ଭୋଟର ତାଲିକା ର ବିଶେଷ ସଘନ ସଂଶୋଧନ ( SIR )କାମ ଚାପରେ ଜୀବନ ହାରିଲେ ବି ଏଲ ଓ
ସୁବର୍ଣ୍ଣପୁର — ଭାରତୀୟ ନିର୍ବାଚନ କମିଶନ ଙ୍କ ନିର୍ଦ୍ଦେଶ ରେ ସାରା ରାଜ୍ୟ ରେ ଭୋଟର ତାଲିକା ର ବିଶେଷ ସଘନ ସଂଶୋଧନ ( SIR ) କାର୍ଯ୍ୟ ଚାଲୁରହିଛି l ବି ଏଲ ଓ ଭାବରେ ବିଦ୍ୟାଳୟ ର ଶିକ୍ଷକ / ଶିକ୍ଷୟିତ୍ରୀ କାର୍ଯ୍ୟ କରୁଛନ୍ତି l ତେବେ କେତେକ ବି ଏଲ ଓ SIR କାର୍ଯ୍ୟ ପାଇଁ ଚାପ ରେ ରହୁଛନ୍ତି l ଏଭଳି ଏକଅଭାବନୀୟ ଘଟଣା ଆଜି ବୌଦ୍ଧ ଜିଲ୍ଲା ରେ ଦେଖି ବାକୁ ମିଳିଛି l SIR କାମରେ ନିୟୋଜିତ ପ୍ରଧାନ ଶିକ୍ଷକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଖବର ଆମର ହସ୍ତଗତ ହୋଇଛି l ଖବର ରୁ ପ୍ରକାଶ ଯେ,ବୌଦ୍ଧ ଜିଲ୍ଲା ଡିମିରିଖୋଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୟନ ସାହୁଙ୍କ ମୃତ୍ୟୁ ବି ଏଲ ଓ କାର୍ଯ୍ୟ ର ଚାପ ଯୋଗୁଁ ହୋଇଥିବା ଅଭିଯୋଗ ହେଉଛି lସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ହୋଇଥିବା ଜଣାପଡିଛି l ହସ୍ପିଟାଲ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ କରିଥିଲେ lSIR କାମ ଚାପରେ ବାପା ବିଷ ପିଇ ଜୀବନ ହାରିଥିବା ମୃତ ଶିକ୍ଷକ ଙ୍କ ପୁଅ ଅଭିଯୋଗ କରିଛନ୍ତି l ମୃତ ଶିକ୍ଷକ ଙ୍କୁ ବି ଏଲ ଓ ଦାୟିତ୍ୱରେ ଅବହେଳା ପାଇଁ ଚାକିରୀ ରୁ ନିଲମ୍ବିତ କରିବାକୁ ଧମକ ଦିଆଯାଇଥିବା ଅଭିଯୋଗ ହେଉଛି l SIR କାମରେ BLO ଭାବେ ଦାୟିତ୍ବ ନିର୍ବାହ କରୁଥିଲେ ପ୍ରଧାନ ଶିକ୍ଷକ ଶୟନ ସାହୁ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
