June 8, 2026
Home » ସୋନପୁର ପୌରପରିଷଦର ଭିତିରି କଥା, ଭାଗ 6 l

ସୋନପୁର ପୌରପରିଷଦର ଭିତିରି କଥା, ଭାଗ 6 l

0
WhatsApp Image 2026-06-08 at 9.59.12 AM

ସୁବର୍ଣ୍ଣପୁର:ସୋନପୁର ପୌରପରିଷଦରେ ଆଇନକୁ ଜଳାଞ୍ଜଳି: ମାସିକ କାଉନସିଲ ବୈଠକ ବସିନାହିଁ ; ଲଗାତାର ତିନି ମାସ କାଉସିଲ ବୈଠକ ନ ଡାକିବା ଯୋଗୁଁ ଓଡ଼ିଶା ପୌର ଆଇନର ଧାରା ୭୪ ଉଲ୍ଲଂଘନ ଅଭିଯୋଗରେ ଭଙ୍ଗ ହେବ କି ଐତିହାସିକ ସହରର ସୋନପୁର କାଉନ୍ସିଲ ?ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଗୌରବମୟ ଇତିହାସ ବହନ କରୁଥିବା ସୋନପୁର ମ୍ୟୁନିସିପାଲିଟିରେ ଏବେ ଗଣତନ୍ତ୍ର ଓ ଆଇନର ମୂଲ୍ୟବୋଧ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଚଳିତ ପୌରପରିଷଦ ଗଠନ ହେବା ପରଠାରୁ ସହରର ବିକାଶ ବଦଳରେ କେବଳ ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତିର ଖବର ସାମ୍ନାକୁ ଆସୁଛି। ସଫେଇ ଗାଡ଼ି କିଣାରେ ବଡ଼ଧରଣର ଆର୍ଥିକ ହେରଫେର, ଗାଡ଼ି ଚାଲିବା ନାଁରେ ମିଥ୍ୟା ବିଲ୍ ପ୍ରସ୍ତୁତ କରି ଡିଜେଲ୍ ଘୋଟାଲା ଏବଂ ସହରକୁ ଆଲୋକିତ କରିବା ପାଇଁ ଉଦ୍ଦିଷ୍ଟ ଷ୍ଟ୍ରିଟ୍ ଲାଇଟ୍ କିଣାରେ ଲକ୍ଷ ଲକ୍ଷ ଟଙ୍କାର ପିସି କାରବାର ଅଭିଯୋଗରେ ପୌରପରିଷଦର ବଦନାମୀ ଏବେ ଚରମ ସୀମାରେ ପହଞ୍ଚିଛି। ତେବେ ଏହି ସବୁ ଦୁର୍ନୀତି ଓ କଳା କାରନାମାକୁ ଚାପିଦେବା ପାଇଁ ଏବେ ଆଇନର ନିୟମ କାନୁନ୍‌କୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦିଆଯାଇଥିବା ଭଳି ଏକ ସଂଗୀନ ଅଭିଯୋଗ ଆସିଛି, ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ପୌରପରିଷଦର କାର୍ଯ୍ୟଧାରାକୁ ସ୍ୱଚ୍ଛ ରଖିବା ଏବଂ ସହରର ଆୟ-ବ୍ୟୟର ହିସାବ ସାଧାରଣରେ ରଖିବା ପାଇଁ ଉଦ୍ଦିଷ୍ଟ ବାଧ୍ୟତାମୂଳକ ମାସିକ କାଉନସିଲ୍ ବୈଠକ ତିନି ମାସ ଡାକିନଥିବା ଜଣାପଡ଼ିଛି।

