June 18, 2026
Home » ଉତ୍କଳ ବଣିକ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ ଓ ଶପଥ ଗ୍ରହଣ ସମାରୋହ

ଉତ୍କଳ ବଣିକ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ ଓ ଶପଥ ଗ୍ରହଣ ସମାରୋହ

0
1c070761-d062-42e2-ab42-a7ade431938f-750x347

 ଟିଟିଲାଗଡ ସହରରେ ବ୍ୟବସାୟୀକ ପ୍ରତିଷ୍ଠାନ/ଦୋକାନମାନଙ୍କୁ ନେଇ କିଛି ଦିନ ତଳେ ଏକ ନୂତନ ବଣିକ ସଙ୍ଘ ଗଠନ କରାଯାଇଥିଲା । ତାହାର ନା ଦିଆଗଲା ଉତ୍କଳ ବଣିକ ସଙ୍ଘ । ତେବେ ସର୍ବ ସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ମଧ୍ୟ ଚୟନ କରାଯାଇଥିଲା । ସେହି ନବନିର୍ବାଚିତ କାର୍ଯ୍ୟକର୍ତ୍ତାମାନଙ୍କର ଶପଥ ଗ୍ରହଣ ସମାରୋହ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ତଥା ପ୍ରତିଷ୍ଠାତା ଟିଟିଲାଗଡର ବିଧାୟକ ନବୀନ ଜୈନ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା କମିଟିର ପ୍ରମୋଦ ସରାଫ, ପ୍ରେମ ଚାନ୍ଦ ଜୈନ, ଆଇନଜୀବୀ ରାଧାକାନ୍ତ ପାଢ଼ୀ, କୃଷ୍ଣ ଚନ୍ଦ୍ର ସାହୁ, ଭବାନୀ ପ୍ରସାଦ ହୋତା, ସନ୍ତୋଷ କେଜ୍ରିୱାଲ, ସୁବୋଧ ଦାସ, ଟିକେଲାଲ ବେହେରା, ସଙ୍ଘର ସଭାପତି ରାଜେଶ ପ୍ରଧାନ ମଞ୍ଚାସୀନ ଥିଲେ । ଏହି ଅବସରରେ ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ ଆଇନଜୀବୀ କୃଷ୍ଣ ଚନ୍ଦ୍ର ସାହୁ । ଏହି ଅବସରରେ ସଙ୍ଘର ଆଗାମୀ କାର୍ଯ୍ୟ ପନ୍ଥା ବିଷୟରେ ଆଲୋକପାତ କରିଥିଲେ ସଭାପତି ରାଜେଶ ପ୍ରଧାନ । ମୁଖ୍ୟଅତିଥି ନବୀନ ଜୈନ ସଙ୍ଘର ଉତ୍ତୋରତ୍ତର କାମନା କରିବା ସହ ମୋ ଦ୍ୱାରା ଯଥା ସମ୍ଭବ ସାହାଯ୍ୟ କରିବି ବୋଲି କହିଥିଲେ । ସଭାକାର୍ଯ୍ୟ ସରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 

sontosh kejerwal nka report

Leave a Reply

Your email address will not be published. Required fields are marked *