ପୌରାଧ୍ୟକ୍ଷ ଙ୍କ ଘର ଉପରକୁ ବୋମାମାଡ ଘଟଣା
ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପାରାଦୀପ ବାର୍ ଆସୋସିଏସନ୍ ପକ୍ଷରୁ ପ୍ରଶାସନକୁ ଦାବୀପତ୍ର
ପାରାଦୀପ, : ପାରାଦୀପ ବାର୍ ଆସୋସିଏସନ୍ ଉପସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଘର ଉପରକୁ ବୋମାମାଡ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଆଜି ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନକୁ ଦାବୀପତ୍ର ପ୍ରଦାନ କରାଯାଇଛି । ପାରାଦୀପ ବାର୍ ଆସୋସିଏସନ୍ ସଭାପତି ତପନ କୁମାର ଦାଶଙ୍କ ନେତୃତ୍ୱରେ ପାରାଦୀପ ବାର୍ ଆସୋସିଏସନ୍ର ଏକ ପ୍ରତିନିଧି ଦଳ ସୋମବାର ଦିନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଜିଙ୍କ୍ୟ ମାଣେଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏକ ଦାବୀପତ୍ର ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଂଜନ ବେହେରାଙ୍କୁ ପ୍ରଦାନ କରାଯାଇଥିଲା । କୌଣସି ଚାପର ବଶବର୍ତୀ ନ ହୋଇ ପୋଲିସ୍ ଘଟଣାର ନିରପେକ୍ଷ ଭାବେ ତଦନ୍ତ କରିବା ସହିତ ଏହି ବୋତଲ ବୋମାମାଡ ଘଟଣା ପଛରେ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଦୃଷ୍ଟାନ୍ତମୂଳକ ଦଣ ଦେବାକୁ ଏହି ଦାବୀପତ୍ରରେ ଉଲ୍ଲେଖ ରହିଛି । ପାରାଦୀପ ବାର୍ ଆସୋସିଏସନ୍ ଅନ୍ୟତମ ଉପସଭାପତି କୈଳାସ ଚନ୍ଦ୍ର ସାହୁ, ସମ୍ପାଦକ ରବିନ୍ଦ୍ର କୁମାର ଜେନା, ଗୋଲକ ବିହାରୀ ସୂତାର, କୋଷାଧ୍ୟକ୍ଷ ଗୋପିନାଥ ମଲ୍ଲ, କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ କୁମାର ମିଶ୍ର, ପ୍ରସନ୍ନ କୁମାର ମିଶ୍ର, ବିଜୟ କୁମାର ମହାନ୍ତି, ଅବିନାସ ଦାସ, ସଦାନନ୍ଦ ମଲ୍ଲିକଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଥିଲେ ।
paradeep ru prasanta dash nka report
