June 2, 2026
Home » ପାରାଦୀପ ନଗରପାଳ ବସନ୍ତ ବିଶ୍ୱାଳଙ୍କ ଘର ଉପରେ ବୋମା ମାଡ ଘଟଣାକୁ ନଗର ବିଜେଡିର ଦୃଢ ନିନ୍ଦା

ପାରାଦୀପ ନଗରପାଳ ବସନ୍ତ ବିଶ୍ୱାଳଙ୍କ ଘର ଉପରେ ବୋମା ମାଡ ଘଟଣାକୁ ନଗର ବିଜେଡିର ଦୃଢ ନିନ୍ଦା

0
WhatsApp Image 2026-06-02 at 6.27.54 PM

୬ଜଣଙ୍କୁ ଅଟକ ରଖି ପୋଲିସ୍‌ର ତଦନ୍ତ ଆରମ୍ଭ
ପାରାଦୀପ ନଗରପାଳ ବସନ୍ତ ବିଶ୍ୱାଳଙ୍କ ଘରେ ଉପରେ ଶନିବାର ଦିନ ସଂନ୍ଧ୍ୟାରେ ବୋମା ମାଡ ଘଟଣାକୁ ଦୃଢ ନିନ୍ଦା କରିଛି ପାରାଦ୍ଵୀପ ବିଜୁ ଜନତା ଦଳ । ରବିବାର ଦିନ ପାରାଦୀପ ନୂଆବଜାରସ୍ଥିତ ବିଜୁ ପଟ୍ଟନାୟକ ମେମୋରିଆଲ୍ ଟ୍ରଷ୍ଟ ପରିସରରେ ପୂର୍ବତନ ବିଧାୟକ ସମ୍ବତି ରାଉତରାୟ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହିତ ପୋଲିସ୍ ଏ ଦିଗରେ ଦୋଷୀମାନଙ୍କୁ ଧରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବୀ କରିଛନ୍ତି । ସାରା ରାଜ୍ୟରେ ଆଇନ୍ ଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହେଲାଣି । ଏ ଅପରାଧ ପଛରେ ପରଜୀବୀଙ୍କ ହାତ ଥିବା ସେ ସ୍ପଷ୍ଟ ଭାବେ କହିଥିଲେ । ଏହି ପରଜୀବୀ ପାରାଦୀପରେ ଅଶାନ୍ତି ସୃଷ୍ଟି କରୁଛନ୍ତି । ପୋଲିସ୍ ପ୍ରଶାସନ ଉପରେ ତାଙ୍କର ଓ ଦଳର ଭରସା ଅଛି, ପୋଲିସ୍ ନିଶ୍ଚିନ୍ତ ଭାବେ ଅପରାଧୀଙ୍କୁ ଧରିବ ବୋଲି ଶ୍ରୀ ରାଉତରାୟ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ଡା. କୁଳମଣି ସାମଲ, ନଗରପାଳ ବସନ୍ତ ବିଶ୍ୱାଳ, ନଗର ବିଜେଡି ସଭାପତି କୁମରବର ନାୟକ, ମହିଳା ବିଜେଡି ଉପ-ସଭାନେତ୍ରୀ ସବିତା ମହାପାତ୍ର, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଅରୁଣ କୁମାର ବେହେରା,ପୂର୍ବତନ ପାରିଷଦ ଶଙ୍କର ପ୍ରସାଦ ରାଉତରାୟ, ଯୁବ ବିଜେଡି ସଭାପତି ଆଲୋକ କୁମାର ମହାପାତ୍ର, ପୋତାନଇ ସମିତି ସଭ୍ୟ ସତ୍ୟବାନ ମୁଦୁଲି, ବିଚିତ୍ରାନନ୍ଦ ପ୍ରଧାନ, ପୁର୍ବତନ ବିଧାୟକଙ୍କ ପ୍ରତିନିଧି ରଶ୍ମିରଂଜନ ପରିଡା,ଜିଲ୍ଲା ସାଧାରଣ ସମ୍ପାଦକ ଚିନ୍ମୟ ରଂଜନ ପରିଡାଙ୍କ ସମେତ ପାରାଦୀପ ପୌର ପାଳିକାର ପାରିଷଦଙ୍କ ସମେତ ଦଳୀୟ ନେତାମାନେ ଯୋଗ ଦେଇ ଏହି ଘଟଣାକୁ ଦୃଢ ଭାବେ ନିନ୍ଦା କରିଥିଲେ । ଅପରପକ୍ଷରେ ଏହି ଘଟଣା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଙ୍କିତ ବର୍ମା ଘଟଣାସ୍ଥଳରେ ସାଇିଫିକ୍ ଟିମ୍ ସହିତ ପହଂଚି ଘଟଣାର ଅନୁଧ୍ୟାନ କରି ଫେରିବା ପରେ ପାରାଦୀପ ପୋଲିସ୍ ୬ଜଣଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଥିବା ଜଣା ପଡିଛି ।

 

prasanta dash nka report

Leave a Reply

Your email address will not be published. Required fields are marked *