ପାରାଦ୍ୱୀପ ନଗର କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ୫୬ତମ ଜନ୍ମ ଦିବସ ପାଳିତ
ପାରାଦ୍ୱୀପ- ପାରାଦ୍ୱୀପ ନଗର କଂଗ୍ରେସ ପକ୍ଷରୁ ଲୋକସଭାର ବିରୋଧୀ ଦଳର ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ୫୬ତମ ଜନ୍ମ ଦିବସ ପାଳିତ ହୋଇ ଯାଇଛି। ଜୁନ ୧୯ ତାରିଖ ଶୁକ୍ରବାର ସନ୍ଧ୍ୟାରେ ବଦପଡ଼ିଆ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ନଗର ସଭାପତି ଶ୍ରୀ କେଦାର ବିଶ୍ୱାଳ କେକ କାଟି ରାହୁଲ ଗାନ୍ଧୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ଏବଂ ତାଙ୍କ ଜନ୍ମ ଦିନରେ ଦିଲ୍ଲୀରେ ଜାତୀୟ କଂଗ୍ରେସ ପକ୍ଷରୁ ନିଯୁକ୍ତି ମେଳା ଆୟୋଜିତ ହୋଇଥିଲା।ଏହି ନିଯୁକ୍ତି ମେଳାରେ ଶତାଧିକ ଯୁବକ ଯୁବତୀ ନିଜ ନିଜ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ପାଇଛନ୍ତି।ଯାହା ସତ୍ତାଧାରୀ ସରକାର କରିବା କଥା ତାହା ବିରୋଧୀ ଦଳର ନେତା କରୁଛନ୍ତି ବୋଲି କହିବା ସହିତ ରାହୁଲ ଗାନ୍ଧୀଙ୍କୁ ନଗର କଂଗ୍ରେସ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି ଉତ୍ସବରେ ସରୋଜ ପ୍ରଧାନ, ଚନ୍ଦ୍ର ଶେଖର ମହାପାତ୍ର, ତ୍ରିନାଥ ମହାନ୍ତି, ବିଜୟ କୁମାର ସେଠୀ, କୃପାସିନ୍ଧୁ ଦାସ, ଜ୍ୟୋତି ରଞ୍ଜନ ଦାସ, ଜଗନ୍ନାଥ ଶତପଥୀ, କୈଳାସ ଚନ୍ଦ୍ର ବାରିକ,ସଞ୍ଜୟ କୁମାର ମୁଦୁଲି, ରମେଶ ପ୍ରଧାନ, ଶୁଭେନ୍ଦୁ ପରିଡ଼ା,ବିନତୀ ପଢ଼ିଆରୀ, ଧରିତ୍ରୀ ସାମଲ ,ପୁଷ୍ପା ଦାସ, ନଳିନୀ ରଣସିଂହ,ସସ୍ମିତା ମହାନ୍ତି, ସୁକାନ୍ତି ପରିଡ଼ା, ସୁଜାତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
paradeep ru prasanta dash nka report
