June 10, 2026
Home » ବୃତ୍ତଙ୍ଗ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ: ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ।

ବୃତ୍ତଙ୍ଗ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ: ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ।

0
unnamed
ନୟାଗଡ଼ : ନୟାଗଡ଼ ଜିଲ୍ଲାର କୃଷି ଓ ଗ୍ରାମୀଣ ଅର୍ଥନୀତିର ବିକାଶ କ୍ଷେତ୍ରରେ ଆଜି ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଯାଇଛି । ଓଡ଼ିଶାର ୧୧ତମ ପ୍ରମୁଖ ଜଳସେଚନ ପ୍ରକଳ୍ପ ‘ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ’ର ସ୍ପିଲୱେ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ୧୯୪.୦୭ କୋଟି ଟଙ୍କାର ଟେଣ୍ଡର ଅନୁମୋଦିତ ହୋଇଛି। ଏହି ଯୁଗାନ୍ତକାରୀ ନିଷ୍ପତ୍ତି ପାଇଁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ କ୍ୟାବିନେଟକୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ଦଶପଲ୍ଲା, ନୂଆଗାଁ, ନୟାଗଡ଼, ଖଣ୍ଡପଡ଼ା ଏବଂ ଓଡ଼ଗାଁ ବ୍ଲକର ମରୁଡ଼ି ପ୍ରବଣ ଅଞ୍ଚଳର ଚାଷୀମାନେ ବିଶେଷ ଭାବେ ଉପକୃତ ହେବେ। ଦଶପଲ୍ଲା ବ୍ଲକର ମଞ୍ଜରୀ ଗ୍ରାମ ନିକଟରେ ୫୫୨ ମିଟର ଦୈର୍ଘ୍ୟ ବିଶିଷ୍ଟ ମାଟି ବନ୍ଧ ସହିତ ଏକ ଅତ୍ୟାଧୁନିକ ସ୍ପିଲୱେ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୫ଟି ପ୍ରମୁଖ ବ୍ଲକର ମୋଟ ୩୦୯ଟି ଗ୍ରାମର ମରୁଡ଼ି ପ୍ରବଣ ଅଞ୍ଚଳର ଲକ୍ଷ ଲକ୍ଷ ଚାଷୀ ଏବଂ ଜନସାଧାରଣ ବିଶେଷ ଭାବେ ଲାଭବାନ ହେବେ। ପ୍ରାୟ ୨୩,୩୦୦ ହେକ୍ଟର ଚାଷଜମିକୁ ଏହା ଦ୍ୱାରା ବାରମାସୀ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଚାଷୀ-ଅନୁକୂଳ ଆଭିମୁଖ୍ୟ ଏବଂ ଗ୍ରାମୀଣ ବିକାଶ ପ୍ରତି ଥିବା ପ୍ରତିବଦ୍ଧତା ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ ବୋଲି ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ନିଶିକାନ୍ତ ରଥ ଏବଂ ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ମହାପାତ୍ର, ସାମ୍ବାଦିକ ଲୋକନାଥ ମିଶ୍ର, ଗୋକୁଳ କୁମାର ଷଡ଼ଙ୍ଗୀ,ପୁରୁଷୋତ୍ତମ ମହାପାତ୍ର, ଶୁଭେନ୍ଦୁ ଦାସ, ଯଯାତି କେଶରୀ ମହାପାତ୍ର, ସନ୍ଦୀପ କୁମାର ଲେଙ୍କା,ପ୍ରଭାସିନୀ ନନ୍ଦ, ରଜତ ପଟ୍ଟନାୟକ, ଭିକାରି ଚରଣ ଦାସ, ରସାନନ୍ଦ ସ୍ୱାଇଁ, ଉତ୍ପଳ କୁମାର ସାହୁ, ବିକ୍ରମ ସ୍ୱାଇଁ, ଜିତୁନ୍ ମହାପାତ୍ର, ଦୀପକ ଦାସ, ରଞ୍ଜନ ବେହେରା, ସୁଧାକର ମିଶ୍ର, ବିଭୁତି ପଟ୍ଟନାୟକ, ପ୍ରମୋଦ କୁମାର ନନ୍ଦ ପ୍ରମୁଖ ଏକ ମିଳିତ ବିବୃତିରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବାସହ ଡବଲ ଇଞ୍ଜିନ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି। ନୟାଗଡ ଜିଲ୍ଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ଜିଲ୍ଲାବାସୀଙ୍କ ଆନନ୍ଦ କହିଲେ ନସରେ । ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯଥା ଶୀଘ୍ର ଶୁଭ ଦେଇ କାର୍ଯ୍ୟ ଆରମ୍ଭ କରାଇଲେ ନୟାଗଡ ଜିଲ୍ଲାବାସୀ ଓ ଚାଷୀକୁଳ ଚିର କୃତଜ୍ଞ ହୋଇରହିବେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *