June 1, 2026
Home » ବେଆଇନ ବ୍ଲାଷ୍ଟିଙ୍ଗ ଯୋଜନା : ବିପୁଳ ବିସ୍ପୋରକ ଦୁଇ ଗାଡି ଜବତ ସହ ତିନି ଜଣ ଗିରଫ

ବେଆଇନ ବ୍ଲାଷ୍ଟିଙ୍ଗ ଯୋଜନା : ବିପୁଳ ବିସ୍ପୋରକ ଦୁଇ ଗାଡି ଜବତ ସହ ତିନି ଜଣ ଗିରଫ

0
WhatsApp Image 2026-06-01 at 5.59.07 PM

l ସୁବର୍ଣ୍ଣପୁର — ବେଆଇନ ଭାବେ ବ୍ଲାଷ୍ଟିଙ୍ଗ ଯୋଜନା କରୁଥିବା ସମୟରେ ତରଭା ପୋଲିସ ପକ୍ଷରୁ ବିପୁଳ ବିସ୍ପୋରକ ସହ ୨ ଟି ଗଡି ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ୩ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି I ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଇ ଆଇ ସି ଙ୍କ ନେତୃତ୍ୱ ରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବ୍ରାହ୍ମଣୀ ଆର ଡି ରାସ୍ତା ରୁ ପଣ୍ଡିରାପିଟା ଦେଇ ତାଳପଦର ଗ୍ରାମ କୁ ଯାଇଥିବାରାସ୍ତାରଏକ ନିର୍ଦ୍ଦିଷ୍ଟ କ୍ରସର ନିକଟରେ ଥିବା ପାହାଡ଼ରେ କେତେକ ଲୋକ ପଥର ବ୍ଲାଷ୍ଟିଙ୍ଗ କରୁଥିବା ନେଇ ବିଶେଷ ସୂତ୍ରରୁ ପୋଲିସ କୁ ସୂଚନା ମିଳିଥିଲା I ସୂଚନା ପାଇବା ପରେ ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ପଥର ବ୍ଲାଷ୍ଟିଙ୍ଗ ପାଇଁ ସମସ୍ତ ବ୍ୟବସ୍ଥା ସରିଥିବା ଅବସ୍ଥାରେ ୩ ଜଣ ବ୍ୟକ୍ତିଙ୍କୁ ଗିରଫକରି ଥାନା କୁ ଆଣିଥିଲେ I ବିସ୍ପୋରକ ସାମଗ୍ରୀ ରହିଥିବାପିକଅପ ଭେନ ଗାଡି ନମ୍ବର OD15 L 3152 ଏବଂ OR15 R 9252 କୁ ଜବତ କରି ପ୍ରାରମ୍ଭିକ ତଦନ୍ତ କରିଥିଲେ I ତଦନ୍ତ ବେଳେ ଗାଡ଼ିରେ ଥିବା କୋଡେକ୍ସ, ଡେଟୋନିଟର 15 ବଣ୍ଡଳ ଏବଂ 9 ଟି ସେଲ ରେ ରହିଥିବା 25 କେଜି ଓଜନର 225 ପେକେଟ ବାରୁଦ ଏପରିକି ମୋଟ 5625 କେଜି ବାରୁଦ ତରଭା ପୋଲିସ ଜବତ କରିଥିଲା I ଏସମ୍ପର୍କ ରେ ତରଭା ପୋଲିସ ଏକ ମାମଲା ରୁଜୁ କରି ସମ୍ବଲପୁର ତାଳପାଳି ର ଧ୍ରୁବ ଚରଣ ସାହୁ (56)ଲଙ୍ଗାବାହାଳ ଗ୍ରାମର ବିକାଶ ପଧାନ(32)ଏବଂ ତାଲପାଲି ର ବିସ୍ପୋରକ ପରିଚାଳକ ସଚିନ୍ଦ୍ର ଭୋଇ(24)ଙ୍କୁ ଗିରଫ କରିଥିଲେ I ସମ୍ବଲପୁର ରେ ଥିବା ବୃହାନି ଏକ୍ସପ୍ଲୋସିଭ କମ୍ପାନୀର ପକ୍ଷରୁ ତରଭା ଥାନା ଅନ୍ତର୍ଗତ ତାଳପଦର ଗ୍ରାମର ହରେକୃଷ୍ଣ ଦାସ ଙ୍କ ନିର୍ଦ୍ଧେଶ ରେ ଆସି ବ୍ଲାଷ୍ଟିଙ୍ଗ କରୁଥିବା ଅଭିଯୁକ୍ତମାନେ ପୋଲିସକୁ ସୂଚନା ଦେଇଛନ୍ତି ଇ ଏ ନେଇ ତରଭା ଥାନା କେଶ ନଂ.192/31/5/26ରେ ମାମଲା ରୁଜୁ କରି ଭାରତୀୟ ଆଇନ ସଂହିତା ( BNS ) 288/61(2)9 b (1),(A) B ,ବିଚାର ପାଇଁ ଆଜି କୋର୍ଟ ଚାଲାଣ କରିଥିବା ଆଇ ଆଇ ସି ଡୋଳାମଣି ନାଏକ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି I ଏସ ଆଇ ପ୍ରଶ୍ନଜିତ ବେହେରା ଏହି କେଶ ର ଅଧିକ ତଦନ୍ତ ଦାୟିତ୍ୱ ନେଇଥିବା ଆଇ ଆଇ ସି ସୂଚନା ଦେଇଛନ୍ତି I ତରଭା ତହସିଲ ଅଞ୍ଚଳ ରେ 6 ରୁ ଅଧିକ କ୍ରସର ରହିଛି I ଅନୁମତି ନେଇ କିମ୍ବା ନିୟମ କାନୁନପାଳନ କରି ପଥର ବ୍ଲାଷ୍ଟିଙ୍ଗ ହେଉଛି ନା ବେଆଇନ ଭାବେ କାହା ଇଙ୍ଗିତ ରେ ଏହିପରି ପଥର ବ୍ଲାଷ୍ଟିଙ୍ଗି କରାଯାଉଛି ଜାଣିବା ନେଇ ମାଇନିଂ ଅଫିସର ଙ୍କୁ ଗଣମାଧ୍ୟମ ପ୍ରତିନିଧି ଫୋନ କରି ଯୋଗାଯୋଗ କରିଥିଲେ ହେଁ ସମ୍ଭବ ହୋଇ ପାରିନଥିଲା I ଆଗାମୀ ଦିନ ରେ ପୋଲିସ ପକ୍ଷରୁ ବ୍ୟାପକ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି l ଏପରି ବିସ୍ପୋରକ କାରବାର ରେ ଅନ୍ତଃରାଜ୍ୟ ରାକେଟ ସକ୍ରିୟ ରହୁଥିବା ସନ୍ଧେହ କରାଯାଉଛି l ଏପରି କାରବାର ରେ ବ୍ୟାପକ ଭାବେ ଚଢ଼ାଉ କରାଗଲେ ସରକାର ଙ୍କ ରାଜସ୍ୱ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଉଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *