July 1, 2025
Home » ଧାମନଗରରୁ ଉଠିଲା ଧାରା ୧୬୩

ଧାମନଗରରୁ ଉଠିଲା ଧାରା ୧୬୩

0
WhatsApp Image 2024-10-09 at 11.47.44 AM

ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ଏନଏସିରେ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ଧାରା ୧୬୩କୁ ଉଠାଇଦିଆଯାଇଛି। ସେଠାରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ଯୋଗୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ଗତ ମାସ ୨୭ ତାରିଖରୁ ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଧାମନଗର ଏନଏସି ଓ ଏହାର ପାଖ ଅଞ୍ଚଳ ଅଶାନ୍ତ ହୋଇଉଠିଥିଲା। ଏହାପରେ ସେଠାରେ ଧାରା ୧୬୩ ଲଗାଯାଇଥିଲା। ପୁଲିସ ଡିଜି ୱାଇ.ବି ଖୁରାନିଆ ଧାମନଗର ଏନଏସିରେ ସ୍ଥିତିର ସମୀକ୍ଷା କରିଥିଲେ। ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଧାମନଗର ଥାନାରେ ଆଲୋଚନା କରିଥିଲେ। ଏଥିରେ ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସ୍‌ପି ମଧ୍ୟ ଉପସ୍ଥିତ ଥିଲେ। ସମୀକ୍ଷା ପରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଡିଜିପି ନିବେଦନ କରିଥିଲେ। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ସ୍ଥିତି ସମୀକ୍ଷା କରାଯାଇଥିଲା। ଏହି ଅବସରରେ ସେ କହିଥିଲେ, ଅଯଥା ସୋସିଆଲ ମିଡିଆ ପୋଷ୍ଟରେ କମେଣ୍ଟ କରନ୍ତୁ ନାହିଁ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *