June 4, 2026
Home » ସୋନପୁର ପୌରପରିଷଦ ର ଦୁର୍ନୀତି ପେଡି – 2

ସୋନପୁର ପୌରପରିଷଦ ର ଦୁର୍ନୀତି ପେଡି – 2

0
WhatsApp Image 2026-06-04 at 1.27.50 PM

ସୌନ୍ଦର୍ଯ୍ୟକରଣ ନାଁରେ ପ୍ରହସନ

ସୋନପୁର ପୌରପରିଷଦରେ ଲକ୍ଷ ଲକ୍ଷ ଟଙ୍କାର ହରିଲୁଟ୍‌ ଅଭିଯୋଗ l

ସୁବର୍ଣ୍ଣପୁର — ସୋନପୁର ପୌରପରିଷଦରେ ସହର ସୌନ୍ଦର୍ଯ୍ୟକରଣ ନାଁରେ ବ୍ୟାପକ ଅର୍ଥ ଆତ୍ମସାତ ହୋଇଥିବା ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି । ସହରକୁ ସୁନ୍ଦର କରିବା ବଦଳରେ ସରକାରୀ ପାଣ୍ଠିକୁ କିଭଳି ହରିଲୁଟ୍ କରାଯାଇଛି, ତାହାର ଏକ ନଗ୍ନ ଚିତ୍ର ଏବେ ସହରସାରା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଦୁର୍ନୀତିର ପଛରେ ପୌରପରିଷଦର ତତ୍କାଳୀନ ଜଣେ ଯୁବ ନଗରପାଳଙ୍କ ସଂପୃକ୍ତି ଥିବା ନେଇ ସହରବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ବାହାନାରେ ବିଭିନ୍ନ ସ୍ଥାନରେ କେତେଖଣ୍ଡ ଅଧଖଣ୍ଡିଆ ଓ ଅସଜଡ଼ା ପଥରକୁ ଦୁଇ-ତିନୋଟି କରି ଠିଆ କରିଦିଆଯାଇଥିଲା । ଏହି କାମ ପାଇଁ କାଗଜପତ୍ରରେ ଲକ୍ଷ ଲକ୍ଷ ଟଙ୍କାର ବିଲ୍‌ ପାସ୍‌ କରାଯାଇ ସମସ୍ତ ଅର୍ଥ ଆତ୍ମସାତ କରାଯାଇଛି । ସହରବାସୀଙ୍କ ଟିକସ ପଇସାରେ କରାଯାଇଥିବା ଏହି ପ୍ରୋଜେକ୍ଟ ପକେଟ୍ ଗରମ କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଏବେ ସ୍ପଷ୍ଟ ଜଣାପଡ଼ୁଛି ।
ଦୁଇ ବର୍ଷରେ ଉଭେଇଗଲା ରଙ୍ଗବର୍ଣ୍ଣ: ଆଶ୍ଚର୍ଯ୍ୟର ବିଷୟ, ସୌନ୍ଦର୍ଯ୍ୟକରଣ ନାଁରେ କରାଯାଇଥିବା ଏହି ଲକ୍ଷାଧିକ ଟଙ୍କାର ପ୍ରୋଜେକ୍ଟ ଦୁଇ ବର୍ଷ ପୂରିବା ଆଗରୁ ହିଁ ନିଜର ଅସ୍ତିତ୍ୱ ହରାଇ ସାରିଲାଣି । ଆଜିର ଦିନରେ ଏହି ତଥାକଥିତ ସୌନ୍ଦର୍ଯ୍ୟକରଣର କୌଣସି ଚିହ୍ନବର୍ଣ୍ଣ ନାହିଁ । ସହର ସୁନ୍ଦର ଦେଖାଯିବା ତ ଦୂରର କଥା, ସେହି ଅଧଖଣ୍ଡିଆ ପଥରଗୁଡ଼ିକ ଏବେ ସହରର ବିକୃତ ରୂପକୁ ହିଁ ପଦାରେ ପକାଉଛନ୍ତି । ଭିଜିଲାନ୍ସ ତଦନ୍ତ ପାଇଁ ଜୋର ଧରିଲା ଦାବି : ଜନସାଧାରଣଙ୍କ ଅର୍ଥକୁ ଏଭଳି ଦିନଦ୍ୱିପହରରେ ଲୁଟ୍ କରାଯିବା ଘଟଣାକୁ ସୋନପୁର ସହରର ବୁଦ୍ଧିଜୀବୀ ଓ ସଚେତନ ନାଗରିକ ସହଜରେ ଗ୍ରହଣ କରିପାରିନାହାନ୍ତି । ପୌରପରିଷଦର ଅଧିକାରୀ ଏବଂ ତତ୍କାଳୀନ ଯୁବ ନଗରପାଳଙ୍କ ମଧୁଚନ୍ଦ୍ରିକା ଯୋଗୁଁ ହିଁ ଏତେ ବଡ଼ ଦୁର୍ନୀତି ସମ୍ଭବ ହୋଇଛି ବୋଲି ଅଭିଯୋଗ ହେଉଛି । ଏହି ସମ୍ପୂର୍ଣ୍ଣ ମାମଲାର ଏକ ଉଚ୍ଚସ୍ତରୀୟ ‘ଭିଜିଲାନ୍ସ ତଦନ୍ତ’ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବେ ସହରରେ ଦାବି ଜୋର ଧରିଛି । ସରକାର ଏଥିପ୍ରତି ଦୃଷ୍ଟି ଦେଇ ତଦନ୍ତ ନିର୍ଦ୍ଦେଶ ଦେବେ ନା ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ମିଳିବ, ତାହା ଦେଖିବାକୁ ବାକି ରହିଲା । ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *