ଫ୍ରେଣ୍ଡଲି ଯୋଗ ଓ ପୋର୍ଟକ୍ଲବ୍ ପାରାଦୀପ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ
ପାରାଦୀପ,:ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ସ୍ଥାନୀୟ ପୋର୍ଟକ୍ଲବ୍,ନୂଆବଜାର ପରିସରରେ ଫ୍ରେଣ୍ଡଲି ଯୋଗ ଓ ପୋର୍ଟ କ୍ଳବର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ଯୋଗଗୁରୁ ବିଭୂତି ଭୂଷଣ ସାହୁ(ଟୁଲୁ ବାବା)ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଯୋଗଗୁରୁ ଯୋଗ ଶିକ୍ଷା ଦେବା ସହିତ “ସ୍ୱାସ୍ଥ୍ୟ ହିଁ ସମ୍ପଦ” ଉପରେ ଗୁରୁତ୍ୱାରୋପ କରିବା ସହ ଶରୀର ପାଇଁ ଯୋଗ ର ଆବଶ୍ୟକତା ରହିଛି ବୋଲି କହିଥିଲେ । ଯୋଗ ଏକ ଧାରା ନୁହେଁ ବରଂ ଜୀବନର ଏକ ବିଜ୍ଞାନ ଯାହା ଋତୁ ସହିତ ଖାପ ଖୁଆଇ ଥାଏ । ଆମର ପୂର୍ବ ପୁରୁଷ ମାନେ ଶରିର କୁ ଋତୁ ସହିତ ଖାପ ଖୁଆଇବା ଶିଖାଇଥିଲେ ।ଏହି କାରଣରୁ ଆୟୁର୍ବେଦ ଏବଂ ଯୋଗ ଉଭୟରେ ଋତୁ କାଳୀନ କାର୍ଯ୍ୟ ପଦ୍ଧତିକୁ ସର୍ବୋଚ୍ଚ ଗୁରୁତ୍ତ୍ଵ ଦିଆଯାଇଛି । ଶିତର କଠୋରତା,ଗ୍ରୀଷ୍ମର ଗରମ ଏବଂ ବର୍ଷାର ଆଳସ୍ୟ ପ୍ରତ୍ୟେକ ଋତୁର ଶରିର ଉପରେ ଭିନ୍ନ ପ୍ରଭାବ ପଡ଼ିଥାଏ ।ସେହି ଅନୁସାରେ ଯୋଗ ଆସନ ଗ୍ରହଣ କରିବା ସନ୍ତୁଳିତ ସ୍ୱାସ୍ଥ୍ୟର ଚାବିକାଠି ।ଆଜି ସବୁଠାରୁ ବଡ ଭୁଲ ହେଉଛି,ଲୋକମାନେ ବର୍ଷସାରା ସମାନ ଯୋଗ ଅଭ୍ୟାସ କରନ୍ତି ।ପରିଣାମ ସ୍ୱରୂପ କେତେବେଳେ ଥକ୍କା ପଣ,ଯନ୍ତ୍ରଣା, ଚିଡିଚିଡା ପଣ ।ସତ୍ୟ ହେଉଛି ପ୍ରତ୍ୟେକ ଋତୁ ପାଇଁ ଭିନ୍ନ ଭିନ୍ନ ଯୋଗ ଆସନ ରହିଛି ।ଶରିର ଏକ ମେସିନ ନୁହେଁ ବରଂ ପ୍ରକୃତି ସହିତ ଜଡିତ ଏକ ଜୀବନ୍ତ ବ୍ୟବସ୍ଥା ।ଋତୁ ପରିବର୍ତ୍ତନ ହେବା ସହିତ ଶରୀରର ଆବଶ୍ୟକତା ମଧ୍ୟ ପରିବର୍ତ୍ତନ ହୁଏ ।ପ୍ରତ୍ୟେକ ଋତୁରେ ଏକ ପ୍ରକାର ଯୋଗାସନ କରିବା ଗ୍ରୀଷ୍ମ ଋତୁର ପୋଷାକ ପିନ୍ଧିବା ଭଳି ।ପ୍ରକୃତ ଯୋଗ ହେଉଛି ଶରୀରର ମନ ଏବଂ ଋତୁର ସନ୍ତୁଳନ ।ଯେଉଁ ବ୍ୟକ୍ତି ଋତୁ ଅନୁସାରେ ଯୋଗାଭ୍ୟାସ କରନ୍ତି ତାଙ୍କୁ କମ୍ ଔଷଧ ଆବଶ୍ୟକ ପଡେ ।ଥଣ୍ଡାରେ ଶରୀରର ଉଷ୍ମତା ହ୍ରାସ ପାଏ,ମାଂସପେଶୀ କଠିନ ହୋଇଯାଏ ଏବଂ ଆଳସ୍ୟ ବଢ଼ିଯାଏ ।ଏହି ଋତୁରେ ସୂର୍ଯ୍ୟ ନମସ୍କାର,ଭୁଜଂଗ ଆସନ,ଧନୁରାସନ,କପାଳ ଭାତୀ ଏବଂ ଭସ୍ତିକା ଆସନ ଶରୀରକୁ ଉଷ୍ମ ରଖେ ଓ ରକ୍ତ ସଞ୍ଚାଳନ ଉନ୍ନତ କରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।ଗ୍ରୀଷ୍ମ ଋତୁରେ କାହିଁକି ତୀବ୍ର ଯୋଗ କ୍ଷତି କାରକ ହୋଇଥାଏ ?ଗ୍ରୀଷ୍ମ ଋତୁରେ ଶରିର ପୂର୍ବରୁ ଉଷ୍ମ ରହିଥାଏ ।ଅତ୍ୟଧିକ ତୀବ୍ର ଯୋଗ ଶରୀରକୁ କ୍ଳାନ୍ତ କରିପାରେ ।ମୁଣ୍ଡ ବୁଲାଇବା ଏବଂ ଜଳୀୟ ଅଂଶ କମ୍ ହୋଇପାରେ ।ଏହି ଋତୁରେ ଯୋଗର ଲକ୍ଷ୍ୟ ଶିତଳତା ଏବଂ ସନ୍ତୁଳନ ହେବା ଉଚିତ।ବର୍ଷା ଋତୁରେ ଯୋଗ କାହିଁକି ବିଶେଷ ଗୁତୁତ୍ତୋପୂର୍ଣ୍ଣ ?ବର୍ଷା ଋତୁରେ ପାଚନ ଶକ୍ତି ଦୁର୍ବଳ ହୋଇଥାଏ ।ଶରିର ଭାରି ଭାରି ହୋଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ ।ଏଣୁ ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ଯୋଗ କରାଯାଇଥାଏ । ଆଜିର ଏହି କାର୍ଯ୍ୟକ୍ରମରେ ତାପସ ମହାନ୍ତି,ଆଲୋକ ମହାପାତ୍ର,ଗୌତମ ନାଏକ,ପ୍ରଭାତ ମହାପାତ୍ର,ରଘୁନାଥ ରଣସିଂହ,ତ୍ରିଲୋଚନ ସୋରେନ,କୁଳମଣି ସାହୁ,ସୁରେନ୍ଦ୍ର ମହାପାତ୍ର,ଦିପୁ ବାବୁ,ପ୍ରଭାସ ସାହୁ,ରମାକାନ୍ତ ନାୟକ,ଶ୍ୟାମସୁନ୍ଦର ଦାସ,ସତ୍ୟବ୍ରତ ଜେନା,ଲକି ବାବା ଓ ଶିବ ପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ରହି ଥିଲେ ଏବଂ ତତ୍ ସହିତ ପୋର୍ଟ କ୍ଲବ୍ ଓ ଫ୍ରେଣ୍ଡଲି ଯୋଗର ଶତାଧିକ ସଦସ୍ୟ, ସଦସ୍ୟା ମାନେ ଉପସ୍ଥିତ ରହି ଯୋଗ ଦିବସଟିକୁ ସଫଳ କରିଥିଲେ ।
prasanta dash nka report
