June 12, 2026
Home » କଳାହାଣ୍ଡିରୁ ଜାତୀୟ ସଫଳତା, ଆଇସିଏସଏସଆର ଫେଲୋଶିପ୍ ପାଇଲେ ନାରାୟଣ ଚୌଧୁରୀ

କଳାହାଣ୍ଡିରୁ ଜାତୀୟ ସଫଳତା, ଆଇସିଏସଏସଆର ଫେଲୋଶିପ୍ ପାଇଲେ ନାରାୟଣ ଚୌଧୁରୀ

0
WhatsApp Image 2026-06-11 at 4.40.14 PM

 

କଳାହାଣ୍ଡି :ସଂଘର୍ଷରୁ ସଫଳତା ମିଳିଥାଏ,ଦୃଢ଼ ଇଚ୍ଛାଶକ୍ତି,ସଂଘର୍ଷ ରୁ ସଫଳତା ପାଇ କଳାହାଣ୍ଡି ଜିଲ୍ଲା ରୁ ଜାତୀୟ ସ୍ତରର ସେଣ୍ଟ୍ରାଲ ୟୁନିଭରସିଟି ଅଫ ହରିୟାଣା ରୁ ଆଇସିଏସଏସଆର ଫେଲୋଶିପ୍ ୨୦୨୫/୨୬ ପାଇଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳ ର ଜଣେ ଯୁବକ ନାରାୟଣ ଚୌଧୁରୀ।
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ଗ୍ରାମ ର ବିଷ୍ଣୁ ଚୌଧୁରୀ ଓ ପ୍ରେମ ମଞ୍ଜରୀ ଚୌଧୁରୀ ଙ୍କ ପୁଅ ନାରାୟଣ ଚୌଧୁରୀ ନିଜର ଅଦମ୍ୟ ପ୍ରଚେଷ୍ଟା ଓ ଅଧବ୍ୟସାୟ ଫଳ ରେ ଭାରତର ସର୍ବ ବୃହତ୍ ଗବେଷଣା ସଂସ୍ଥାନ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ଆଇସିଏସଏସଆର)ରୁ ଡକ୍ଟରାଲ ଡିଗ୍ରୀ ଫଲୋସିପ ପାଇଁ ମନୋନୀତ ହୋଇଛନ୍ତି। ତାଙ୍କର ଏହି ସଫଳତା ପଛରେ ବରିଷ୍ଠ ସହାୟକ ପ୍ରାଧ୍ୟାପକ, ସାମ୍ବାଦିକତା ଗବେଷଣା ନିର୍ଦ୍ଦେଶକ ସୁନାମଧନ୍ୟ ଡ.ଅଲେଖା ସଚ୍ଚିଦାନନ୍ଦ ନାୟକ ଓ ଜନ ଯୋଗାଯୋଗ ବିଭାଗ ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ ଯୁବପିଢି ଙ୍କ ପ୍ରତି ନିଜର ମତାମତ ବ୍ୟକ୍ତ କରି କହିଛନ୍ତି ଯେ ତାଙ୍କର ଏହି ସଫଳତା ଓଡିଶା ର ଯୁବପିଢି ଙ୍କୁ ପ୍ରେରଣାଦାୟୀ,କଠିନ ଅଧ୍ୟବସାୟ,ଦୃଢ଼ ଇଚ୍ଛାଶକ୍ତି ଓ ତ୍ୟାଗ ଆଗରେ ସମସ୍ତ ବାଧାବିଘ୍ନ ହାର ମାନେ ଓ ସଫଳତା ନିଶ୍ଚୟ ମିଳେ। ତେଣୁ ସମସ୍ତ ଶିକ୍ଷିତ ଯୁବପିଢି ନିଜର ଲକ୍ଷ୍ୟ ରେ ଅଚଳ ଓ ନିଶ୍ଚଳ ହୋଇ ଦୃଢ଼ ଭାବେ ସମସ୍ତ ବାଧାବିଘ୍ନ ଓ ଅସୁବିଧା କୁ ସମ୍ମୁଖୀନ କରିବା ଉଚିତ ବୋଳି ନାରାୟଣ ଚୌଧୁରୀ ନିଜ ପ୍ରତିକ୍ରିୟା ରେ କହିଛନ୍ତି। ନାରାୟଣ ଚୌଧୁରୀ ଙ୍କ ଏହି ସଫଳତା ହାସଲ ପରେ ବିଭିନ୍ନ ମହଲ ରୁ ଶୁଭେଛୁ ମାନେ ଅଭିନନ୍ଦନ ଜଣାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *