October 16, 2024
Home » ସଖୀ ୱାନ ଷ୍ଟପ ସେଣ୍ଟର ନବରଙ୍ଗପୁର ର ପଞ୍ଚମ ସ୍ଵନକ୍ଷତ୍ର ପାଳନ

ସଖୀ ୱାନ ଷ୍ଟପ ସେଣ୍ଟର ନବରଙ୍ଗପୁର ର ପଞ୍ଚମ ସ୍ଵନକ୍ଷତ୍ର ପାଳନ

0

ନବରଙ୍ଗପୁର ସଖୀ ୱାନ ଷ୍ଟପ ସେଣ୍ଟର ନବରଙ୍ଗପୁରର ପଞ୍ଚମ ସ୍ଵନକ୍ଷତ୍ର ଦିବସ ୦୬.୧୦.୨୪: ତାରିଖ ପୂର୍ବାହ୍ନ ୯ ଘଟିକା ସମୟରେ ପାଳନ କରାଗଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଏବଂ ଗୌରୀ ଶଙ୍କର ମାଝୀ ମାନ୍ୟବର ବିଧାୟକ ନବରଙ୍ଗପୁର, ମହେଶ୍ୱର ନାୟକ ଅତିରିକ୍ତ ଜିଲ୍ଲପାଳ ସାଧାରଣ ନବରଙ୍ଗପୁର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସୁକାନ୍ତ କୁମାର ଶତପଥୀ , ଶ୍ରୀମତୀ ସସ୍ମିତା ମହାନ୍ତି ମହିଳା ସୁରକ୍ଷା ଅଧିକାରୀ, ଫୋକିର ଚରଣ ରାଉତ ସଂଯୋଜକ ଆକ୍ସନ ଏଇଡ, ସୁଧୀର ସାବତ ନିର୍ଦ୍ଦେଶକ ଆଇ ଏସ ଆର ଡି, ଗଙ୍ଗେଶ୍ବରୀ ମାଝୀ, ଶ୍ରୀମତୀ ଯେମାମନି ବିଷୟୀ, ଶ୍ରୀମତି ପୁଷ୍ପାଞ୍ଜଳି ମହାନ୍ତି, ଶ୍ରୀମତୀ ସର୍ମିଷ୍ଠା ଦେଓ କାଉନସିଲର, ପୌରପାଳିକା ନବରଙ୍ଗପୁର ଯୋଗଦାନ କରିଥିଲେ l ମାନ୍ୟବର ସାଂସଦ ଏବଂ ମାନ୍ୟବର ବିଧାୟକ ଙ୍କ କର କୋମଳ ରେ ସର୍ବ ପ୍ରଥମେ ନବରଙ୍ଗପୁର ମୁଖ୍ଯ ଚିକିତ୍ସାଳୟ ପରିସର ମଧ୍ୟରେ ସଖୀ ( one stop centre) ର ଅତିରିକ୍ତ ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ଥିଲା l
ଏହା ପରେ ଚିକିତ୍ସାଳୟ ପରିସର ରେ ଥିବା ସଭା ଗୃହରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ସଖୀ ସେଣ୍ଟର ର ନିର୍ଦେଶକ ସୁଧୀର ସାବତ ସଖୀ (one stop centre )ର ମୁଳ ଲକ୍ଷ୍ୟ ଏବଂ ଉଦେଶ୍ୟ ସମ୍ପାର୍କ ରେ ଆଲୋଚନା କରିଥିଲେ l ଅନ୍ୟତମ ବକ୍ତା ସୁଧାଂଶୁ ପାତ୍ର, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ନିଜ ଅଭିଭାଷଣ ରେ ନିଖୋଜ ଓ ଅତ୍ୟାଚାରିକ ମାନସିକ ସ୍ଥିତି ର ପରିଚାଳନା ଏବଂ ସେମାନଙ୍କ ର ଥଇଥାନ ଅତ୍ୟନ୍ତ କଷ୍ଟକର ଆଲୋଚନା କରିଥିଲେ l ପ୍ରାକ୍ତନ ABEO ଶ୍ରୀମତୀ ପୁଷ୍ପାଞ୍ଜଳି ମହାନ୍ତି ନିଜ ବ୍ୟକ୍ତବ୍ୟରେ ମହିଳାମାନେ ଅସୁରକ୍ଷିତ ଅନୁଭବ କଲେ 181ନମ୍ବର ରେ ତୁରନ୍ତ ଯୋଗା ଯୋଗ କରିବାପାଇଁ ମତ ରଖିଥିଲେ
ବରିଷ୍ଠ ଉପଦେଷ୍ଟା ତଥା ସଦସ୍ୟ ନାରୀ ଶକ୍ତି ଶ୍ରୀମତି ମନରମା ମାଝୀ ସଖୀ (one stop centre)ସମ୍ପର୍କ ରେ ଏକ କବିତା (ସ୍ୱରଚିତ )ପାଠ କରିଥିଲେ l ଅନ୍ୟତମ ବରିଷ୍ଟ କବୟତ୍ରି ଶ୍ରୀମତି ଜେମାମଣି ବିଷୟି ନାରୀ ସୁରକ୍ଷା ଉପରେ ସ୍ୱରଚିତ କବିତା ପାଠ କରି ଶୁଣାଇଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହେଶ୍ୱର ନାୟକ ଦୁର୍ଗା ପୂଜା ସମୟରେ ନବରାତ୍ରି ଅବସରରେ ମହିଳା ସୁରକ୍ଷା ଓ ନିରାପତ୍ତାର ଦିଗଦର୍ଶନ ଦେଇ ନାରୀମାନଙ୍କୁ ନିର୍ଯ୍ୟାତନା ସହ ଅଗକୁ ପାଦ ବଢାଇବା ପାଇଁ ପରାମର୍ଶ ଦେଇଥିଲେ ADMO(PH)Dr ସତପୋଥି ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ମଧ୍ୟ୍ୟ ରେ ଆତ୍ମଗର୍ଵ ସକାଶେ ପାରିବାରିକ କହଳ ଅସୀମାହିତ ରହୁଛି l ଏଣୁ ପୁରୁଷ ଅବା ସ୍ତ୍ରୀ ନିଜ ଉପରେ ଆୟତ ରଖିବା ଜରୁରୀ କହିଥିଲେ l
ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତି ମହାନ୍ତି ନିଜ ବୋକ୍ତରେ ସଖୀ କେନ୍ଦ୍ର ର କର୍ଯ୍ୟ ରେ ନିୟୋଜିତ ଥିବ କର୍ମଚାରି ଙ୍କ ଗୁରୁ ଦାୟିତ୍ୱ କୁ ଦେଖି ପରିଶ୍ରମିକ ନିୟମିତ ଦେବି ଏବଂ ବୃଦ୍ଧି କରିବା ସକାଶେ ରାଜ୍ୟ ସ୍ତରରେ ନିବେଦନ କରିବା ପାଇଁ ମତ ରଖିଥିଲେ l ଅନ୍ୟତମ ସନମାନିତ ଅତିଥି ମାନ୍ୟବର ବିଧାୟକ ନବରଙ୍ଗପୁର ନିଜ ବକ୍ତବ୍ୟ ରେ ଆଗାମୀ ଦିନରେ ଏଭଳି କର୍ଯ୍ୟକ୍ରମ କୁ ଖଲା ମଞ୍ଚ ରେ ବୃହତ ସମାବେଶ କରିବା ପାଇଁ ପରାମର୍ଶ ଦେଲେ ଏହା ସହିତ ପ୍ରତ୍ୟେକ ପରିବାର ଦିନରେ ତିନୋଟି ମୁଖ୍ୟ ଭଜନ ମଧ୍ୟ୍ୟ ରୁ ଅନ୍ୟାନ ଗୋଟିଏ ଭଜନ ସପରିବାର ଏକତ୍ର ଭଜନ କରିବା ସହ ସପ୍ତାହକୁ ଥରେ ଏକତ୍ର ଭଜନ ଦ୍ୱାରା ଭଗବତ ଚିନ୍ତନ କରିପାରିଲେ ପରିବାର ମଧ୍ୟ୍ୟରେ ସ୍ନେହ ସମ୍ପର୍କ ଦୃଡ଼ ହୁଏ ପରାମର୍ଶ ଦେଲେ l ଶ୍ରୀ ହିମାଂଶୁ ଶେଖର ପଟନାୟକ ଜିଲ୍ଲାପ୍ରକଳ୍ପ ପ୍ରକଳ୍ପ ଅଧିକାରୀ, ଜରୁରୀ କାଳୀନ ବିଭାଗ ନବରଙ୍ଗପୁର, ଓଡିଶା ରାଜ୍ୟ ରାଜସ୍ୱ, ଅମଲା ସଂଘ ର ସଭାପତି, ଶ୍ରୀଯୁକ୍ତ ତ୍ରିପତି ବାଲାଜୀ ସାହୁ,ସାଇ କେୟାର ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଦୁର୍ଗା ପ୍ରସାଦ ପାଢ଼ୀ, କବୟତ୍ରୀ ଶ୍ରୀମିତି ସୁଶୋଭିତା ମେର୍ଲିନ ତୁରୁକ ନବରଙ୍ଗପୁର ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଶ୍ରୀମତି ସ୍ବର୍ଣ୍ଣଲତା ପଟନାୟକ ଯେ ସବୁବେଳେ ସଖୀ କେନ୍ଦ୍ର କୁ ସମସ୍ତ କର୍ଯ୍ୟ ରେ ସହଯୋଗ ପାଇଁ ଆଗବର ରହିଛନ୍ତି ଓ ରହିବେବୋଲି କହି ଥିଲେ l କବୟତ୍ରୀ ଶ୍ରୀମତି ସୁଶୋଭିତା ମେର୍ଲିନ ତୁରୁକ, ନବରଙ୍ଗପୁର ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ଶ୍ରୀମତି ସ୍ଵର୍ଣ୍ଣଲତା ପଟନାୟକ କାର୍ଯ୍ୟ କ୍ରୋମରେ ଯୋଗଦେଇଥିଲେ
ପରିଶେଷରେ ସଖୀ ର ଆଇନ ପରାମର୍ଶ ଦାତ୍ରୀ ଶ୍ରୀମତି କିଶୋରୀ ପଟନାୟକ ଅନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣଙ୍କରୀ ସଭା ସାଙ୍ଗ ଘୋଷଣା (ସଭାପତି ଅନୁମତି କ୍ରମେ )କରିଥିଲେ l କେନ୍ଦ୍ରପ୍ରଶାସିକା ଶ୍ରୀମତି ରଞ୍ଜିତା ସାହୁ ସ୍ୱାଗତ ସଂବୋଧନା କରିଥିବା ବେଳେ ଉକ୍ତ କର୍ଯ୍ୟ କ୍ରମକୁ M- ଅନୀତା କୁମାରୀ, ଦାମିନୀ ବାଳା ନାୟକ, ସ୍ବର୍ଣ୍ଣ ଲତା ବାଘ, ଟୁନି କନ୍ଧପାନ, ସୁମିତ୍ରା ଗରଡା, ଡିସେମ୍ବର ହରିଜନ, ତପନ ହରିଜନ, ଗୀତାଞ୍ଜଳି ପାଣିଗ୍ରାହୀ, ସ୍ୱରନଲତା ବେନିୟା ପ୍ରମୁଖ ପରିଚାଳନା କରିଥିଲେ l

ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *