June 24, 2026
Home » କଂଗ୍ରେସର ଅଭିଯୋଗ ନୟାଗଡ଼ ମୁନିସିପାଲିଟିରେ ଭୋଟର ତାଲିକା ସଂଶୋଧନ “ଏସଆଇଆର” କାର୍ଯ୍ୟ ଠିକଠାକ ଚାଲିନି 

କଂଗ୍ରେସର ଅଭିଯୋଗ ନୟାଗଡ଼ ମୁନିସିପାଲିଟିରେ ଭୋଟର ତାଲିକା ସଂଶୋଧନ “ଏସଆଇଆର” କାର୍ଯ୍ୟ ଠିକଠାକ ଚାଲିନି 

0
unnamed
ନୟାଗଡ : ନୟାଗଡ଼ ମୁନିସିପାଲିଟି ଅଞ୍ଚଳର ୭୭ ନମ୍ବର ବୁଥ ରୁ ୯୪ ନମ୍ବର ବୁଥ ମାନଙ୍କରେ ଭୋଟର ତାଲିକା ସଂଶୋଧନ ଏସଆଇଆର ପ୍ରକ୍ରିୟାରେ ବିଏଲଓ ମାନେ ଏଯାବତ ଶତକଡା ୫0 ଭାଗ ଘରକୁ ଯାଇନାହାଁନ୍ତି କିମ୍ବା ପୁଲିଙ୍ଗ ବୁଥକୁ ଆସୁ ନାହାଁନ୍ତି, ଏପରିକି ବିଭିନ୍ନ ରାଜନୈତିକ ଦଳ ବିଏଲଏ-୧ କିମ୍ବା ବିଏଲଏ-୨ ମାନଙ୍କ ସହିତ ଆଲୋଚନା କରୁନାହାଁନ୍ତି ଏବଂ ଘରେବସି ବିଜେପି ଦଳର ବିଏଲଏ ମାନଙ୍କ ନିର୍ଦ୍ଦେଶରେ ମନଇଛା ଫର୍ମପୂରଣ କରୁଥିବା ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ l କଂଗ୍ରେସ ଦଳ ପକ୍ଷରୁ ଦିଆଯାଇ ଥିବା ବିଏଲଏ-୧ କିମ୍ବା ବିଏଲଏ-୨ ଙ୍କ ସହିତ ଏଯାବତ ନୟାଗଡ଼ ମୁନିସିପାଲିଟି କୌଣସି ବିଏଲଓ ଆଲୋଚନା କରିନଥିବା ଶ୍ରୀ ଦାଶ ଗଣମାଧ୍ୟମକୁ ପ୍ରେସବାର୍ତ୍ତାରେ କହିଛନ୍ତି l ଆଗାମୀ ପୌରନିର୍ବାଚନକୁ ଅଖିଆଗରେ ରଖି ବିଜେପି ଦଳ ଇସାରାରେ ବିଏଲଓ ମାନେ ବିଭିନ୍ନ ୱାର୍ଡରେ ଭୋଟରଙ୍କ ଘରକୁଘର ଯାଇ ଏଯାଏଁ ନିର୍ଦ୍ଧାରିତ ନାଗରିକତ୍ୱ ଫର୍ମ ଦେଇ ନାହାଁନ୍ତି l ଏପଟେ ଆଜି ନୟାଗଡ଼ ମୁନିସିପାଲିଟି କାର୍ଯ୍ୟାଳୟରେ ଇଆରଓ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ତରବରିଆ ଭାବେ ବିଏଲଓ ମାନେ ଯେଉଁ ଫର୍ମ ଦାଖଲ କରିଛନ୍ତି ସେଥିରେ ମୁନିସିପାଲିଟି ଅଞ୍ଚଳରୁ ପ୍ରାୟ ଦୁଇତିନି ହଜାର ସ୍ଥାୟୀ ଅଧିବାସୀଙ୍କ ନାମ କାଟିଦିଆଯାଇ ଥିବା ଜଣାଯାଇଛି l ବିଏଲଓ ମାନଙ୍କ ଅବହେଳା କାରଣ ହେଉ କିମ୍ବା ବିଜେପି ନେତ୍ରୀଙ୍କ ନିର୍ଦ୍ଧେଶରେ ହେଉ, ନୟାଗଡ଼ ସହରରେ ସ୍ଥାୟୀ ଅଧିବାସୀ ମାନଙ୍କ ନାମ ଭୋଟର ତାଲିକାରୁ ଜାଣିଶୁଣି କଟାଗଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି l ଭୋଟର ତାଲିକାରୁ ନାମ କଟିଗଲେ ଭାରତୀୟ ନାଗରିକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାରୁ ଦାୟିତ୍ୱସମ୍ପନ୍ନ ବିଏଲଓ ମାନେ ଆଇନ ଅନୁସାରେ କାର୍ଯ୍ୟ କରିବା ପାଇଁ କୁହାଯାଇଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *