ, ଜାତୀୟ ଝୋଟ ବୋର୍ଡ, ଜାତୀୟ କତ୍ତା ବୋର୍ଡ , ଟ୍ରାଇଫେଡ, ହସ୍ତତନ୍ତ ନିର୍ଦ୍ଦେଶାଳୟ ଓଡ଼ିଶା ସରକାର, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ନିର୍ଦ୍ଦେଶାଳୟ ଓଡ଼ିଶା ସରକାର, ବୟନ ନିର୍ଦ୍ଦେଶାଳୟ ଓଡ଼ିଶା ସରକାର ଯୋଗ ଦେବାର କାର୍ଯ୍ୟକ୍ରମ ରହି ଅଛି । ଠିକ ସେହିପରି ଜାତୀୟ ସ୍ତରୀୟ କୃଷି ପ୍ରଦର୍ଶନୀ ରେ ଭାରତ ସରକାରଙ୍କର ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ , ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ଭାରତ ସରକାର ଙ୍କ ଜୈବିକ ବିଜ୍ଞାନ ବିଭାଗ , ଜାତୀୟ ଉଦ୍ୟାନ ବୋର୍ଡ , ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ , ଜାତୀୟ ମସ୍ତ୍ୟ ବୋର୍ଡ , ସିଫନେଟ, ଓଡ଼ଶା ସରକାର ଙ୍କ କୃଷି , ଉଦ୍ୟାନ , ମୂର୍ତ୍ତିକା ସଂରକ୍ଷଣ, ମସ୍ତ୍ୟ ଓ ପଶୁ ସମ୍ପଦ ବିଭାଗ , ସୁଦୂର ନାଗାଲାଣ୍ଡ ତଥା ମଣିପୁର ରାଜ୍ୟ ର ଉଦ୍ୟାନ ଓ କୃଷି ବିଭାଗ ଏହି କାର୍ଯ୍ୟକ୍ରମ ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଅଛି।

ଏହି ଦୁଇ ଜାତୀୟ ମହୋସ୍ତବ କୁ ଅତିଥି ଭାବରେ ଓଡ଼ିଶା ର ରାଜ୍ଯପାଳ, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ଓ ମନ୍ତ୍ରୀ ମଣ୍ଡଳ ର ବିଭିନ୍ନ ମନ୍ତ୍ରୀ ମାନଙ୍କୁ ଓ ସାଂସଦ ତଥା ବିଧାୟକ ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ବୈଠକ ପୁରୀ ମ୍ୟୁନିସିପାଲଟି କର୍ପୋରେସନ ର ଯୁଗ୍ମ କମିସନର ଅଭିନୟ ବେହେରା , ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୁଇନ୍ଦା ଦେବିସଙ୍କର ପ୍ରତାପ , ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଉପ ନିର୍ଦ୍ଦେଶକ ହସ୍ତଶିଳ୍ପ ପୁରୀ ବିଷ୍ଣୁପଦ ମାରାଣ୍ଡି, ବୟନ ନିରୀକ୍ଷକ ପ୍ରଶାନ୍ତ କୁମାର ନାମ, ସାଧାରଣ ପରିଚାଳକ ଜିଲ୍ଲା ଶିଳ୍ପ କେନ୍ଦ୍ର ମାନସ କୁମାର ବାରିକ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଛନ୍ଦ୍ର ମୋହନ ଚାନ୍ଦ, ସହ କୃଷି ଅଧିକାରି ସ୍ୱାଗତିକା ପଟ୍ଟନାୟକ, ମୁଖ୍ୟ ପଶୁସମ୍ପଦ ଅଧିକାରୀ ଡ଼ଃ ଶରତ କୁମାର ବେହେରା , ଏଲ୍ ଡି ଏମ୍ ଅନିଲ କୁମାର ଭୋଇ, ଦେବୀ ଶୁଭଦ୍ରା ଙ୍କ ମୁଖ୍ୟ ବାଢ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର, ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଜଗନ୍ନାଥ ପୂଜାପଣ୍ଡା ସାମନ୍ତ, ଶ୍ରୀ ଜଗନ୍ନାଥ ମନ୍ଦିର ପୂଜାପଣ୍ଡା ନିଯୋଗ ସମ୍ପାଦକ ମାଧବଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ଭାସ୍କର ମିଶ୍ର, ବରିଷ୍ଠ ଗୀତିକାର ଡ଼ଃ ବଦ୍ରି ମିଶ୍ର, ବରିଷ୍ଠ ସମାଜସେବୀ ଚକ୍ରଧର ମହାପାତ୍ର , ପୂର୍ବତନ ଜିଲ୍ଳା ଯୋଗାଣ ଅଧିକାରୀ ସଂତୋଷ କୁମାର ମହାନ୍ତି,ଅନୁଷ୍ଠାନ ର ସାଂସ୍କୃତିକ ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି, କୋଷାଧ୍ୟକ୍ଷ ନାରାୟଣ ପାତ୍ର, ସଂଗଠନ ସମ୍ପାଦକ ସତ୍ୟବ୍ରତ ଦାସ , ବରିଷ୍ଠ ଅଧ୍ୟାପକ ଡ଼ଃ ବିଶ୍ୱନାଥ ମିଶ୍ର, ଯୁଗ୍ମ ସମ୍ପାଦକ ବିଦ୍ରୋହ କେଶରୀ ସିଂହ , ଶିବସୁନ୍ଦର ମିଶ୍ର , ଭବାନୀ ଶଙ୍କର, ପୁଷ୍କର ସାହୁ, ପୂର୍ଣ୍ଣ ଚନ୍ଦ୍ର ଓଝା ଓ ଅନ୍ୟାନ୍ୟ ଯୋଗ ଦେଇଥିଲେ ।
