June 12, 2026
Home » ସୁବର୍ଣ୍ଣପୁର ରେ ଶିଶୁ ଶ୍ରମ କୁ ଲାଲ କାର୍ଡ

ସୁବର୍ଣ୍ଣପୁର ରେ ଶିଶୁ ଶ୍ରମ କୁ ଲାଲ କାର୍ଡ

0
WhatsApp Image 2026-06-12 at 2.55.19 PM

ସୁବର୍ଣ୍ଣପୁର: ଆନ୍ତର୍ଜାତୀୟ ଶିଶୁ ଶ୍ରମ ନିରୋଧ ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ସାମୁହିକ ସଚେନତତା ପାଇଁ ଜିଲ୍ଲାପାଳ ଡ. ନୃପରାଜ ସାହୁ ଙ୍କ ଦ୍ଵାରା ସବୁଜ ପତାକା ଦେଖାଇ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସିଏସିଏଲ ଓଡିଶା ଓ ସୁବର୍ଣ୍ଣପୁର ତରଫରୁ ଶିଶୁ ଶ୍ରମ କୁ ଲାଲ କାର୍ଡ ଓ ଶିଶୁ ଶ୍ରମ କୁ ନିରୋଧ କରିବା ପାଇଁ ଦସ୍ତଖତ ଅଭିଯାନ ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ରେଆର ଓ ଗ୍ରାମୋଥ୍ହାନ ଦ୍ଵାରା କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଙ୍କ ସହ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝି , ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳିନା ପ୍ରଧାନ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଦେବାଶିଷ ଦାଶ , ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡା. ଉଷାରାଣୀ ଦାଶ, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷା ଲୀନା ବାବୁ, ଜିଲ୍ଲା ସହ ଶ୍ରମ ଆୟୁକ୍ତ ଡିଲେଶ୍ଵର ଖାଖା, ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟଶଙ୍କର ଧରୁଆ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବୀଣାପାଣି ମିଶ୍ର , ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂହ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଏବଂ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ସହ ଗଣ ମାଧ୍ୟମ ର ପ୍ରତିନିଧି ଓ ସାମାଜିକ ସଂଗଠନ ର କର୍ମକର୍ତ୍ତା ଯୋଗ ଦେଇଥିଲେ । ଶିଶୁ ଶ୍ରମ କୁ ଲାଲ କାର୍ଡ ଓ ଦସ୍ତଖତ ଅଭିଯାନ କୁ ରେଆର ର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ , ମନୋଜ କୁମାର ସ୍ଵାଇଁ ଓ ଗ୍ରାମୋଥ୍ହାନ ର କର୍ମକର୍ତ୍ତା ରଶ୍ମୀତା ପ୍ରଧାନ ଓ ମାନସୀ ମେହେର ସଂଯୋଜନା କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *