June 3, 2026
Home » ଜଟଣୀ ପୌରପାଳିକା ସର୍ବଶ୍ରେଷ୍ଠ ପ୍ରଦୂଷଣ ସହର ନିୟମ ମାନୁନାହାନ୍ତି ଘରୋଇ ସଂସ୍ଥା, ପ୍ରଶାସନ ନିଦା ବିଷ୍ଣୁ

ଜଟଣୀ ପୌରପାଳିକା ସର୍ବଶ୍ରେଷ୍ଠ ପ୍ରଦୂଷଣ ସହର ନିୟମ ମାନୁନାହାନ୍ତି ଘରୋଇ ସଂସ୍ଥା, ପ୍ରଶାସନ ନିଦା ବିଷ୍ଣୁ

0
WhatsApp Image 2026-06-02 at 5.57.06 PM (1)

ଭୁବନେଶ୍ୱର : ଜଟଣୀ ପୌରପାଳିକା ର ଚରମ ଅବ୍ୟବସ୍ଥା କାର୍ଯ୍ୟକଳାପ ବୃଦ୍ଧି ପାଇଛି। ସ୍ୱଚ୍ଛତା ପାଇଁ ଓଡ଼ିଶାରେ ପ୍ରଥମ ସ୍ଥାନ ପାଇଥିବା ଜଟଣୀ ପୌରପାଳିକା ବର୍ତ୍ତମାନ ସର୍ବନିର୍ମ ସ୍ଥାନରେ କହିଲେ ଅତୁକ୍ତି ହେବ ନାହିଁ। ସବୁଠାରୁ ବଡ଼ ବିପଦଜନକ ହେଲା ଘର ପାଇଖାନା ମଇଳା ଟାଙ୍କି ସଫା କରି ସେଥିରୁ ସଂଗୃହିତ ମଳ ଏବଂ ମଇଳା ପାଣି କୁ ଏକ ସ୍ୱତନ୍ତ୍ର ଭାବେ ନିର୍ମିତ ବିଶୋଧନଗାରରେ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇଛି, ହେଲେ ସଂଗୃହିତ ମଇଳା ଏବଂ ମଇଳା ପାଣିକୁ ଜଟଣୀ ଉପକଣ୍ଠ ପଥର ଖଣି ରେ ଖୋଲା ଆକାଶ ପୃଷ୍ଟଭୂମିରେ ନିଷ୍କାସନ ହେବା ସମୟରେ ପ୍ରମାଣ ସ୍ୱରୂପ ଜିଓ ଫୋଟ ଉଠାଯାଇଛି।ଯାହା ଆପଣଙ୍କ ସମୁଖ ରେ ଦେଖାଯାଉଛି। ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ, ଏହିପରି ପ୍ରଦୂଷଣ ହେଉଛି କାହା ପାଇଁ? କଣ ପୌରପାଳିକା କତ୍ତୃପକ୍ଷ ଅଣଦେଖା ଖାମଖିଆଲି ପାଇଁ ଦୋଷୀ କିଏ ଜନସାଧାରଣଙ୍କ ପ୍ରଶ୍ନ ? ସେହିପରି ସର୍ଦାର ପଟେଲ ମାର୍ଗ (ଗୋପୀନାଥ ମନ୍ଦିର ପାଖରୁ ବାଲିଛକ ସାହି ଛକ ପର୍ଯ୍ୟନ୍ତ) ସପ୍ତାହରେ ଥରେ ରାସ୍ତାରେ ଝାଡୁ ହୁଏ। ଏହା ଦ୍ୱାରା ପୌରପାଳିକା ର ସ୍ଵଛତା ଉପରେ ପ୍ରଶ୍ନ ଉଠେ।ଖୋଦ ଜଣେ ସାମ୍ବାଦିକ ଭାବେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ। ଏପରି ଜଟଣୀ ସହରରେ କୁଢ଼ କୁଢ଼ ମଇଳା ରାସ୍ତାରେ ପଡିଛି। ସେହିପରି ଜଟଣୀ ସହରର ମୁଖ୍ୟ ସୀତାରାମ ଛକ ପୋଲ ତଳେ ବହୁ ଉଠା ଦୋକାନ ଖୋଲିଛ। ସଂକୀର୍ଣ୍ଣ ପାର୍ଶ୍ଵ ରାସ୍ତା କଡରେ ଦୋକାନ ଆଗରେ ଗାଡି ମୋଟର ସାଇକେଲ ରହିବା ଦ୍ୱାରା ରାସ୍ତା ଅବରୋଧ ଯୋଗୁଁ ସର୍ବସାଧାରଣଙ୍କ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜନସାଧାରଣଙ୍କ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *