ଗଞ୍ଜେଇ ସହ ମହିଳା ଗିରଫ, ଗୋଟିଏ ଆଲ୍ଟୋ କାର୍ ଜବତ
ସୁବର୍ଣ୍ଣପୁର:ବୌଦ୍ଧ ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଏକ ସ୍ପେଶାଲ୍ ଡ୍ରାଇଭ୍ ବେଳେ ପ୍ରାୟ ୧୬ କିଲୋଗ୍ରାମ ଗଞ୍ଜେଇ ସହ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଏଥିରେ ବ୍ୟବହୃତ ହେଉଥିବା ଏକ ଆଲ୍ଟୋ କାର୍କୁ ମଧ୍ୟ ଜବତ କରାଯାଇଛି। ଅବକାରୀ ବିଭାଗର ସୂଚନା ଅନୁଯାୟୀ, (୦୩.୦୬.୨୦୨୬) ଅପରାହ୍ନ ୧:୦୦ ଟାରୁ ୪:୦୦ ଟା ମଧ୍ୟରେ ଏହି ଚଢ଼ାଉ କରାଯାଇଥିଲା। ଗିରଫ ମହିଳା ଅଭିଯୁକ୍ତ ଜଣକ ହେଉଛନ୍ତି ବାଉଁଶୁଣୀ ଥାନା ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମର ପଦ୍ମାବତୀ ମେହେର (୩୫ ବର୍ଷ), ସ୍ୱାମୀ- କମଳ ମେହେର। ସେ ଏକ ଆଲ୍ଟୋ କାର୍ (ନଂ- OD 14 Y 3430) ଯୋଗେ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଅବକାରୀ ଦଳ ତାଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ୧୬ କେଜି ଗଞ୍ଜେଇ ଜବତ କରାଯିବା ସହ ଗାଡ଼ିଟିକୁ ମଧ୍ୟ ଜବତ କରାଯାଇଛି।ଏ ସମ୍ପର୍କରେ ବୌଦ୍ଧ ଅବକାରୀ ରେଞ୍ଜରେ ଏକ ମାମଲା (P.R. No. 13/2026-27) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ବୌଦ୍ଧ ଅବକାରୀ ରେଞ୍ଜର ଇନ୍ସପେକ୍ଟର ଦିଲ୍ଲୀପ କୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କେସ୍ ରୁଜୁ କରାଯାଇଛି।ଏହି ସଫଳ ଚଢ଼ାଉରେ ଅବକାରୀ ସବ୍-ଇନ୍ସପେକ୍ଟର ସତ୍ୟନାରାୟଣ ପ୍ରଧାନଙ୍କ ସମେତ ଅବକାରୀ କନଷ୍ଟେବଳ ନିରଞ୍ଜନ ମଲ୍ଲିକ, ଅଞ୍ଜଳି ଅମାତ, ଲୋକନାଥ ଭୋଇ ଏବଂ କୈଳାଶ ଚନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ। ଆଗାମୀ ଦିନରେ ମଧ୍ୟ ଅଞ୍ଚଳରେ ଏଭଳି ବେଆଇନ ନିଶା କାରବାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