ଓଡ଼ିଶା ପୌରପରିଷଦ ଆଇନ, ୧୯୫୦ର ଧାରା ୭୪ (Section 74) ଅନୁଯାୟୀ, ପୌରପରିଷଦର କାର୍ଯ୍ୟ ପରିଚାଳନା ପାଇଁ ପ୍ରତି ମାସରେ ଅନ୍ତତଃ ପକ୍ଷେ ଥରେ କାଉନସିଲ୍ ବୈଠକ ଅନୁଷ୍ଠିତ ହେବା ବାଧ୍ୟତାମୂଳକ ଏବଂ ଏହି ବୈଠକ ଆହ୍ୱାନ କରିବା ପୌରପରିଷଦର ଅଧ୍ୟକ୍ଷ (Chairperson) ଙ୍କର ସିଧାସଳଖ ଆଇନଗତ ଦାୟିତ୍ୱ। କିନ୍ତୁ ପୌପରିଷଦ ଅଫିସରୁ ମିଳିଥିବା RTI ତଥ୍ୟ ଅନୁସାରେ 2023-24 ମସିହା ରେ ଏହି କାଉସିଲରେ ଗତ 20.11.2023 ର ବୈଠକ ବିସିଥିଲା କିନ୍ତୁ ଲଗାତାର ତିନି ମାସ ପରେ ଆର୍ଥାତ 04.03.2024 ତାରିଖ ପରବର୍ତ୍ତୀ ବୈଠକ ବିସିଥିଲା ଯାହାକି ଲଗାତାର ତିନି ମାସରୁ ଉର୍ଦ୍ଧ୍ୱ ହୋଇଥିଲା । ସୋନପୁର ମ୍ୟୁନିସିପାଲିଟିରେ ଏହି ସମସ୍ତ ନିୟମକୁ ବେଖାତିର କରାଯାଇ ଅଳିଆଗଦାକୁ ଫିଙ୍ଗି ଦିଆଯାଇଛି।ଅଭିଯୋଗ ହେଉଛି ଯେ, ଯଦି କାଉନସିଲ୍ ବୈଠକ ବସେ, ତେବେ ସଫେଇ ଗାଡ଼ି, ଡିଜେଲ୍ ଓ ଷ୍ଟ୍ରିଟ୍ ଲାଇଟ୍ କିଣା ଦୁର୍ନୀତିର କଳା ଚିଠା ସାମ୍ନାକୁ ଆସିଯିବ। କାଉନସିଲରମାନଙ୍କ ଅସନ୍ତୋଷ ଏବଂ ଦୁର୍ନୀତିର ପ୍ରଶ୍ନବାଣରୁ ବଞ୍ଚିବା ପାଇଁ ପୌର କର୍ତ୍ତୃପକ୍ଷ ବୈଠକ ଡାକିବାରେ ଟାଳଟୁଳ ନୀତି ଅବଲମ୍ବନ କରି ଆଇନର ଖୋଲା ଉଲ୍ଲଂଘନ କରୁଛନ୍ତି। ସାଧାରଣ ଜନତାଙ୍କ ଟିକସ ଟଙ୍କାରେ ଚାଲିଥିବା ଏହି ମନମୁଖୀ କାର୍ଯ୍ୟର ଜବାବ ରଖିବାକୁ କାହାରି ପାଖରେ ସାହସ ନାହିଁ।ଆଇନଜ୍ଞଙ୍କ ମତରେ, ଲଗାତାର ଭାବେ କାଉନସିଲ୍ ବୈଠକ ନଡାକିବା ଏବଂ ଆଇନ ଅନୁଯାୟୀ କାର୍ଯ୍ୟ ନକରିବା ଏକ ଗୁରୁତର ଆଇନଗତ ଅପରାଧ। ଓଡ଼ିଶା ପୌରପରିଷଦ ଆଇନର ଧାରା ୪୦୧ (Section 401) ଅନୁଯାୟୀ, ଯଦି କୌଣସି କାଉନସିଲ୍ ଲଗାତାର ଭାବେ ବୈଠକ କରୁନାହିଁ କିମ୍ବା ନିଜର ଆଇନଗତ କର୍ତ୍ତବ୍ୟ ସମ୍ପାଦନ କରିବାରେ ବାରମ୍ବାର ବିଫଳ ହେଉଛି (Persistent Default), ବର୍ତ୍ତମାନର ଜିଲ୍ଲାପାଳ ଭଳ ଅଧିକାରୀ ଭାବରେ ନାଁ ରହିଛି ।ତେଣୁ ଏହି ଘଟଣାକୁ ଗୁରତ୍ବ ସହିତ ନେଇ ଓଡ଼ିଶା ପୌର ଆଇନର ଧାରା ୭୪ ଉଲ୍ଲଂଘନ ଅଭିଯୋଗରେ ଭଙ୍ଗ କରିବେ କି ? ଏହି ଐତିହାସିକ ସହରର କାଉନସିଲ୍?ତେବେ ରାଜ୍ୟ ସରକାର ସଂପୃକ୍ତ ପୌରପରିଷଦକୁ ଅପାରଗ ଘୋଷଣା କରି ସମ୍ପୂର୍ଣ୍ଣ ଭଙ୍ଗ (Dissolve) କରିଦେବାର ସର୍ବୋଚ୍ଚ କ୍ଷମତା ରଖିଛନ୍ତି। ସୋନପୁରବାସୀ ଏବେ ପ୍ରଶ୍ନ କରୁଛନ୍ତି, ଏହି ସ୍ୱେଚ୍ଛାଚାରିତା ଆଉ କେତେ ଦିନ ଚାଲିବ? ଜିଲ୍ଲା ପ୍ରଶାସନ ଏବେ ଏହି ଆଇନର ଖୋଲା ଉଲ୍ଲଂଘନ ଉପରେ କେବେ ଦୃଷ୍ଟି ଦେବେ ଏବଂ ନଗର ଉନ୍ନୟନ ବିଭାଗ ଏହି କାଉନ୍ସିଲ୍‌କୁ ଭଙ୍ଗ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ସୋନପୁରର ସମ୍ମାନ ରକ୍ଷା ପାଇଁ ଏହି ସମସ୍ତ ଘୋଟାଲାର ଉଚ୍ଚସ୍ତରୀୟ ତଦନ୍ତ ସହ ତୁରନ୍ତ ବୈଠକ ଡାକିବାକୁ ସହରର ବୁଦ୍ଧିଜୀବୀ ଓ ସାଧାରଣ ଜନତା ଦାବି କରିଛନ୍ତି। ବର୍ତ୍ତମାନ ର ସୁବର୍ଣ୍ଣପୁର ଜିଲ୍ଲାପାଳ ଜଣେ ସୁପ୍ରଶାସକ ହୋଇଥିବାରୁ ଏହି ଘଟଣା କୁ ଗୁରୁତ୍ୱ ସହିତ ନେଇ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ରେ ଦାବି ହେଉଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *