ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳିତ
ପାରାଦୀପ,:- ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ “ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ” ବିଷୟବସ୍ତୁ ଉପରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬କୁ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦର ଅଧିକାରୀ ଓ କର୍ମଚାରୀ, ସିଆଇଏସଏଫ କର୍ମଚାରୀ, ବନ୍ଦର ବ୍ୟବହାରକାରୀ, ଛାତ୍ର, ମହିଳା ଏବଂ ପାରାଦୀପ ସାକ୍ଷରତା ସମିତି ର ସଦସ୍ୟଙ୍କ ସମେତ ୫୦୦ ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।

ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ଏବଂ ଉପାଧ୍ୟକ୍ଷ ଟି.ଭେଣୁ ଗୋପାଳ, ବିଭାଗୀୟ ମୁଖ୍ୟ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ, ସାମୁହିକ ଯୋଗ ଅଧିବେଶନରେ ଅଂଶଗ୍ରହଣ କରି ବିଭିନ୍ନ ଯୋଗ ଆସନ କରିଥିଲେ। ଏହି ଅଧିବେଶନ ପ୍ରସିଦ୍ଧ ଯୋଗ ଗୁରୁ ତାପସ ରଞ୍ଜନ ପତିଙ୍କ ମାର୍ଗଦର୍ଶନରେ ପରିଚାଳିତ ହୋଇଥିଲା। ଏହି ଅବସରରେ ଅଂଶଗ୍ରହଣକାରୀମାନେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କୋଲକାତାର ରେଡ ରୋଡରେ ଅନୁଷ୍ଠିତ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସର ଜାତୀୟ ଉତ୍ସବର ସିଧା ପ୍ରସାରଣ ଦେଖିଥିଲେ। ଏହି ଅବସରରେ ପାରାଦୀପ ବନ୍ଦର ପ୍ରାଧିକରଣ ର ସାମାଜିକ ଶାଖା ପାରାଦୀପ ସାକ୍ଷରତା ସମିତି ସ୍ଥାନୀୟ ସ୍କୁଲ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣରେ ପାରାଦୀପର ଅଫିସର୍ସ କ୍ଲବରେ ଏକ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମ ଏବଂ ବୃକ୍ଷରୋପଣ ଅଭିଯାନ ଆୟୋଜନ କରିଥିଲା। ଏହି ପଦକ୍ଷେପ ପରିବେଶ ସଚେତନତାକୁ ପ୍ରୋତ୍ସାହିତ କରିଥିଲା ଏବଂ ଯୁବ ପିଢ଼ିଙ୍କୁ ସୁସ୍ଥ ଏବଂ ସ୍ଥାୟୀ ଜୀବନଶୈଳୀ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲା।
prasanta dash nka report
