June 8, 2026
Home » ତାମିଲନାଡୁରୁ ଦାଦନ ଶ୍ରମିକ ରାକେଶ ମହାନନ୍ଦଙ୍କ ମର ଶରୀରକୁ ଆଣିଲା ଶ୍ରମ ବିଭାଗ

ତାମିଲନାଡୁରୁ ଦାଦନ ଶ୍ରମିକ ରାକେଶ ମହାନନ୍ଦଙ୍କ ମର ଶରୀରକୁ ଆଣିଲା ଶ୍ରମ ବିଭାଗ

0
WhatsApp Image 2026-06-08 at 1.48.56 PM (2)

 

ସୁବର୍ଣ୍ଣପୁର: ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ର ସହଯୋଗ କ୍ରମେ ବୌଦ୍ଧ ଗଡ଼ ପୌର ପରିଷଦ ଅନ୍ତର୍ଗତ ବାପୁଜୀ ନଗର ର ଦାଦନ ଶ୍ରମିକ ” ରାଜେଶ ମହାନନ୍ଦ ” ଙ୍କ ମର ଶରୀର ଆଣିବାକୁ ଗତ ଗୁରୁବାର ଦିନ ରାତି ପ୍ରାୟ ଦୁଇ ଘଟିକା ସମୟରେ ଯାଇଥିବା ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ଶନିବାର ଦିନ ଅପରାହ୍ନ ଦୁଇ ଟା ରେ ତାମିଲନାଡୁ ରାଜ୍ୟର କୁଇମ୍ବାଟୁର ଜିଲ୍ଲା ସଦର ମହକୁମାର ରେଲୱେ ପୋଲିସ ଷ୍ଟେସନ ରେ ପହଞ୍ଚି ଥିଲେ । ସେହି ଠାରୁ ରେଲୱେ ଷ୍ଟେସନ ପୋଲିସ ଅଧିକାରୀ ଙ୍କ ସହାୟତା ରେ ଅପରାହ୍ନ ଚାରି ଟା ସମୟ ରୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଠାରେ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା ।

ଏହା ପରେ ଶନିବାର ଦିନ ପ୍ରାୟ ସଂଧ୍ୟା ଛଅ ଘଟିକା ସମୟରେ ଶବ ବ୍ୟବଚ୍ଛେଦ ପରେ , ଦାଦନ ଶ୍ରମିକ ରାଜେଶ ମହାନନ୍ଦ ଙ୍କ ମର ଶରୀର ଧରି ବୌଦ୍ଧ ଅଭିମୁଖେ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଯାତ୍ରା ଆରମ୍ଭ କରିଥିଲା । ଆଜି ଜୁନ ମାସ ୦୮ ତାରିଖ ସୋମବାର ସକାଳ ପ୍ରାୟ ଆଠ ଘଟିକା ସମୟରେ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ର ସହଯୋଗ କ୍ରମେ ଏବଂ ମହାନନ୍ଦ ପରିବାର ବର୍ଗ ଙ୍କ ସହିତ ସମସ୍ତ ବନ୍ଧୁ ବାନ୍ଧବ ଏବଂ ପରିଜନ ଙ୍କ ପକ୍ଷରୁ ଦାଦନ ଶ୍ରମିକ ” ରାଜେଶ ମହାନନ୍ଦ ” ଙ୍କ ମର ଶରୀର କୁ ଶେଷ କୃତ୍ୟ ସଂପନ୍ନ କରାଯିବ । ଏଥିରେ ସମସ୍ତ ବୌଦ୍ଧ ଜିଲ୍ଲା ବାସୀ ସଂପୂର୍ଣ୍ଣ ସହଯୋଗ କରିବାକୁ ପରିଷଦର ସମ୍ପାଦକ ସୁଧାଂଶୁ ଡାଙ୍ଗ ଅନୁରୋଧ କରିଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *